ପୁଣିଥରେ ୧୫୦ଟି ବିପଜ୍ଜନକ ଆପ୍‌କୁ ଡିଲିଟ୍‌ କଲା ଗୁଗଲ, ଆପଣ ବି ତୁରନ୍ତ କରନ୍ତୁ ଅନ୍‌ଇନ୍‌ଷ୍ଟଲ୍‌

ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଗଲ ପ୍ଲେ-ଷ୍ଟୋର (Google Play Store) ପୁଣିଥରେ ୧୫୦ଟି ବିପଜ୍ଜନକ ଆପ୍‌କୁ ବ୍ୟାନ୍‌ କରିଦେଇଛି। ଏହି ସମସ୍ତ ଆପ୍‌ ଏସ୍‌ଏମ୍‌ଏସ୍‌ ସ୍କାମ୍‌, ଯାହା ୟୁଜର୍ସଙ୍କୁ କୌଣସି ନା କୌଣସି ବାହାନାରେ ଠକୁଥିଲେ। ପ୍ଲେ-ଷ୍ଟୋରର ଏହି ୧୫୦ଟି ଆପ୍‌ SMS Scam Apps UltimaSMS ନାମକ ଏକ ଅଭିଯାନ ଚଲାଉଥିଲେ। ରିପୋର୍ଟ ମୁତାବକ, ଏହି ଆପ୍‌କୁ ପ୍ଲେ-ଷ୍ଟୋରରୁ ୧୦.୫ ମିଲିୟନ୍‌ରୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି।

ସାମ୍ନାକୁ ଆସିଥିବା ରିପୋର୍ଟରେ UltimaSMS ସ୍କାମ୍‌ କ୍ୟାମ୍ପେନ୍‌ ବିଷୟରେ ଚିନ୍ତାଜନକ କଥା କୁହାଯାଇଛି ଯେ ଏହା କୌଣସି ଦେଶ ବା ଟୋପୋଗ୍ରାଫି ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ମିଶର, ସାଉଦି ଆରବ, ପାକିସ୍ତାନ, ସଂଯୁକ୍ତ ଆରବ ଅମିରତ, ତୁର୍କୀ, ଓମାନ୍‌, କତର, କୁବେତ, ଆମେରିକା ଓ ପୋଲାଣ୍ଡରେ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ସହ ସାରା ବିଶ୍ୱର ସବୁ ଦେଶରେ ରହିଛନ୍ତି।

କେମିତି କାମ କରି ଏହି SMS Scam ଆପ୍‌:

ରିପୋର୍ଟ ମୁତାବକ, ଯେତେବେଳେ କେହି ଏହି ଆପ୍‌କୁ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିଥାନ୍ତି ସେତେବେଳେ ଆପ୍‌ ୟୁଜରଙ୍କ ସ୍ଥାନ, ଏମ୍‌ଇଆଇ (MEI ) ନମ୍ବର ଓ ଫୋନ୍‌ ନମ୍ବରର ଯାଞ୍ଚ କରିଥାଏ। ଏହି ଡାଟା ଅନୁସାରେ କେଉଁ ଦେଶର କୋଡ୍‌ ଓ ଭାଷା ବ୍ୟବହାର କରିହେବ ତାହା ନିର୍ଦ୍ଧାରିତ ହୋଇଥାଏ। ସୂଚନାଯୋଗ୍ୟ ଯେ ଏହି ଆପ୍‌ ଯେଉଁ ଦେଶରେ ସ୍କାମ୍‌ କରିଥାଏ ସେଠାକାର ଭାଷା ଓ କୋଡ୍‌ ବ୍ୟବହାର କରିଥାଏ। ଏହି ଆପ୍‌କୁ ଡାଉନ୍‌ଲୋଡ୍‌ ଓ ଇନ୍‌ଷ୍ଟଲ୍‌ କରିବା ପରେ ୟୁଜର୍ସଙ୍କ ଠାରୁ ଫୋନ୍‌ ନମ୍ବର ମଗାଯାଏ। ବେଳେବେଳେ ୟୁଜରଙ୍କ ଆଇଡି ମଧ୍ୟ ମଗାଯାଏ।

ସମସ୍ତ ସୂଚନା ଦେବା ପରେ ୟୁଜର୍ସ ପ୍ରିମିୟମ୍‌ SMS ସର୍ଭିସେଜ୍‌ର ସବ୍‌ସ୍କ୍ରିପସନ୍‌ ନେଇଥାନ୍ତି। ଦେଶ ଓ ମୋବାଇଲ କ୍ୟାରିୟର ଆଧାରରେ ମାସିକ ଏଥିପାଇଁ ୪୦ ଡଲାର ବା ୨୯୯୭ ଟଙ୍କା ଦେବାକୁ ପଡ଼ିଥାଏ। ଆପ୍‌ର ଆଡ୍‌ ଫିଚରକୁ ଅନ୍‌ଲକ୍‌ କରିବା ପରିବର୍ତ୍ତେ ଆପ୍‌ ଆପ୍ସ ଏସ୍‌ଏମ୍‌ଏସ୍‌ ସବ୍‌ସ୍କ୍ରିପସନ୍‌ର ଅପ୍‌ସନ୍‌ ଦେଖାଇଥାଏ କିମ୍ବା କାମ କରିବା ବନ୍ଦ କରି ଦେଇଥାଏ। ଏଣୁ ଯଦି ଆପଣଙ୍କ ଫୋନ୍‌ରେ ମଧ୍ୟ ଏସ୍‌ଏମ୍‌ଏସ୍‌ ସର୍ଭିସ ଥିବା ଆପ୍‌ ରହିଛି, ତେବେ ତାହାକୁ ଶୀଘ୍ର ଡିଲିଟ୍‌ କରି ଦିଅନ୍ତୁ।

Leave A Reply

Your email address will not be published.