ପ୍ଲେ ଷ୍ଟୋରରୁ ୧୦୦ରୁ ଅଧିକ ସଂଖ୍ୟକ ଆପ ହଟାଇଲା ଗୁଗୁଲ

ସୁରକ୍ଷା ନୀତି ଉଲ୍ଲଙ୍ଘନ କରୁଥିବା ୧୦୦ରୁ ଅଧିକ ସଂଖ୍ୟକ ବ୍ୟକ୍ତିଗତ ଲୋନ ଆପ ଗୁଡିକୁ ନିଜ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଉପଭୋକ୍ତା ମାନଙ୍କୁ ଧୋକାଧାଡ଼ିରୁ ରକ୍ଷା କରିବା ପାଇଁ କମ୍ପାନୀ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ନେଇ କହିଛନ୍ତି କମ୍ପାନୀ କତ୍ତୃପକ୍ଷ । କିନ୍ତୁ ଏହି ଆପ ଗୁଡିକ ନାଁ ବିଷୟରେ ଜଣା ଯାଇନାହିଁ । ଅନଲାଇନ୍ ଜରିଆରେ ସାଧାରଣ ଲୋକଙ୍କୁ ପ୍ରଥମେ ଋଣ ଓ ପରେ ସେମାନଙ୍କୁ ହଇରାଣ କରୁଥିବା ୧୦୦ରୁ ଅଧିକ ଆପ୍କୁ ଗୁଗଲ ନିଜ ପ୍ଲେ ଷ୍ଟେ୍ାରରୁ ହଟାଇ ଦେଇଛି । ଆପ୍ ଜରିଆରେ ଋଣ ପ୍ରଦାନ କରି ଲୋକଙ୍କୁ ଠକୁଥିବା ସଂସ୍ଥାଗୁଡିକ ବିରୋଧରେ ଉପଭୋକ୍ତା ମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଗୁଗୁଲ ଏବେ ସେହି ମାନଙ୍କୁ ହିଁ ଅନୁମତି ଦେବ ଯେଉଁମାନେ କରଜ ସୁଝାଇବା ପାଇଁ 60 ଦିନରୁ ଅଧିକ ସମୟ ଦେଉଥିବେ । ଏହା ସହ ଗୁଗୁଲ ଅନ୍ୟ ଆପ ଡେଭଲପର୍ସ ମାନଙ୍କୁ ବି ଏନେଇ ଚେତାବନୀ ଦେଇଛି । ନିୟମ ନ ମାନିଲେ ସେମାନଙ୍କୁ ବି ପ୍ଲେ ଷ୍ଟୋରରୁ ହଟାଇ ଦିଆଯିବ ବୋଲି କୁହାଯାଇଛି ।