ଲଞ୍ଚ ହେଲା Pixel 6 ଓ Pixel 6 Pro ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଗୁଗୁଲ ଆଜି ଏହାର ଇଭେଣ୍ଟରେ Pixel 6 ଏବଂ ଗୁଗୁଲ Google Pixel 6 Pro ସ୍ମାର୍ଟଫୋନ୍ ଲଞ୍ଚ କରିଛି। Pixel 6 ରେ ସିରିଜ୍ ରେ Google ଦ୍ୱାରା ତିଆରି ହୋଇଥିବା tensor ଚିପସେଟକୁ ଦିଆଯାଇଛି । ଗୁଗୁଲ କହିଛି ଯେ ଟେନସର AI କାର୍ଯ୍ୟକାରିତାକୁ ଉନ୍ନତ କରିବ। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ କୁ ସୁରକ୍ଷା ମଧ୍ୟ କରିବ। Google Pixel 6 ଡିଷ୍ଟେଟେକ କ୍ୟାମେରା ମଧ୍ୟ ରହିଛି । ଏଥିରେ ସର୍ବଦା ଅନ୍ ଡିସପ୍ଲେ (AOD) ଅଛି। ଏହା ଆଣ୍ଡ୍ରଏଡ୍ 12 ରେ କାମ କରେ । କମ୍ପାନୀ କହିଛି ଯେ ସୁରକ୍ଷା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ଡିଜାଇନ କରାଯାଇଛି।

Google Pixel 6 ସିରିଜ୍ ରେ ଗୁଗୁଲ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୂତନ କଭର ମଧ୍ୟ ପାଇପାରିବେ । ଏଥି ସହିତ ଗୁଗୁଲ୍ ପିକ୍ସେଲ୍ ମ୍ୟାଟେରିଆଲ୍ you ଫିଚର ସହିତ ଆସିବ । ଏହା ୱାଲପେପର ରଙ୍ଗ ଅନୁଯାୟୀ ଇଣ୍ଟରଫେସକୁ ଆଡାପ୍ଟ୍ଟ କରିବ। ଏହାର ଅର୍ଥ ହେଉଛି ଘଣ୍ଟା ଏବଂ ଆଇକନ୍ ସେହି ରଙ୍ଗ ରହିବ ଯାହା ବ୍ୟାଗ ଗ୍ରାଉଣ୍ଡରେ ରହିଛି । Pixel 6 ଏବଂ Google Pixel 6 Pro ସୁରକ୍ଷା ବୃଦ୍ଧି କରିବାକୁ ଗୁଗୁଲ ଟାଇଟାନ M2 କୁ ବ୍ୟବହାର କରିଛି । ଏହି ସ୍ମାର୍ଟଫୋନ୍ଗୁଡ଼ିକୁ ପାଞ୍ଚ ବର୍ଷ ପାଇଁ ସୁରକ୍ଷା ଅପଡେଟ୍ ଦିଆଯିବ। Pixel 6ରେ ଏକ ସୁରକ୍ଷା ହବ୍ ଦିଆଯାଇଛି । ଏହା ଆପଣଙ୍କୁ ସହଜରେ ସିକ୍ୟୁରିଟି ସେଟିଙ୍ଗ ଏବଂ ଏକ ପ୍ରାଇଭେସି ଡ୍ୟାସବୋର୍ଡକୁ ଆକ୍ସେସ୍ କରିବାକୁ ଅନୁମତି ଦବ ।ଏହା ସହିତ ଆପଣ କେଉଁ ଆପ୍ ମାଇକ୍ରୋଫୋନ୍ ଏବଂ କ୍ୟାମେରା ଆକ୍ସେସ୍ ବ୍ୟବହାର କରୁଛନ୍ତି ତାହା ଯାଞ୍ଚ କରିପାରିବେ ।

tensor GPU ଏବଂ CPU ବିଷୟରେ କମ୍ପାନୀ କହିଛି ଯେ ଏହା ପୁରୁଣା ପିକ୍ସେଲ ଫୋନ ଅପେକ୍ଷା ବହୁତ ଦ୍ରୁତ ଅଟେ। ଏଥିରେ 50MP ର ମୁଖ୍ୟ ସେନ୍ସର Pixel 6 ଏବଂ Pixel 6 Proରେ ଦିଆଯାଇଛି । ଏହା ବ୍ୟତୀତ ଉଭୟ ଫୋନରେ 12MP ଅଲଟ୍ରାୱାଇଡ୍ କ୍ୟାମେରା ଦିଆଯାଇଛି । Pixel 6 Proରେ 4x ଜୁମ୍ ସହିତ 48MP ଟେଲିଫୋଟୋ ଲେନ୍ସ ରହିଛି। ଜୁମ୍ କମ୍ ଲାଇଟ୍ ଫଟୋଗ୍ରାଫିରେ ନାଇଟ୍ ସାଇଟ୍ ସହିତ କାମ କରିଥାଏ।

Pixel 6ରେ ଭଲ ଭିଡିଓ ମଧ୍ୟ ପ୍ରସ୍ତୁତ କରିପାରିବେ । Pixel 6 ରୁ 4K ଭିଡିଓ HDRnet 60fps ରେ ରେକର୍ଡ ହୋଇପାରିବ। ମ୍ୟାଜିକ୍ ଏରେଜର ଏବଂ ଫେସ୍ ଅନ୍ବ୍ଲୁର ଭଳି ଫିଚର୍ସ ଗୁଡିକ ଏହାର କ୍ୟାମେରା ସହିତ ଦିଆଯାଇଛି ଗୁଗୁଲ ଫୋନର ଟେକ୍ସଟ୍ ମେସେଜ୍ ଚିହ୍ନଟକୁ ବହୁତ ହାଇପ୍ କରୁଛି। ଟେନସର୍ ଯୋଗୁଁ କଲ୍ ସ୍କ୍ରିନ୍ ମଧ୍ୟ ଉନ୍ନତ ହୋଇଛି । ଯେତେବେଳେ କାହାକୁ କଲ୍ କରିବେ , ତେବେ ଅପାଙ୍କର ହିଷ୍ଟୋରୀରେ ଏହା ଦେଖାଇବ।

Google Pixel 6 ରେ ସଂଯୋଗ ପାଇଁ 5G ସପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି । ଏହି ସ୍ମାର୍ଟଫୋନରେ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଏହାର ମୂଲ୍ୟ କମ୍ପାନୀ ଦ୍ୱାରା ୫୯୯ ଡଲାର ଅର୍ଥାତ ୪୪,୯୦୦ ଟଙ୍କା ରହିଛି । Google Pixel 6 Proର ମୂଲ୍ୟ ୮୯୯ ଡଲାର ଅର୍ଥାତ ୬୭,୫୦୦୦ ଟଙ୍କା ରଖାଯାଇଛି । ତେବେ ଭାରତରେ ଏହାର ଉପଲବ୍ଧତା ସମ୍ପର୍କରେ କମ୍ପାନୀ ସ୍ପଷ୍ଟ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.