ତୁରନ୍ତ କରନ୍ତୁ କ୍ରୋମ ଆପ ଅପଡେଟ, ନଚେତ୍‌ ହୋଇପାରେ ଆପଣଙ୍କ ସମସ୍ତ ଡାଟା ଲିକ

ଯଦି ଆପଣ ଗୁଗଲ କ୍ରୋମ ବ୍ୟବହାର କରୁଛନ୍ତି। ତେବେ ହୋଇଯାନ୍ତୁ ସାବଧାନ। ଗୁଗଲ କ୍ରୋମ ଏବେ ହାକର୍ସ ମାନଙ୍କ ହବ୍‌ ପାଲଟି ଯାଇଛି। ଏଥିରେ ହାକର୍ସ ମାନେ ଡିଭାଇସକୁ ଆକ୍ସେସ କରୁଛନ୍ତି। ଯାହାଦ୍ୱାରା ଏହାକୁ ବ୍ୟବହାର କରୁଥିବା ୟୁଜର୍ସଙ୍କ ସମସ୍ତ ଡାଟା ଲିକ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ସାବଧାନତା ଅବଲମ୍ବନ କରିବାକୁ ଏବେ ୟୁଜର୍ସ ମାନଙ୍କୁ ସତର୍କ କରାଯାଇଛି।

ସୂଚନା ଅନୁଯାୟୀ, କ୍ରୋମର ସୋର୍ସ JavaScript ରେ ଅନେକ ସମସ୍ୟା ଦେଖାଯାଇଛି। ଯେଉଁ ୟୁଜର୍ସମାନେ କ୍ରୋମକୁ ବିନା ଅପଡେଟରେ ବ୍ୟବହାର କରୁଥିବେ ସେମାନେ ଏହି ସମସ୍ୟାର ସମ୍ମୁଖିନ ହେବେ। ଏଥିରେ ହାକର୍ସମାନେ ଏହାର ଫାଇଦା ଉଠାଇ ୟୁଜର୍ସ ମାନଙ୍କ ଶିକାର କରିପାରିବେ। ଯଦି ଆପଣଙ୍କ ଫୋନ କିମ୍ବା ଲାପ ଟପରେ କ୍ରୋମ ବ୍ରାଉଜର ଅଛି ତେବେ ତୁରନ୍ତ ଆପଣ ଏହାକୁ ଅପଡେଟ କରିଦିଅନ୍ତୁ।

ଏହା ସମ୍ପର୍କରେ ଗୁଗଲ ନିଜ ବ୍ଲଗରେ ଏହା ସମ୍ପର୍କରେ ସୂଚନା ଦେଇଛି। ଏଥିରେ Zero-Day ବିଷୟରେ ସୂଚିତ କରାଯାଇଛି। ଏହା ଏମିତି ଏକ ସମସ୍ୟା ଯାହା ସାହାଯ୍ୟରେ ହାକର୍ସମାନେ ଅନ୍ୟ କମ୍ପାନୀ ସମ୍ପର୍କରେ ଜାଣିପାରିବେ ଯେଉଁମାନେ ଏହି ଆପ୍‌ ବା ସର୍ଭିସ ତିଆରି କରିଛନ୍ତି। ଏହା ଡାର୍କ େଓ୍ଵବରେ ଲକ୍ଷ ଲକ୍ଷ ଟଙ୍କାରେ ବିକାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.