WhatsApp ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ଗୋଟିଏ ଆପରେ ଚଲାଇପାରିବେ ଅନେକ ଆକାଉଣ୍ଟ

ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଆଉ ଏକ ବିଶେଷ ଫିଚର୍ସ ଆଣିବାକୁ ଯାଉଛି । ମେଟାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରନ୍ତି । ଭାରତରେ ଏହାର ୫୦ କୋଟିରୁ ଅଧିକ ଆକ୍ଟିଭ୍ ୟୁଜର୍ସ ମଧ୍ୟ ଅଛନ୍ତି । ଏହି ଆପ୍ ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ବହୁଳ ଭାବରେ ବ୍ୟବହୃତ ହୁଏ । ହ୍ୱାଟ୍ସଆପ୍ ବର୍ତ୍ତମାନ ଏହାର ୟୁଜର୍ସମାନଙ୍କ ପାଇଁ ମଲ୍ଟିପଲ୍ ଆକାଉଣ୍ଟ ଫିଚର୍ସ ଟେଷ୍ଟିଙ୍ଗ କରୁଛି । ଯେଉଁଥିରେ ୟୁଜର୍ସମାନେ ଗୋଟିଏ ଆପରେ ଏକାସାଙ୍ଗରେ ଏକାଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ ଚଲାଇପାରିବେ ।
ବର୍ତ୍ତମାନ କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି । ହ୍ୱାଟ୍ସଆପ୍ ବ୍ଲଗ୍ ଅନୁଯାୟୀ, ଏହି ଏକାଧିକ ଆକାଉଣ୍ଟ୍ ଫିଚର୍ସ ବର୍ତ୍ତମାନ ଆଇଫୋନ୍ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯାଇଛି । ଅନେକ ଏଭଳି ୟୁଜର୍ସ ଅଛନ୍ତି ଯେଉଁମାନେ ଗୋଟିଏ ଫୋନରେ ଦୁଇଟି ସିମ୍ ବ୍ୟବହାର କରନ୍ତି ଏବଂ ସେହି ନମ୍ବରରେ ହ୍ୱାଟ୍ସଆପ୍ ମଧ୍ୟ ବ୍ୟବହାର କରନ୍ତି । ଆପଣମାନେ ତ ଜାଣିଥିବେ ଦୁଇଟି ସ୍ମାର୍ଟଫୋନରେ ଦୁଇଟି ହ୍ୱାଟ୍ସଆପ୍ ଇନଷ୍ଟଲ୍ ହୋଇପାରିବ ନାହିଁ ।
ଏଭଳି ପରିସ୍ଥିତିରେ ୟୁଜରମାନଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଏକ ସେକେଣ୍ଡାରୀ ଫୋନ୍ ରଖିବାକୁ ପଡିଥାଏ । ହ୍ୱାଟ୍ସଆପର ଏହି ମଲ୍ଟି ଆକାଉଣ୍ଟ୍ ଫିଚର୍ସ iOS 25.2.10.70 ଭର୍ସନ ସହିତ ଅଣାଯାଇଛି । ଶୀଘ୍ର, ଏହି ଫିଚର୍ସ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । WABetaInfo ଅନୁଯାୟୀ, ଏହି ଫିଚର୍ସ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ବିଟା ଟେଷ୍ଟିଂ କରାଯିବ ।
ଏହା ପରେ ଏହାର ଷ୍ଟେବଲ୍ ଭର୍ସନ ରୋଲଆଉଟ୍ କରାଯିବ । ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କ ଉଭୟ ହ୍ୱାଟ୍ସଆପ୍ ଆକାଉଣ୍ଟର ଚାଟ୍ ବ୍ୟାକଅପ୍, ସେଟିଂସ୍ ଏବଂ ଚାଟ୍ ଭିନ୍ନ ହେବ ଯାହା ଦ୍ୱାରା ୟୁଜର୍ସମାନେ କୌଣସି ପ୍ରକାର କନଫ୍ୟୁଜନର ସମ୍ମୁଖୀନ ହେବେ ନାହିଁ । ୟୁଜର୍ସମାନେ ଆପରେ ଥିବା ଦୁଇଟି ଆକାଉଣ୍ଟ ମଧ୍ୟରେ ସୁଇଚ୍ କରି ମେସେଜ ଚେକ୍ କରି ରିପ୍ଲାଏ ଦେଇପାରିବେ ।
ଏଭଳି କରନ୍ତୁ ବ୍ୟବହାର:
-ଆଇଫୋନ୍ ୟୁଜର୍ସମାନେ ପ୍ରଥମେ ସେମାନଙ୍କର ଆପକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରିବା ଜରୁରୀ ।
-ଏହା ପରେ, ୟୁଜରମାନଙ୍କୁ ଆପ୍ ସେଟିଂସର ଆକାଉଣ୍ଟ୍ ସେକ୍ସନକୁ ଯିବାକୁ ପଡିବ ।
-ଏଠାରେ ସେମାନେ ଏକ ଆକାଉଣ୍ଟ୍ ଯୋଡିବାର ଅପ୍ସନ ପାଇବେ । ୟୁଜରମାନେ ପ୍ରାଇଭେସି ପଲିସି ଇତ୍ୟାଦି ଗ୍ରହଣ କରି ଆପରେ ଅନ୍ୟ ଏକ ଆକାଉଣ୍ଟ ଯୋଡିପାରିବେ ।
-ଏହା ପରେ ୟୁଜର୍ସଙ୍କୁ ତାଙ୍କ ଫୋନ୍ ନମ୍ବର ଇତ୍ୟାଦି ଭ୍ୟାରିଫାଏ କରିବାକୁ ପଡିବ ।
-ତା’ପରେ ଆପଣ ସମାନ ଆପରେ ସେକେଣ୍ଡାରୀ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ।