ଭାରତୀୟ ଇନ୍‌ଷ୍ଟାଗ୍ରାମ ୟୁଜରମାନଙ୍କ ପାଇଁ ଖୁସି ଖବର, ଦୀପାବଳିରେ ରିଲ୍ସ ବନାନ୍ତୁ ଓ ପଇସା କମାନ୍ତୁ

ଏବେ ରିଲ୍‌ସ କ୍ରିଏଟର୍‌ସ ପାଇଁ ବୋନସ ଆକାରରେ ପଇସା କମାଇବା ଏକ ସୁଯୋଗ ଆସିଛି । ଏହି ପାର୍ବଣ ଋତୁରେ ଇନ୍‌ଷ୍ଟାଗ୍ରାମ ଦେଇଛି ବମ୍ପର ଅଫର। ସର୍ଟ ଭିଡିଓ ବନେଇ ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ। ହଁ ଆଜ୍ଞା ଇନ୍‌ଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରି ଘରେ ବସି ପଇସା କମାଇପାରିବେ । ଆଜି କାଲିର ଦୁନିଆରେ ଏହି କମ୍ପ୍ୟୁଟର ଯୁଗରେ ସମସ୍ତେ ନିଜକୁ ସ୍ମାର୍ଟ ଏବଂ ଅପ୍‌ଡେଟେଡ୍‌ ରଖିବାକୁ ଚାହାଁନ୍ତି। ଆଜିକାଲି ସମସ୍ତେ ମୋବାଇଲ ସିହିତ ଏତେ ଜଡ଼ିତ ହେଇଯାଇଛନ୍ତି ଯେ ଅଧିକାଂଶ ସମୟ ଏଥିରେ ବିତାଉଛନ୍ତି। ସୋସିଆଲ ମିଡିଆର ସବୁ ପ୍ଲାଟଫର୍ମରେ ସମସ୍ତେ ବ୍ୟସ୍ତ ରହୁଛନ୍ତି। ଫଟୋ ପୋଷ୍ଟ ହେଉ କିମ୍ବା ସର୍ଟ ଭିଡିଓ, ସମସ୍ତେ ଏଥିରେ ସମୟ ବିତାଉଛନ୍ତି ।

ସର୍ଟ ଭିଡ଼ିଓ ପ୍ରତି ଆକର୍ଷିତ କରିବାକୁ ଚାହୁଁଛି ଇନ୍‌ଷ୍ଟାଗ୍ରାମ୍‌

ସେହିପରି ଏବେ ପାର୍ବଣ ଋତୁରେ ମେଟାର ମାଲିକାନାରେ ଥିବା ସୋସିଆଲ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ ଏହି ଦୀପାବଳିରେ ତାର ୟୁଜରମାନଙ୍କ ପାଇଁ ଏକ ଖୁସି ଖବର ଦେଇଛି। ରିଲ୍ସ ବନେଇ ପଇସା କମାଇବାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛି।  ଦୁଇ ବର୍ଷ ହେବ ଇନ୍‌ଷ୍ଟାଗ୍ରାମ୍‌ ଧୀରେ ଧୀରେ ଫଟୋ ସେଆରିଙ୍ଗ୍‌ ଅପ୍ସନରୁ ସର୍ଟ ଭିଡ଼ିଓ ଉପରେ ଅଧିକ ଗୁରୁତ୍ୱ ଦେଉଛି। ନୂଆ ଫିଚର୍‌ସ ସହିତ ପଇସା କମେଇବାର ଅଫରସ୍‌ ମଧ୍ୟ ଦେଉଛି। ଟିକ୍‌ଟକ୍‌ ସହିତ ଟକ୍କର ଦେବା ପାଇଁ କମ୍ପାନୀ ତାର ୟୁଜର୍‌ସ ମାନଙ୍କୁ ସର୍ଟ ଭିଡ଼ିଓ ପ୍ରତି ଆକର୍ଷିତ କରିବାକୁ ଚାହୁଁଛି। ଆହୁରି ମଧ୍ୟ ଏହି ଦୀପାବଳିରେ ସର୍ଟ ଭିଡ଼ିଓରେ ଅତିରିକ୍ତ ଇନ୍‌କମର ସୁବିଧା ମଧ୍ୟ ଦେଇଛି।

୫୦୦୦ ଡଲାର ପର୍ଯ୍ୟନ୍ତ ଆୟ କରିପାରିବେ

ମେଟା ତାର ଏହି ପ୍ଲାଟ ଫର୍ମରେ ରିଲ୍ସ ପ୍ଲେ ବୋନସ ଭାରତରେ ଲଞ୍ଚ କରିଛି। ଏହି ଅଫର ମାଧ୍ୟମରେ ୟୁଜର ମାନଙ୍କୁ ୫୦୦୦ ଡଲାର ପର୍ଯ୍ୟନ୍ତ ଆୟ କରିପାରିବେ । ମେଟାର ଏହି ଅଫର ପ୍ରଥମେ ଆମେରିକାରେ ଚାଲିଥିଲା। ଏହି ଅଫର ମାଧ୍ୟମରେ ଇନ୍‌ଷ୍ଟାଗ୍ରାମ୍‌ ତାର ୟୁଜର୍‌ସମାନଙ୍କୁ ଅଧିକରୁ ଅଧିକ ରିଲ୍ସ ବନେଇବା ପାଇଁ ପ୍ରୋତ୍ସାହନ ଦେଉଛି ।
ଏଥିରେ ଯେଉଁ ବୋନସ ମିଳିବ ତାହା ଦର୍ଶକଙ୍କ ଭିଡ଼ଓର ପ୍ଲେ ଉପରେ ନିର୍ଭର କରେ। ଏହା ୧୬୫ ମିଲିୟନ ପ୍ଲେ ପର୍ଯ୍ୟନ୍ତ କାଉଣ୍ଟ କରାଯଏ। ବୋନସ ପାଇଁ ୧୫୦ ରିଲ୍ସ ନିହାତି ଜରୁରୀ । ବୋନସ ପାଇବା ପାଇଁ ଏକ ମାସର ମହଲତ ଦରକାର । ବୋନସ ୧୧ ନଭେମ୍ବର ୨୦୨୩ ପୂର୍ବରୁ ଅକ୍ଟିଭେଟ୍‌ କରାଯାଇ ପାରିବ। ଏଲିଜିବ୍ଲ ୟୁଜର୍‌ସ ବୋନସ ପାଇବାକୁ ହେଲେ ତାଙ୍କୁ ଗତ ୩୦ ଦିନରେ ୧୦୦୦ ଭ୍ୟୁଜ୍‌ ମିଳିବା ଦରକାର।

Leave A Reply

Your email address will not be published.