Jio ର ୪୯ କୋଟି ୟୁଜର୍ସଙ୍କୁ ମିଳିଲା ରିଲାକ୍ସ, ୮୪ ଦିନିଆ ପ୍ଲାନ୍ ଟେନ୍ସନକୁ କଲା ଦୂର
![jio](https://knewsodisha.com/wp-content/uploads/2024/12/jio.jpg)
Jio ୟୁଜର୍ସଙ୍କ ପାଇଁ ଆସିଲା ଏକ ଖୁସି ଖବର । ମୋବାଇଲ୍ ୟୁଜର୍ସଙ୍କ ପାଇଁ ମହଙ୍ଗା ରିଚାର୍ଜ ପ୍ଲାନ୍ ଏକ ବଡ ସମସ୍ୟା ହୋଇଗଲାଣି । ଯେହେତୁ ପ୍ରାଇଭେଟ୍ କମ୍ପାନୀଗୁଡକ ପ୍ଲାନର ପ୍ରାଇସ୍ ବଢ଼ାଇଛନ୍ତି । ୟୁଜର୍ସମାନେ କ୍ରମାଗତ ଭାବରେ ଶସ୍ତା, ଅଫରଡେବଲ୍ ଏବଂ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଖୋଜୁଛନ୍ତି । ନିଜର ୪୯ କୋଟି ୟୁଜର୍ସଙ୍କର ଏହି ଆବଶ୍ୟକତାକୁ ନଜରରେ ରଖି BSNL ଲିଷ୍ଟରେ ୮୪ ଦିନରେ ଚାଲୁଥିବା ଅନେକ ପ୍ଲାନ୍ ଆଡ୍ କରିଛି । ଆପଣଙ୍କୁ କହିବୁ Jio ର ୮୪ ଦିନିଆ ଦମଦାର୍ ପ୍ଲାପ୍ ବିଷୟରେ ।
Jio ଲିଷ୍ଟରେ ବିଭିନ୍ନ ଅଫର ସହିତ ଅନେକ ୮୪ ଦିନିଆ ପ୍ଲାନ୍ ରହିଛି । ଆପଣଙ୍କର ଆବଶ୍ୟକତା ଏବଂ ବଜେଟ୍ ଅନୁଯାୟୀ ଯେ କୈଣସି ପ୍ଲାନ୍ ବାଛିପାରିବେ । Jio ର ୮୪ ଦିନିଆ ପ୍ଲାନର ଖାସ୍ କଥା ହେୁଛି ଏଥିରେ ଆପଣ କେବଳ ଅଧିକ ଡାଟା ମିଳେନାହିଁ ବରଂ OTT ଆପର ଫ୍ରି ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ।
ଯଦି ଆପଣ କମ୍ ଦାମର ପ୍ଲାନ୍ ଖୋଜୁଛନ୍ତି ଯେଉଁଥିରେ ଆପଣଙ୍କୁ ଲମ୍ବା ଭ୍ୟାଲିଡିଟି ସହିତ ଅଧିକ ଡାଟା ଏବଂ OTT ଆପର ସବସ୍କ୍ରିପସନ୍ ମିଳିବ । ତେବେ ଆପଣ Jio ର ୯୪୯ ଟଙ୍କାର ପ୍ଲାନରେ କିଣିପାରିବେ । ଏହି ରିଚାର୍ଜ ପ୍ଲାନକୁ ବଜେଟ୍ ପ୍ଲାନ୍ କହିପାରିବା କାରଣ ଏହା ଏକ ହଜାର ଟଙ୍କାରୁ କମ୍ ପ୍ରାଇସରେ ଏହିପରି ସୁବିଧା ଦେଇଥାଏ ।
Jio ର ୯୪୯ ଟଙ୍କାର ପ୍ଲାନରେ ଆପଣଙ୍କୁ ୮୪ ଦିନର ଲମ୍ବା ଭ୍ୟାଲିଡିଟି ମଳିପାରିବ । ଅର୍ଥାତ୍ ଆପଣ ପ୍ରାୟ ୩ ମାସ୍ ପାଇଁ ରିଚାର୍ଜ ସମସ୍ୟାରୁ ମୁକ୍ତି ପାଇବେ । କମ୍ପାନୀ ଗ୍ରାହକମାନଙ୍କୁ ୮୪ ଦିନ ପାଇଁ ସମସ୍ତ ଦନଟୱାକର୍ରେ ଅନଲିମିଟେଡ୍ ଫ୍ରି କଲିଂ ଅଫର କରିଥାଏ ।
କେବଳ ଫ୍ରି କଲିଂ ନୁହେଁ ବରଂ Jio ଫ୍ରି SMS ମଧ୍ୟ ଦେଇଥାଏ । ଆପଣଙ୍କୁ ପ୍ଲାନ ସହିତ ଦୈନିକ ୧୦୦ ଫ୍ରି SMS ମିଳିବ । ଫ୍ରି SMS ର ବଡ ଫାଇଦା ହେଉଛି ଡାଟା ପ୍ୟାକ୍ ସରିଯିବା ପରେ ଆପଣ SMS ମାଧ୍ୟମରେ ଚାଟିଂ କରିପାରିବେ । ଏହା ବ୍ୟତୀତ ପ୍ଲାନରେ ଆପଣଙ୍କୁ OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ମଧ୍ୟ ଦିଆଯିବ । ଆପଣ ଏହି ପ୍ୟାକରେ ୮୪ ଦିନ ପାଇଁ Disney Plus Hotstar ର ଫ୍ରି ଆକ୍ସେସ୍ କରିପାରିବେ । ଏହା ବ୍ୟତୀତ ଆପଣଙ୍କୁ Jio Cinema, Jio Cloud ଏବଂ Jio TV ର ମଧ୍ୟ ଫ୍ରି ସବସ୍କ୍ରିପସନ୍ ମିଳିବ ।