ଗୁଗୁଲ ଏକ ବଡ଼ ପ୍ଲାନ୍ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ଦୁଇଟି ଅପରେଟିଂ ସିଷ୍ଟମ୍ Android ଏବଂ ChromeOSକୁ ମିଶାଇ ଗୋଟିଏ ପ୍ଲାଟଫର୍ମ ତିଆରି କରିବାକୁ ପ୍ଲାନ୍ କରୁଛି । ଯାହାର ଖୁଲାସା ଗୁଗୁଲ୍ର ଆଣ୍ଡ୍ରଏଡ୍ ମୁଖ୍ୟ ସମୀର ସାମତ୍ ନିଜେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, ଗୁଗୁଲ୍ ଲାପଟପ୍ ୟୁଜର୍ସଙ୍କୁ ଧ୍ୟାନରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଉଛି ।
ଏଥି ସହ ଏହାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା । ଯାହା ଏବେ ସତ ହେବାକୁ ଯାଉଛି । ଦୁଇଟି ସିଷ୍ଟମକୁ ଗୋଟିଏ ପ୍ଲାଟଫର୍ମରେ ରଖିବାକୁ ନଭେମ୍ବର ୨୦୨୪ରୁ ପ୍ଲାନ୍ କରିଛି । ଯାହାର ଉଦ୍ଦେଶ୍ୟ ଆପଲ୍ର ଆଇପ୍ୟାଡ୍ ଏବଂ ଆଇପ୍ୟାଡ୍ଓଏସ୍କୁ କଡ଼ା ଜବାବ ଦେବ । ଗୁଗୁଲ୍ ଗତ ବର୍ଷ ଘୋଷଣା କରିଥିଲା ଯେ କ୍ରୋମ୍ଓଏସ୍କୁ ଏବେ ଆଣ୍ଡ୍ରଏଡ୍ର ଟେକ୍ନୋଲୋଜି ଷ୍ଟାକ୍ରେ ଏକ୍ସପାଣ୍ଡ କରାଯିବ, ଯାହା ଯୋଗୁଁ ଦୁଇଟି ଅପରେଟିଂ ସିଷ୍ଟମ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ChromeOS ଭଳି Android ଡେସ୍କଟପ୍ ମୋଡ୍, Resizable ୱିଣ୍ଡୋ ସପୋର୍ଟ, External ଡିସପ୍ଲେ ସପୋର୍ଟ ଫିଚର୍ସ ମିଳିବ । ChromeOS ପ୍ରଥମରୁ Play Store ମାଧ୍ୟମରେ Android appsକୁ ସପୋର୍ଟ କରିଥାଏ । ଏବେ, ଏହି ଦୁଇଟିର ମିଶ୍ରଣ Google ର ଆପ୍ ଏବଂ ହାର୍ଡୱେର୍ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ ।
ଏହି କମ୍ବିନେସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାବଲେଟ ଏବଂ ଲାପଟପରେ ଭଲ ଏକ୍ସପିରିଏନ୍ସ ପ୍ରଦାନ କରିବ । ଯାହା Apple iPadOS କୁ ସିଧାସଳଖ ଚ୍ୟାଲେଞ୍ଜ ଦେବ । ଏଥି ସହ ଫିଚରରେ ଡେଭଲପମେଣ୍ଟ ଆଣିବ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗୁଗୁଲ ଏହି ସିଷ୍ଟମ ପାଇଁ ଗତ ଦଶ ବର୍ଷ ଧରି ଏହି ଚେଷ୍ଟା କରି ଆସୁଛି । ୨୦୧୫ରେ ପ୍ରଥମ କରି ଉଭୟ ପ୍ଲାଟଫର୍ମର କମ୍ବିନେସନ ସମ୍ପର୍କରେ ରିପୋର୍ଟ ମିଳିଥିଲା । ଯାହାର ଖୋଲାଖୋଲି ଘୋଷଣା ବର୍ତ୍ତମାନ ଗୁଗୁଲ୍ କରିଛି । ଏହା ସ୍ପଷ୍ଟ ଯେ ପରିବର୍ତ୍ତନ ଶୀଘ୍ର ଦେଖାଯାଇପାରିବ । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବାକୁ ଆହୁରି କିଛି ବର୍ଷ ଲାଗିପାରେ ।
Also Read : Redmiର ଏହି ଦମଦାର୍ ଫୋନରେ ହେଲା ମୂଲ୍ୟ ହ୍ରାସ, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ