ଗୁଗଲ ଉପରେ ଲାଗିଲା ୭୫୦ କୋଟି ଟଙ୍କାର ଜରିମାନା, ଜାଣନ୍ତୁ କାରଣ

ଆମେରିକାର ଲୋକପ୍ରିୟ ଟେକ୍‌ କମ୍ପାନୀ ଗୁଗଲ ଉପରେ ୧୦ କୋଟି ଡଲାର ଅର୍ଥାତ୍‌ ୭୫୦ କୋଟି ଟଙ୍କାର ଜରିମାନା ଲଗାଇଲା ରୁଷର ଏକ ଅଦାଲତ। ଏହି ଜରିମାନା ସ୍ଥାନୀୟ ଆଇନ ଅନୁସାରେ, ପ୍ରତିବନ୍ଧକ ସାମଗ୍ରୀକୁ ଡିଲିଟ୍‌ ନ କରିବା କାରଣରୁ ଏହି ଜରିମାନା ଲଗାଯାଇଛି।

ଜିଲ୍ଲା ନ୍ୟାୟାଳୟ ପକ୍ଷରୁ କୁହାଯାଇଛି କି, ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଗୁଗଲ ଆପତ୍ତିଜନକ ଅନଲାଇନ କଣ୍ଟେନକୁ ଡିଲିଟ୍‌ କରିନଥିଲା। ତେଣୁ ଏହି ଜରିମାନା ଲଗାଯାଇଛି। ଗୁଗଲ ନ୍ୟାୟାଳୟଙ୍କ ଆଦେଶର ଅଧ୍ୟୟନ କରିବା ପରେ କାର୍ଯ୍ୟ କରିବ। ନିକଟରେ କିଛି ମାସରେ ରୁଷରେ ପ୍ରଶାସନ ଇଣ୍ଟରନେଟ ମିଡିଆ ଉପରେ ଚାପ ପକାଇଥିଲା।

ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମାମଲାରେ ପ୍ରଶାସନ ଇଣ୍ଟରନେଟ ମିଡିଆ କମ୍ପାନୀକୁ ଘେରି ନୋଟିସ ପଠାଇଥିଲା। ଏହାସହିତ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ ଆଲେକ୍ସି ନଭଲାନୀ କଣ୍ଟେଣ୍ଟକୁ ପ୍ରସାରିତ କରୁଥିବା ଅନେକ କମ୍ପାନୀକୁ ପ୍ରଶାସନ ନୋଟିସ ପଠାଇଥିଲା।

ରୁଷରେ ୨୦୨୦ରୁ ଏହା ଚାଲିଛି। ଅଦାଲତ ପୂର୍ବରୁ ଗୁଗଲ, ଫେସବୁକ ଏବଂ ଟ୍ଵିଟରରେ ଜରିମାନା ଲଗାଇଥିଲା ଯାହା ବହୁତ କମ୍‌ ଥିଲା। କିନ୍ତୁ ଏଥର ଅଧିକ ଅର୍ଥରାଶିର ଜରିମାନା ଗୁଗଲ ଉପରେ ଲାଗିଛି।