ଗୁଗଲ କ୍ରୋମ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ, ଡାଉନଲୋଡ଼ କରନ୍ତୁ ଏହାର ନୂଆ ଭର୍ସନ

ଆଜିର ଯୁଗରେ କୌଣସି କାମ ଇଣ୍ଟରନେଟ ବିନା ହୁଏନି। ପ୍ରତ୍ୟେକ ମଣିଷ ସବୁବେଳେ ନେଟ୍ ବ୍ୟବହାର କରନ୍ତି। କାରଣ ବର୍ତ୍ତମାନ ଅନେକ କାମ ଇଣ୍ଟରନେଟ ସହଜ କରିଦେଉଛି। ସେ ଫୁଡ୍ ଅର୍ଡର୍ ହେଉ, ପୋଷାକ କିଣିବା ହେଉ କିମ୍ବା ବ୍ୟାଙ୍କ କୌଣସି କାମ। ସବୁକିଛି ଚୁଟକୀରେ ସହଜ ହୋଇଯାଉଛି ଇଣ୍ଟରନେଟ ପାଇଁ।
ତେବେ ଇଣ୍ଟରନେଟ ବ୍ୟବହାର କରିବା ସମୟରେ ସମସ୍ତେ ଗୁଗଲ କ୍ରୋମର ବ୍ୟବହାର କରିଥାନ୍ତି। ବିଶ୍ୱର ସବୁଠାରୁ ପପୁଲାର ଇଣ୍ଟରନେଟ ବ୍ରାଉଜର ହେଉଛି ଗୁଗଲ କ୍ରୋମ। ଯାହାକୁ କି ମିଲିୟନ ଲୋକ ସବୁଦିନେ ବ୍ୟବହାର କରୁଛନ୍ତି। ହେଲେ ବର୍ତ୍ତମାନ ସିଇଆରଟି- ଇନ୍ (CERT-IN) ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନ୍ଫରମେସନ ଟେକ୍ନୋଲଜିସ ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍, ଗୁଗଲ କ୍ରୋମ ୟୁଜରଙ୍କ ପାଇଁ ୱାର୍ଣ୍ଣିଙ୍ଗ ଜାରି କରିଛନ୍ତି।

ସିଇଆରଟି- ଇନ୍ ସୂଚନା ଦେଇଛି ଯେ କ୍ରୋମରେ ଥିବା ଫିଚରରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଇଛି, ଯାହାକୁ ଚାହିଁଲେ ଆଟାକର୍ସମାନେ ସିଷ୍ଟମରେ ଏକ ଆର୍ବିଟାରୀ କୋଡ଼ ତିଆରି କରି ସିଷ୍ଟମ ହ୍ୟାକ କରିପାରିବେ। ଯଦି ଆଟାକର୍ସମାନେ ସିଷ୍ଟମରେ କୋଡ ତିଆରି କରିବାରେ ସଫଳ ହୋଇଯିବେ ତେବେ ଗୁଗଲ କ୍ରୋମ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଏହା ଅସୁବିଧା କରିପାରେ। CERT-IN କହିଛି ଯେ ଗୁଗଲ କ୍ରୋମ ୯୮.୦.୪୭୫୮.୮୦ରେ ଏପରି ଫିଚର୍ ରହିଛି ଯାହାକୁ ହାକରସମାନେ ଅତି ସହଜରେ କରିପାରିବେ। ତେବେ ଏହି ଫିଚର୍ ଗୁଡ଼ିକ ହେଉଛି ଫ୍ରି ଇନ୍ ସେଫ୍ ବ୍ରାଉଜିଂଗ, ରିଡର୍ ମୋଡ଼, ୱେବ୍ ସର୍ଚ୍ଚ, ଥବ୍ନେଲ ଟାପ୍ ଷ୍ଟ୍ରିପ, ସ୍କ୍ରିନ୍ କ୍ୟାପଚର୍, ୱିଣ୍ଡୋ ଡ଼ାଇଲଗ, ପେମେଣ୍ଟ, ଏକ୍ସଟେନ୍ସଂସ୍ ଓ ସ୍କ୍ରୋଲ ଆଦି ରହୁଛି । ଗୁଗଲ ଏବେ ପର୍ଯ୍ୟନ୍ତ କ୍ରୋମର ୨୭ ଟି ପ୍ରୋବେଲମ ଫିକ୍ସ କରିସାରିଛି।
ତେବେ କ୍ରୋମ ବ୍ୟବହାରକାରୀମାନେ ବର୍ତ୍ତମାନ ଗୁଗଲ କ୍ରୋମର ଲାଟେଷ୍ଟ୍ ଭର୍ସନ ଡାଉନଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁଥିରେ ୟୁଜର ସୁରକ୍ଷିତ ଭାବେ କାମ କରିପାରିବେ ।କୌଣସି ଅସୁବିଧା ହେବନାହିଁ।
ଗୁଗଲ କହିଛି ଯେ ଉଇଣ୍ଡୋଜ ପାଇଁ ଭର୍ସନ 98.0.4758.80/81/82 ଓ ମାକ ଏବଂ ଲିନକ୍ସ ପାଇଁ 98.0.4758.80 ଭର୍ସନରେ ଥିବା ଅନେକ ଅସୁବିଧାକୁ ଠିକ୍ କରାଯାଇଛି । ଅନେକ ଫିଚର ଉପରେ କାମ ଚାଲିଛି । ଯାହାକି ଖୁବ୍ ଶୀଘ୍ର ୟୁଜରଙ୍କ ପାଖରେ ପହଞ୍ଚିବ।