ଟେକ୍

ସାମ୍ନାକୁ ଆସିଲା କ୍ରୋମ ବ୍ରାଉଜରର ସୁରକ୍ଷାକୁ ନେଇ ତ୍ରୁଟି, ଜାଣନ୍ତୁ ୟୁଜର୍ସଙ୍କୁ କି ଉପଦେଶ ଦେଲା ଗୁଗଲ୍

ଯଦି ଆପଣ ଗୁଗଲ୍ ର କ୍ରୋମ ବ୍ରାଉଜର ବ୍ଯବହାର କରୁଛନ୍ତି ତେବେ ଏହି ଖବର ଉପରେ ନିଶ୍ଚିନ୍ତ ଧ୍ଯାନ ଦିଅନ୍ତୁ। କ୍ରୋମ ବ୍ରାଉଜରରେ ଏଭଳି ଏକ ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ କମ୍ପାନୀ ନୂଆ ଲାଟେଷ୍ଟ ଅପଡେଟ୍ ରେ ଠିକ୍ କରିସାରିଛି। ଗୁଗଲ୍ ନିଜର ଅଫିସିଆଲ ବ୍ଲଗ ପୋଷ୍ଟରେ କହିଛି, କମ୍ପାନୀ ପକ୍ଷରୁ Chrome 80 ରେ ଉଚ୍ଚ ସ୍ତରର ସମସ୍ଯା ସାମ୍ନାକୁ ଆସିଛି, ଯାହାଦ୍ବାରା ଏହି ସମସ୍ଯା ର ଫାଇଦା ଉଠାଇ ହ୍ଯାକର୍ସମାନେ ଲୋକଙ୍କୁ ଫସାଇ ପାରିବେ ଏବଂ ଫେକ୍ ୱେବସାଇଟ୍ ଜରିଆରେ ରିଡାୟରେକ୍ଟ କରିପାରିବେ। ଏପରିକି ସମସ୍ତ କମ୍ପ୍ଯୁଟର ସିଷ୍ଟମ ଉପରେ ଏହି ତ୍ରୁଟି ଜରିଆରେ ଲକ୍ଷ୍ଯ ରଖାଯାଇପାରିବ। ଏହିକାରଣରୁ ଗୁଗଲ୍ ୟୁଜର୍ସଙ୍କୁ ଜଲଦି ବ୍ରାଉଜର ଅପଡେଟ୍ କରିବା ପାଇଁ ଉପଦେଶ ଦେଇଛି।

ଗୁଗଲ୍ କହିବାନୁଯାୟୀ CVE-2020-6418 ଏକ ସମସ୍ଯା, ଯାହା V8 ଜାଭା ସ୍କ୍ରିପ୍ଟରେ ଏକ ପ୍ରକାର ଦ୍ବନ୍ଦ ସୃଷ୍ଟି କରିଥାଏ। Forbes ରିପୋର୍ଟ ଅନୁଯାୟୀ ଏହି ସୁରକ୍ଷା ସହ ଜଡିତ ତ୍ରୁଟିର କାରଣ ପ୍ରଡକ୍ଟ ୱେଣ୍ଡର କିମ୍ବା ସିକ୍ଯୋରିଟି ରିସର୍ଚ୍ଚର୍ସଙ୍କୁ ଜଣାପଡିନାହିଁ। କିନ୍ତୁ ଏହାର ଫାଇଦା ହ୍ଯାକର୍ସମାନେ ଖୁବ୍ ସହଜରେ ଉଠାଇପାରିବେ। ସୂଚନା ମୁତାବକ ଏହି ସମସ୍ଯା ପ୍ରଥମେ ଗୁଗଲ୍ ସିକ୍ଯୋରିଟି ଟୀମ୍ ର ଆଦ୍ରେ ବର୍ଗଲ ପାଇଥିଲେ, ଯେଉଁଥିପାଇଁ ତାଙ୍କୁ ୫୦୦୦ଡଲାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି।

ଏଭଳି ଅପଡେଟ କରନ୍ତୁ ବ୍ରାଉଜର

ଗୁଗଲ୍ କ୍ରୋମ ବ୍ରାଉଜର୍ କୁ ଆପଣ ମାନୁଆଲୀ ମଧ ଅପଡେଟ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ୱିଣ୍ଡୋଜ୍ ଏବଂ ମ୍ଯାକ୍ କମ୍ପ୍ଯୁଟରରେ ଗୁଗଲ୍ କ୍ରୋମ ବ୍ରାଉଜର ଖୋଲିବାକୁ ପଡିବ। ଯାହାପରେ ଟନପ୍ ରାଇଟ କର୍ଣ୍ଣରରେ ଦେଖାଯାଉଥିବା ତିନଟି ଡଟ୍ସରେ କ୍ଲିକ୍ କରନ୍ତୁ। ଏହାପରେ ଏକ ଡ୍ରାପ୍ ଡାଉନ ମେନ୍ଯୁ ଆପଣଙ୍କ ସାମ୍ନାରେ ଖୋଲିବ। ଏହି ମେନ୍ଯୁରେ ଆପଣ Help ଏବଂ About Google Chrome ମେନ୍ଯୁକୁ ଯାଆନ୍ତୁ। ଏହି ପେଜ୍ କୁ ଖୋଲିବା ପରେ ହିଁ ଅପଡେଟ୍ ଆରମ୍ଭ ହୋଇଯିବ। ଥରେ ଅପଡେଟ୍ ହେବା ପରେ କ୍ରୋମକୁ ପୁଣିଥରେ ରିଲଞ୍ଚ କରିବାର ଆବଶ୍ଯକତା ପଡିବ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago