ଏବେ କଲ୍ ଆଉ SMS ପାଇଁ ମିଳିବ ସ୍ପେସାଲ ରିଚାର୍ଜ ପ୍ଲାନ୍, ନୂଆ ବର୍ଷରେ TRAI ଦେବ ଗିଫ୍ଟ
ଦେଶରେ ୧୨୦ କୋଟି ମୋବାଇଲ୍ ୟୁଜର୍ସଙ୍କୁ ନୂଆ ବର୍ଷରେ ଏକ ଗିଫ୍ଟ ମିଳିବ, TRAI ଏଥିପାଇଁ ପ୍ଲାନ୍ କରିଛି । ଜୁଲାଇରେ ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା କାରଣରୁ ଟେନସନରେ ଥିବା ୟୁଜର୍ସମାନଙ୍କୁ TRAI ମୁକ୍ତି ପ୍ରଦାନ କରିବ । ଖାସ୍ କରି ୟୁଜର୍ସଙ୍କର ଦୁଇଟି ସିମ୍ କାର୍ଡ ଥିବା ଏବଂ 2G ଫୋନ୍ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ବଡ଼ ଲାଭ ମିଳିବ । ମୁଖ୍ୟତଃ କୁହାଯାଇଛି ଯେ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଭଲ ଦିନ ପୁଣି ଥରେ ଫେରିବ ।
Airtel, Jio, Vodafone Idea ଏବଂ BSNL ବର୍ତ୍ତମାନ ମୋବାଇଲ୍ ୟୁଜର୍ସମାନଙ୍କୁ ଭଏସ୍ + ଡାଟା ପ୍ୟାକ୍ ପ୍ରଦାନ କରେ, ଯେଉଁଥିରେ ୟୁଜର୍ସମାନେ କଲିଂ ସହିତ ଡାଟା ମଧ୍ୟ ପାଇଥାନ୍ତି । ଏହା ବ୍ୟତୀତ ଟେଲିକମ୍ କମ୍ପାନୀଗୁଡିକ କେବଳ ଡାଟା ପ୍ୟାକ୍ ଦେଇଥାନ୍ତି । ଏହି ପ୍ଲାନରେ ଇନକମିଂ କଲ୍ ଆସିବ ନାହିଁ ।
ଭଏସ୍ ଓନଲି ପ୍ଲାନ୍ ଦେଶରେ ସେହି କୋଟି 2G ୟୁଜର୍ସଙ୍କୁ ମିଳିବ ଯେଉଁମାନେ କେବଲ କଲ୍ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି । ଏହା ବ୍ୟତୀତ ଏହାର ଲାଭ ସେହି ୟୁଜର୍ସମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ଯେଉଁମାନେ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି । ସାଧାରଣତଃ ୟୁଜର୍ସମାନେ ଗୋଟିଏ ମେନ୍ ସିମ୍ ଏବଂ ଆଉ ଗୋଟିଏ ସେକେଣ୍ଡାରୀ ସିମ୍ ବ୍ୟବହାର କରନ୍ତି ।
ଯେତେବେଳେ ଟେଲିକମ୍ କମ୍ପାନୀଗୁଡିକ ଦ୍ବାରା ଭଏସ୍ ଓନଲି ପ୍ଲାନ୍ ଲଞ୍ଚ ହେବା ପରେ ୟୁଜର୍ସମାନେ ସେକମାନଙ୍କର ସେକେଣ୍ଡାରୀ ସିମ୍ ପାଇଁ ଶସ୍ତା ରିଚାର୍ଜ ପାଇବେ । ଏକ ରିପୋର୍ଟ ଅନୁଯାୟୀ TRAI ଖୁବ୍ ଶୀଘ୍ର ନୂଆ ପ୍ଲାନ୍ ଆଣିବାକୁ ଯାଉଛି, ଯାହାକି ୟୁଜର୍ସଙ୍କୁ କେବଳ ଭଏସ୍ + SMS ପ୍ୟାକ୍ ସହିତ ନିଜର ନମ୍ବର ରିଚାର୍ଜ କରିପାରିବେ । ଭାରତରେ ପ୍ରାୟ ୩୦୦ ମିଲିୟନ ଯଥା ୩୦ କୋଟି 2G ୟୁଜର୍ସ ଅଛନ୍ତି । ଏହି ୟୁଜର୍ସ ନିଜର ନମ୍ବର ଆକ୍ଟିଭ୍ ରଖିବା ପାଇଁ ମହଙ୍ଗା ରିଚାର୍ଜ କରିବାକୁ ପଡିବ ।
TRAI ର ନୂଆ ନିୟ ଅନୁସାରେ ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍ । ଟେଲିକମ୍ କମ୍ପାନୀମାନଙ୍କ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡିବ । ଭଏସ୍ କଲ ଏବଂ SMS ପାଇଁ ସ୍ୱତନ୍ତ୍ର ପ୍ଲାନ୍ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଡାଟା ବ୍ୟବହାର କରୁନଥିବା ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହୋଇପାରିବ ।
TRAI ଏଥିପାଇଁ ଜୁଲାଇରେ ଏକ କନସ୍ୟୁଲେସନ୍ ପେପର ରିଲିଜ୍ କରିଥିଲା, ଯାହା ଷ୍ଟେକହୋଲଡର୍ ସହିତ ରହି ଏହା ପାଇଁ ଗାଇଡଲାଇନ୍ସ ପ୍ରସ୍ତୁତ ହୋଇପାରିବ । TRAI ଚଳିତ ବର୍ଷ ମୋବାଇଲ୍ ୟୁଜର୍ସଙ୍କ ପାଇଁ କିଛି ନୂଆ ନିୟମ ଲାଗୁ କରିଛି, ଯେଉଁଥିରେ ୟୁଜର୍ସଙ୍କୁ ଫେକ୍ କଲ୍ସରୁ ମୁକ୍ତି ମିଳିବ ।