ଦୀପାବଳି ସ୍ପେଶାଲ ଅଫର୍ ଆଣିଛି ଗୁଗୁଲ୍, ମାତ୍ର ୧୧ ଟଙ୍କାରେ ମିଳିବ 2TB କ୍ଲାଉଡ୍ ଷ୍ଟୋରେଜ୍

ଦୀପାବଳି ପାଇଁ ଗୁଗୁଲ୍ ଏକ ସ୍ପେଶାଲ ଅଫର୍ ଘୋଷଣା କରିଛି । କମ୍ପାନୀ ଏହାର କ୍ଲାଉଡ୍ ଷ୍ଟୋରେଜ୍ ଏବଂ ସବସ୍କ୍ରିପସନ୍ ମୂଲ୍ୟ ହ୍ରାସ କରିଛି । ଗୁଗୁଲ୍ ଦୀପାବଳିରେ ୟୁଜର୍ସଙ୍କୁ ମାତ୍ର ୧୧ ଟଙ୍କାରେ 2TB କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରୁଛି । ଏହି ଅଫର୍ କମ୍ପାନୀର ସମସ୍ତ ଷ୍ଟୋରେଜ୍ ପ୍ଲାନ ପାଇଁ ପ୍ରଯୁଜ୍ୟ । ଏଥିରେ ୟୁଜର୍ସଙ୍କୁ ଲିମିଟେଡ୍ ପିରିୟଡ୍ ପାଇଁ Google One ସ୍ପେଶାଲ୍ ସବସ୍କ୍ରିପସନ୍ ପ୍ଲାନ୍ ମିଳିବ, ଯାହା Google ଫଟୋ, Google ଡ୍ରାଇଭ୍ ଏବଂ AI ଭଳି ସୁବିଧା ପ୍ରଦାନ କରେ । ତେବେ ଆସନ୍ତୁ Google ର ଏହି ସ୍ପେଶାଲ୍ ଦୀପାବଳି ଅଫର୍ ବିଷୟରେ ଅଧିକ ଜାଣିବା…

ଗୁଗୁଲର ଏହି ଦୀପାବଳି ଅଫରଟି ଖୁବ୍ ଶୀଘ୍ର ଶେଷ ହୋଇଯିବ। ତେବେ ୟୁଜର୍ସମାନେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇବାକୁ ପଡିବ । ଏହି ଅଫର ଅନୁଯାୟୀ, ୟୁଜର୍ସମାନେ ୩୦GB ରୁ 2TB କ୍ଲାଉଡ୍ ଷ୍ଟୋରେଜ୍ ପର୍ଯ୍ୟନ୍ତ ପ୍ଲାନ ପାଇପାରିବେ । ଏହି ସମସ୍ତ ପ୍ଲାନଗୁଡ଼ିକ ପ୍ରତି ମାସରେ ମାତ୍ର ୧୧ ଟଙ୍କାରେ ଉପଲବ୍ଧ । ହେଲେ, ଦୀପାବଳି ଅଫର ଅନୁଯାୟୀ, ପ୍ରଥମ ତିନି ମାସ ପାଇଁ ଯେକୌଣସି ପ୍ଲାନ ପାଇଁ ୟୁଜର୍ସମାନଙ୍କୁ ମୋଟ ୩୩ ଟଙ୍କା ଦେବାକୁ ପଡିବ । ଏହା ପରେ, ୟୁଜର୍ସମାନଙ୍କୁ ପ୍ଲାନର ରେଗୁଲାର୍ ପ୍ରାଇସ୍ ଚାର୍ଜ କରାଯିବ ।

Google One ପ୍ଲାନ୍:
ଗୁଗୁଲର ସବୁଠାରୁ ସୁଲଭ ଗୁଗୁଲ ୱାନ ଲାଇଟ ପ୍ଲାନ୍ ମାସିକ ୫୯ ଟଙ୍କା ରୁ ଆରମ୍ଭ ହେଉଛି । ଏଥିରେ ୟୁଜର୍ସଙ୍କୁ ଗୁଗୁଲ ଡ୍ରାଇଭରେ ୩୦GB କ୍ଲାଉଡ୍ ଷ୍ଟୋରେଜ୍ ର ଲାଭ ମିଳିବ । ଏହା ବ୍ୟତୀତ କମ୍ପାନୀ ପାଖରେ ଆଉ ଏକ ବେସିକ୍ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୧୦୦GB ପର୍ଯ୍ୟନ୍ତ କ୍ଲାଉଡ୍ ଷ୍ଟୋରେଜ୍ ରହୁଛି । ସେହିଭଳି, ଷ୍ଟାଣ୍ଡାର୍ଡ ପ୍ଲାନରେ ୨୦୦GB ଏବଂ ପ୍ରିମିୟମ୍ ପ୍ଲାନରେ 2TB ର କ୍ଲାଉଡ୍ ଷ୍ଟୋରେଜ୍ ମିଳିପାରିବ ।

Google Oneର ବେସିକ୍ ଏବଂ ଷ୍ଟାଣ୍ଡାର୍ଡ ପ୍ଲାନ ପାଇଁ ଯଥାକ୍ରମେ ୧୩୦ ଟଙ୍କା ଏବଂ ୨୧୦ ଟଙ୍କା ପ୍ରତି ମାସରେ ଦେବାକୁ ହେବ । ସେହିଭଳି, ପ୍ରିମିୟମ୍ ପ୍ଲାନ ପାଇଁ ପ୍ରତି ମାସରେ ୬୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୟୁଜର୍ସମାନେ ଏହି ଦୁଇଟି ପ୍ଲାନ୍ ପାଇଁ ମାସିକ ଏବଂ ବାର୍ଷିକ ପେମେଣ୍ଟ କରିପାରିବେ। ବାର୍ଷିକ ପେମେଣ୍ଟ କରିବା ଉପରେ ୟୁଜର୍ସ ୩୭% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

Google One Lite ପାଇଁ, ୟୁଜର୍ସମାନଙ୍କୁ ବାର୍ଷିକ ୭୦୮ ଟଙ୍କା ଦେବାକୁ ପଡିବ । ବେସିକ୍, ଷ୍ଟାଣ୍ଡାର୍ଡ ଏବଂ ପ୍ରିମିୟମ୍ ପ୍ଲାନଗୁଡ଼ିକର ମୂଲ୍ୟ ବାର୍ଷିକ ଯଥାକ୍ରମେ ୧,୫୬୦, ୨,୫୨୦ ଟଙ୍କା ଏବଂ ୭,୮୦୦ ଟଙ୍କା ରହିଛି । ଏହି ଅଫର ଅନୁଯାୟୀ, ଏହି ପ୍ଲାନଗୁଡ଼ିକ ଯଥାକ୍ରମେ ୪୭୯, ୧୫୬୦, ୧୬୦୦ ଏବଂ ୪,୯୦୦ ଟଙ୍କାରେ ଉପଲବ୍ଧ ହେବ । ତେଣୁ ଆପଣମାନେ ଏହି ଅଫର ଲାଭ ଶୀଘ୍ର ଉଠାନ୍ତୁ ।

Also read : ସାଧାରଣ ଇଣ୍ଟରନେଟ୍ ଏବଂ ସାଟେଲାଇଟ୍ ଇଣ୍ଟରନେଟ୍ ମଧ୍ୟରେ ଫରକ କଣ ? ଜାଣନ୍ତୁ କାହାର ସ୍ପିଡ୍ ଅଧିକ