କାହିଁକି ପ୍ଲେ-ଷ୍ଟୋରରୁ “Mitron” ଓ “Remove China App”କୁ ହଟାଗଲା, ସେନେଇ ସ୍ପଷ୍ଟୀକରଣ ଦେଲା ଗୁଗୁଲ

କିଛି ଦିନ ତଳେ ଗୁଗୁଲ କମ୍ପାନୀ ନିଜ ପ୍ଲେ-ଷ୍ଟୋର ରୁ ଦୁଇ ଦୁଇଟି ଲୋକପ୍ରିୟ ଆପକୁ ହଟାଇ ଦେଇଛି । ଏହି ଦୁଇ ଆପ ହେଲେ “Mitron” ଓ “Remove China App”। କିନ୍ତୁ କମ୍ପାନୀ ତରଫରୁ କାହିଁକି ଏପରି ଏକ ପଦକ୍ଷେପ ନିଆଯାଇଛି ସେନେଇ କୋୖଣସି ପ୍ରକାର ସ୍ପଷ୍ଟୀକରଣ ଦିଆ ଯାଇନାହିଁ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନିକଟରେ ଗୁଗୁଲ କମ୍ପାନୀ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି । ଏବାବଦରେ କମ୍ପାନୀ ତରଫରୁ ଦିଆ ଯାଇଥିବା ସ୍ପଷ୍ଟିକରଣ ଅନୁଯାୟୀ, ପ୍ରକୃତରେ Mitron ଏକ ପାକିସ୍ତାନ ପ୍ରସ୍ତୁତ ଆପ । ଚୀନ ନିର୍ମିତ ଆପ “ଟିକ ଟକ”କୁ କଡ଼ା ଟକ୍କର ଦେବା ପାଇଁ ହିଁ ଏହି ଆପକୁ ଲଞ୍ଚ କରା ଯାଇଥିଲା । ବିଶେଷ ସୂତ୍ର ଅନୁଯାୟୀ, ଏକ ଭାରତୀୟ କମ୍ପାନୀ ଜଣେ ପାକିସ୍ତାନୀ ସଫ୍ଟ ୱେୟାର ଡେଭଲପର ମାଲିକଙ୍କ ଠାରୁ ଏହାକୁ କିଣି ଭାରତରେ ଲଞ୍ଚ କରିଥିଲେ ।

google

ଖୁବ କମ ସମୟ ଭିତରେ ଭାରତରେ ହିଁ କେବଳ ଏହି ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନ ଲୋଡ଼ କରିଥିଲେ । ଏବାବଦରେ ଗୁଗୁଲ ତରଫରୁ କୁହାଯାଇଛିକି, ଟେକ୍ନିକାଲ ନିୟମ ଉଲ୍ଲଙ୍ଘନ କରିଥିବାରୁ ହିଁ ଏହାକୁ ପ୍ଳେ-ଷ୍ଟୋରରୁ ହଟାଇ ଦିଆଯାଇଛି । ଯଦି ଏହି ଆପରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ହଟାଇ ଦିଆଯାଏ ତେବେ ଖୁବ ଶୀଘ୍ର ଏହାକୁ ପ୍ଲେ- ଷ୍ଟୋରରେ ସ୍ଥାପନ କରାଯିବ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବା ନେଇ କମ୍ପାନୀ ତରଫରୁ ଦାବି କରାଯାଇଛି ।ଅନ୍ୟପକ୍ଷରେ Mitron ଆପ ସହ Remove China Appକୁ ବି କମ୍ପାନୀ ତରଫରୁ ପ୍ଲେ-ଷ୍ଟୋରରୁ ହଟାଇ ଦିଆଯାଇଥିଲା ।

google

ଏବାବଦରେ ଗୁଗୁଲ ତରଫରୁ କୁହାଯାଇଛିକି, ଏହି ଆପ ଟିର କୋୖଣସି ନିର୍ଦ୍ଧିଷ୍ଟ ନାମ ଦିଆ ଯାଇନାହିଁ । ଯାହାକି ଟେକ୍ନିକାଲ ନୀତି ନିୟମର ବିରୋଧ କରୁଛି । ଆଉ କୌଣସି ଆପ୍ଲିକେସନକୁ ହଟାଇବା ପାଇଁ ଜାରି ହୋଇଥିବା ଆପ ନିୟମ ବିରୋଧୀ ଅଟେ ବୋଲି କମ୍ପାନୀ ତରଫରୁ ସଫେଇରେ କୁହାଯାଇଛି । ବିଶେଷ ଭାବେ ଏହି କାରଣରୁ ହିଁ ଏହି ଆପକୁ ପ୍ଲେ- ଷ୍ଟୋରରୁ ହଟାଇ ଦିଆଯାଇଛି । ଏହା ସହ ଗୁଗୁଲ କମ୍ପାନୀ ତରଫରୁ କୁହାଯାଇଛିକି ଏକ ସୁସ୍ଥ, ପ୍ରତିସ୍ପର୍ଦ୍ଧି ମାହୋଲ ସୃଷ୍ଟି ହିଁ ଏହାର ମୂଳ ଲକ୍ଷ । ଯେହେତୁ ଏହି ଦୁଇ ଆପ ଉପରୋକ୍ତ ନିୟମ ଗୁଡିକର ବିରୋଧ କରିଛି, ସେହି କାରଣରୁ ହିଁ ଏହାକୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.