ଗୁଗଲ କ୍ରୋମ୍‌ ୟୁଜର୍ସ ସାବଧାନ! ହ୍ୟାକର୍ସ ଏବେ ନୂଆ ଟେକ୍ନିକ୍‌ରେ କରୁଛନ୍ତି ଆଟାକ୍‌, ଏମିତି ରୁହନ୍ତୁ ସୁରକ୍ଷିତ

ଗୁଗଲ ନିଜ ସମସ୍ତ ୟୁଜର୍ସଙ୍କୁ ଏକ ନୂଆ ବିପଦ ଆଶଙ୍କା କରି ଚେତାବନୀ ଦେଇଛି। ଗୁଗଲର ସୂଚନା ମୁତାବକ, କମ୍ପ୍ୟୁଟରରେ ଗୁଗଲ କ୍ରୋମ୍‌ ବ୍ରାଉଜର ମାଧ୍ୟମରେ ହ୍ୟାକର୍ସମାନେ ଡାଟା ଚୋରି କରୁଛନ୍ତି। ଜିରୋ ଡେ’ ନାମକ ଏହି ବିପଦ ଏବେ କୋଟି କୋଟି କ୍ରୋମ୍‌ ୟୁଜରଙ୍କ ଡାଟାକୁ ଚୋରି କରିବାରେ ସକ୍ଷମ ହେଉଛି। ହ୍ୟାକର୍ସମାନେ ଏହି ଦୋଷ ବିଷୟରେ ପୂର୍ବରୁ ହିଁ ଜାଣି ସାରିଥିଲେ। ଏଣୁ ଏହାର ଫାଇଦା ଉଠାଇ ସେମାନେ ୟୁଜର୍ସଙ୍କ ଡାଟା ଚୋରି କରୁଛନ୍ତି ବୋଲି ଗୁଗଲ ଆଶଙ୍କା ବ୍ୟକ୍ତ କରିଛି।

ଗୁଗଲ ୟୁଜର୍ସଙ୍କୁ ଗୁଗଲ କ୍ରୋମ୍‌ର ବଗ୍‌ ବିଷୟରେ ସଚେତନ କରିବା ପରେ ଏହାକୁ ଅଣଦେଖା ନ କରିବାକୁ ପରାମର୍ଶ ଦେଇଛି। ଏହି ହ୍ୟାକର୍ସଙ୍କ କବଳରୁ ବର୍ତ୍ତିବାକୁ ଗୁଗଲ ସମସ୍ତ ୟୁଜର୍ସଙ୍କୁ କ୍ରୋମ୍‌କୁ ଅପଡେଟ୍‌ କରିବାକୁ ପରାମର୍ଶ ଦେଇଛି। ଗୁଗଲ ପକ୍ଷରୁ ଏହି ଅପ୍‌ଡେଟ୍‌ ଭର୍ସନରେ ସଫ୍ଟ ୱେୟାରକୁ ଠିକ୍‌ କରିବାକୁ ପ୍ୟାଚ୍‌ ଜାରି କରାଯାଇଛି।

ଗୁଗଲ ପକ୍ଷରୁ କୁହାଯାଇଛି ଯେ କ୍ରୋମ୍‌ରେ ଗୋଟିଏ ନୁହେଁ ବରଂ ୪ଟି ବଗ୍‌ ଥିବା ଜାଣିବାକୁ ମିଳିଛି। କିନ୍ତୁ ସେଥିମଧ୍ୟରୁ ୨ଟି ଅତି ବିପଜ୍ଜନକ। ଏଣୁ ସେମାନଙ୍କୁ ପ୍ରତିହତ କରିବାକୁ ଗୁଗଲ ଏବେ ଅପଡେଟ୍‌ ଜାରି କରିଛି। ଏହି ଅପ୍‌ଡେଟ୍‌କୁ ଫୋନ୍‌ରେ ଇନ୍‌ଷ୍ଟଲ କଲେ ହ୍ୟାକର୍ସ ଆଉ ଡାଟା ଚୋରି କରିବାକୁ ସକ୍ଷମ ହେବେ ନାହିଁ ବୋଲି ଗୁଗଲ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.