ଖୁବ୍‌ ଶୀଘ୍ର Google Chromeରେ ଯୋଡି ହେବାକୁ ଯାଉଛି ୩ଟି ନୂଆ ଫିଚର, ଜାଣନ୍ତୁ କ’ଣ

ଆଜିକାଲି ପ୍ରାୟ ସମସ୍ତ ଲୋକ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଗୁଗୁଲ ଏହାର କ୍ରୋମ ବ୍ରାଉଜର ପାଇଁ ଏକ ନୂଆ ଅପ୍‌ଡେଟ୍‌ ଦେଇଛି । ଏହି ନୂଆ ଅପଡେଟ୍ ସହିତ କମ୍ପାନୀ କ୍ରୋମରେ ୩ ଟି ଦମ୍‌ଦାର ଫିଚର ଆଣିଛି । କ୍ରୋମ ବ୍ରାଉଜରରେ ଯୋଡି ହୋଇଥିବା ଏହି ୩ଟି ନୂଆ ଫିଚର ହେଉଛି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚର । ଏହି ସବୁ ଫିଚର ସାହାଯ୍ୟରେ ଅନେକ କାର୍ଯ୍ୟ ବର୍ତ୍ତମାନ ଡେସ୍କଟପରେ ସହଜରେ କରାଯାଇପାରିବ ।

ତେବେ ଗୁଗୁଲ ଏହାର ଫିଚର ସହିତ Google AI ଏବଂ Gemini ମଡେଲ ବ୍ୟବହାର କରିଛି । ୟୁଜରମାନଙ୍କ ପାଇଁ ଉପଲବ୍ଧ ସମସ୍ତ ଫିଚରଗୁଡିକ ଜେନେରେଟିଭ୍ AI ଆଧାରିତ ଫିଚରଗୁଡିକ ଚଳିତ ବର୍ଷ ଜାନୁଆରୀରେ ଆରମ୍ଭ ହେବ । ଏହି ଅପ୍‌ଡେଟ୍‌ ସହିତ କ୍ରୋମ୍ ୟୁଜରମାନଙ୍କୁ ଡେସ୍କଟପରେ ଗୁଗୁଲ୍ ଲେନ୍ସର ସୁବିଧା ମଧ୍ୟ ଦେଇଛି । ତାହେଲେ ଆସନ୍ତୁ ଏହି ତିନୋଟି ନୂଆ ଫିଚର ବିଷୟରେ ଜାଣିବା ।

ଡେସ୍କଟପରେ ଗୁଗୁଲ୍ ଲେନ୍ସ ଉପଲବ୍ଧ ହେବ :
ଏହି ଅପ୍‌ଡେଟ୍‌ ସହିତ ଗୁଗୁଲ୍ ବର୍ତ୍ତମାନ ଡେସ୍କଟପ୍ କ୍ରୋମ୍ ବ୍ୟବହାରକାରୀଙ୍କୁ ଗୁଗୁଲ୍ ଲେନ୍ସ ସୁବିଧା ପ୍ରଦାନ କରିଛି । ଯାହାଫଳରେ ଆପଣ କରୁଥିବା କିଛି କାମ ନ ଛାଡି ଗୁଗୁଲରେ କିଛି ମଧ୍ୟ ସର୍ଚ୍ଚ କରିପାରିବେ । ଏଥିପାଇଁ କମ୍ପାନୀ ଏହି ନୂଆ ଫିଚରରେ ଗୁଗୁଲ୍ ଲେନ୍ସ ଆଇକନ୍ ଯୋଡିଛି । ଏହି ଆଇକନ୍ ଉପରେ କ୍ଲିକ୍ କରି, ୟୁଜରମାନେ ସର୍ଚ୍ଚ କରିବାକୁ କିଛି ହାଇଲାଇଟ୍ କରିବାର ଅପ୍‌ସନ୍‌ ପାଇବେ । ତେବେ ଗୁଗୁଲରେ ସର୍ଚ୍ଚ କରିବା ପାରେ ଆପଣ ସାଇଟ୍‌ର ପ୍ୟାନେଲରେ ଭିଜୁଆଲ୍ ମ୍ୟାଚ୍ ଏବଂ ଅନ୍ୟାନ୍ୟ ଜିନିଷ ଦେଖିପାରିବେ ।

Tab Compare ଫିଚର :
ଗୁଗୁଲ୍ କ୍ରୋମ୍ ଖୁବ୍ ଶୀଘ୍ର ଏହାର ୟୁଜରମାନଙ୍କୁ Tab Compare ନାମକ ଏକ ଫିଚର ପ୍ରଦାନ କରିବାକୁ ଯାଉଛି । ଏହି ଫିଚରର ସାହାଯ୍ୟରେ ଆପଣ ଅନଲାଇନ୍ ସପିଂକୁ ସହଜ କରିବାକୁ ସମର୍ଥ ହେବ । Tab Compare ଆପଣ ସେଗୁଡିକର ଏକ ଲିଷ୍ଟ ତିଆରି କରି ଅନେକ ଜିନିଷକୁ ସହଜରେ ଜାଣିପାରିବେ । ଏହି ଫିଚରର ଆପଣ ବହୁତ ସହଜରେ ଲାଭ ଉଠାଇପାରିବେ ।

ବ୍ରାଉଜିଂ ହିଷ୍ଟ୍ରି :

କ୍ରୋମ ହିଷ୍ଟ୍ରିକୁ ସୁବିଧାଜନକ କରିବାକୁ ଗୁଗୁଲ ବର୍ତ୍ତମାନ AI ବ୍ୟବହାର କରୁଛି । ଏହି ଫିଚର ସାହାଯ୍ୟରେ ଆପଣ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷକୁ ଆପଣ ସହଜରେ ପାଇପାରିବେ । ଏହି ଫିଚର ସମସ୍ତଙ୍କ ପାଇଁ ଅପ୍ସନାଲ ରହିବ । ଆପଣ ଏହାକୁ ଇନ୍‌ବେଲ୍‌ ଏବଂ ଡିସ୍‌ବେଲ୍‌ ମଧ୍ୟ କରିପାରିବେ । ତେବେ ଗୁଗୁଲର ଏହି ବ୍ରାଉଜିଂ ହିଷ୍ଟ୍ରି ଫିଚର ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ନୂଆ ଅପଡେଟ୍ ସହିତ କ୍ରୋମ୍ ଲେନ୍ସ ରୋଲ କରିବ କିନ୍ତୁ Tab Compare ଏବଂ ରେଡିସ୍କୋଭର କିଛି ସପ୍ତାହ ମଧ୍ୟରେ ଲଞ୍ଚ ହେବାକୁ ଯାଉଛି ।

You might also like