କମ୍ପାନୀର ୮ ବର୍ଷ ପୂରଣ ହେବା ଖୁସିରେ ଜିଓ ନିଜ ୟୁଜର୍ସଙ୍କ ପାଇଁ ଏକ ସ୍ୱତନ୍ତ୍ର ଆନିଭର୍ସରୀ ଅଫର ଘୋଷଣା କରିଛି । ଏହାର ତିନୋଟି ରିଚାର୍ଜ ପ୍ଲାନ ସହିତ ଫ୍ରି OTT ଆପ୍ସ ସହିତ କମ୍ପାନୀ ଅନେକ ଲାଭ ଘୋଷଣା କରିଛି । ଆଜିଠାରୁ ଅର୍ଥାତ ୫ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ୨୦୧୪ ପର୍ଯ୍ୟନ୍ତ ୟୁଜର୍ସମାନେ ଜିଓର ଏହି ଆନିଭର୍ସରୀ ଅଫରର ଲାଭ ପାଇପାରିବେ । ଆନିଭର୍ସରୀରେ ୟୁଜର୍ସମାନେ ୭୦୦ ଟଙ୍କା ପର୍ଯ୍ୟନ୍ତ ତିନୋଟି ବେନିଫିଟସ୍ ପାଇବେ, ଯେଉଁଥିରେ ୧୦ରୁ ଅଧିକ OTT ଆପ୍ସ ୧୦ ଜିବି ଡାଟା ଭାଉଚର୍ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଜିଓ ଆନିଭର୍ସରୀ ଅଫର୍:
ଜିଓର ଏହି ଲିମିଟେଡ୍ ପିରିୟଡ୍ ଆନିଭର୍ସରୀ ଅଫର ହେଉଛି କମ୍ପାନୀର ୮୯୯, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କା ରିଚାର୍ଜ ପ୍ଲାନ ପାଇଁ । ଏହି ତିନୋଟି ପ୍ଲାନ ସହିତ ୟୁଜର୍ସମାନଙ୍କୁ ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୧୪ ମଧ୍ୟରେ ନମ୍ବର ରିଚାର୍ଜ କରିବାରେ ୭୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯିବ ।
– ୟୁଜର୍ସମାନେ ୧୭୫ ଟଙ୍କା ପର୍ଯ୍ୟନ୍ତ ୧୦ ଟି OTT ଆପର ସବସ୍କ୍ରିପସନ୍ ପାଇବେ । ଆହୁରି ମଧ୍ୟ, ୧୦GB ଡାଟା ଭାଉଚର ଦିଆଯିବ ଯାହାର ଭାଲିଡିଟି ୨୮ ଦିନ ।
-ଏହା ବ୍ୟତୀତ ୟୁଜର୍ସମାନଙ୍କୁ ଜୋମାଟୋ ଗୋଲ୍ଡ ସବସ୍କ୍ରିପସନ୍ ୩ ମାସ ପାଇଁ ଫ୍ରିରେ ପ୍ରଦାନ କରାଯିବ ।
– Ajio.com ରେ ୨,୯୯୯ କିମ୍ବା ତା’ଠାରୁ ଅଧିକ କ୍ରୟ ଉପରେ ୟୁଜର୍ସମାନେ ୫୦୦ ଟଙ୍କା ଫ୍ଲାଟ ଡ଼ିସକାଉଣ୍ଟ ପାଇବେ ।
୮୯୯ ଏବଂ ୯୯୯ ଟଙ୍କା ପ୍ଲାନ:
ଜିଓର ଏହି ଦୁଇଟି ରିଚାର୍ଜ ପ୍ଲାନ ୨GB ଦୈନିକ ଡାଟା ସହିତ ଆସିଥାଏ । ୮୯୯ ଟଙ୍କା ପ୍ଲାନ ୯୦ ଦିନର ଭାଲିଡିଟି ସହିତ ଆସୁଥିବାବେଳେ ୯୯୯ ଟଙ୍କା ପ୍ଲାନ ୯୮ ଦିନର ଭାଲିଡିଟି ସହିତ ଆସିଛି । ଏହା ବ୍ୟତୀତ, ଏହି ଦୁଇଟି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ ଭଏସ୍ କଲିଂ, ଫ୍ରି ରୋମିଂ, ଦୈନିକ ୧୦୦ ଫ୍ରି SMS ଇତ୍ୟାଦିର ସୁବିଧା ପାଇପାରିବେ । ଏହା ସହିତ, ୟୁଜର୍ସମାନେ ଏହି ଉଭୟ ରିଚାର୍ଜ ପ୍ଲାନରେ ଅନଲିମିଟେଡ୍ 5G ଡାଟାର ଲାଭ ମଧ୍ୟ ପାଇବେ ।
୩୫୯୯ ଟଙ୍କା ପ୍ଲାନ:
ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ୩୬୫ ଦିନର ଭାଲିଡିଟି ସହିତ ଆସିଥାଏ । ଏହି ବାର୍ଷିକ ରିଚାର୍ଜ ପ୍ଲାନରେ, ୟୁଜର୍ସମାନେ ପ୍ରତିଦିନ ୨.୫ ଜିବି ଡାଟାର ଲାଭ ପାଇପାରିବେ । ଆହୁରି ମଧ୍ୟ, ୟୁଜର୍ସମାନେ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ଲାଭ ପାଇବେ । କେବଳ ଏତିକି ନୁହେଁ, ଏହି ପ୍ଲାନରେ ଦୈନିକ ୧୦୦ ଫ୍ରି SMS, ନ୍ୟାସନାଲ ରୋମିଂ ଏବଂ ଅନଲିମିଟେଡ୍ 5G ଡାଟା ଭଳି ଅଫର ମଧ୍ୟ ଦିଆଯିବ ।