BSNL ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ, ଏହି ୟୁଜରମାନେ ଫ୍ରିରେ ଦେଖିପାରିବେ ଲାଇଭ୍ ଟିଭି ଏବଂ OTT
ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ନୂଆ ଅଫର ଆଣିଛି । ବର୍ତ୍ତମାନ କମ୍ପାନୀ ଏହାର ଗ୍ରାହକମାନଙ୍କୁ OTT ପ୍ଲାଟଫର୍ମ ଏବଂ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଟିଭି ଚ୍ୟାନେଲ ଦେଖିବାର ସୁବିଧା ଦେବାକୁ ଯାଉଛି । କମ୍ପାନୀର ଫାଇବର ବେସ୍ଡ ବ୍ରଡବ୍ୟାଣ୍ଡ କନେକ୍ସନ ଗ୍ରହଣ କରୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ଏହା ଅଧୀନରେ, ବିନା ମୂଲ୍ୟରେ କନେକ୍ସନ ସହିତ ସେମାନଙ୍କୁ ଇଣ୍ଟରନେଟ୍ ଟିଭି ସେବା ଯୋଗାଇ ଦିଆଯିବ । ଏହି ସେବା ଖୁବ୍ ଶୀଘ୍ର ବିହାରରେ ଆରମ୍ଭ ହେବାକୁ ଯାଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ, BSNL ର ଫାଇବର ଟୁ ହୋମ (FTTH) ନେଟୱାର୍କ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ସେବାର ଲାଭ ଉଠାଇ ପାରିବେ । ଏଥିରେ ସେମାନେ ମାଗଣା ଇଣ୍ଟରନେଟ ଫାଇବର ଲାଇଭ ଟିଭି ସୁବିଧା ପାଇବେ । ଏଥିରେ OTT ପ୍ଲାଟଫର୍ମ ଏବଂ ଟିଭି ଚ୍ୟାନେଲ ଦେଖିବା ପାଇଁ କମ୍ପାନୀ ସୁବିଧା ଯୋଗାଇଥାଏ । ଏହି ସେବା ପ୍ରଥମେ ଗୟା, ମୁଜାଫରପୁର, ଭାଗଲପୁର, ପାଟନା ଏବଂ ଦରଭଙ୍ଗା ଠାରେ ଆରମ୍ଭ ହେବ । ଧୀରେ ଧୀରେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଆରମ୍ଭ ହେବ ।
BSNL ର ଏହି ସେବାରେ ଗ୍ରାହକମାନେ କୌଣସି ଅତିରିକ୍ତ ଟଙ୍କା ନ ଦେଇ OTT ଏବଂ ଟିଭି ଚ୍ୟାନେଲ ଦେଖିପାରିବେ । ଏଥିରେ ନେଟଫ୍ଲିକ୍ସ ଏବଂ ଡିଜନି ହଟଷ୍ଟାର ଇତ୍ୟାଦି ମଧ୍ୟ ସାମିଲ ହେବ । ଏହା ବ୍ୟତୀତ, ସେମାନେ ଏହି ପ୍ଲାନରେ ସ୍ପୋର୍ଟ୍ସ ଚ୍ୟାନେଲ ମଧ୍ୟ ପାଇବେ । ଏହି ସୁବିଧା କେବଳ ସ୍ମାର୍ଟ ଟିଭିରେ ଉପଲବ୍ଧ ହୋଇପାରିବ । ଏଥିରେ ୟୁଜର୍ସଙ୍କୁ ଡାଟା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ ।
ବିଏସଏନଏଲର ଏହି ଅଫର ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ପଞ୍ଜାବ ପରି ରାଜ୍ୟର ଅନେକ ସହରରେ ଚାଲିସାରିଛି । ଏହି ଅଫର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର ଲାଭ ପ୍ରତ୍ୟେକ FTTH ପ୍ଲାନରେ ଉପଲବ୍ଧ । BSNL ବର୍ତ୍ତମାନ ଏହି ସେବାକୁ ଟ୍ରାଏଲ କରୁଛି ଏବଂ ଏହା ଦେଶରେ ଏହାର ପ୍ରଥମ ସର୍ଭିସ ଅଟେ । କମ୍ପାନୀ କହିଛି ଯେ ଏଥିରେ ଗ୍ରାହକମାନେ କୌଣସି ବିଳମ୍ବ କିମ୍ବା ବଫରିଂ ବିନା ଲାଇଭ୍ ଷ୍ଟ୍ରିମିଂ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ BSNL ନେଟୱାର୍କରେ କାର୍ଯ୍ୟ କରେ ।