ଭାରତ ୭୮ତମ ସ୍ୱାଧୀନତା ଦିବସକୁ ଉତ୍ସାହର ସହିତ ପାଳନ କରୁଛି । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାରି ଭିତରେ ଟେକ୍ ଜିଆଣ୍ଟ ଗୁଗଲ ମଧ୍ୟ ସ୍ୱାଧୀନତା ଦିବସକୁ ପାଳନ କରୁଛି । ଏହି ଅବସରରେ ଗୁଗଲ ଏକ ଖାସ୍ ଡୁଡଲ ତିଆରି କରିଛି ।
ଗୁଗଲ୍ ଏକ ସ୍ୱତନ୍ତ୍ର ଥିମ୍ ଡୁଡଲ୍ ତିଆରି କରି ଭାରତର ସ୍ୱାଧୀନତା ଦିବସ ପାଳନ କରିଛି । ଗୁଗୁଲ ଏହାର ଡୁଡଲରେ ଭାରତର ସ୍ଥାପତ୍ୟ ଥିମକୁ ଦର୍ଶାଇଛି । ଏହି ଥିମ୍ ବରିନ୍ଦ୍ର ଜାଭେରୀଙ୍କ ଦ୍ୱାରା କରାଯାଇଛି ।
ସୂଚନା ଥାଉ କି ବିଶ୍ୱରେ ଘଟୁଥିବା ପ୍ରତ୍ୟେକ ଖାସ୍ ଉତ୍ସବରେ ଗୁଗଲ୍ ଏକ ସ୍ୱତନ୍ତ୍ର ଡୁଡଲ୍ ତିଆରି କରେ । ଭାରତୀୟମାନଙ୍କ ପାଇଁ ଆଜି ହେଉଛି ଏକ ଖାସ୍ ଦିନ । ଆଜି ସମଗ୍ର ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଭାରତର ସ୍ୱତନ୍ତ୍ର ଦିବସ ଅବସରରେ ଗୁଗଲ ସ୍ୱାଧୀନତା ଦିବସର ଡୁଡଲ କ୍ରିଏଟ୍ କରିଛି । ଯଦି ଆପଣ ସର୍ଚ୍ଚ ଇଞ୍ଜିନରେ କିଛି ସର୍ଚ୍ଚ କରିବାକୁ ଯିବେ ତେବେ ଆଜି ଆପଣ ପ୍ରଥମେ ଏହି ଖାସ୍ ଡୁଡଲ୍ ଦେଖିପାରିବେ ।
ଗୁଗଲ୍ ଡୁଡଲ୍ ର ଥିମ୍ ଭାରତୀୟ ସ୍ଥାପତ୍ୟ ପାଇଁ ଉତ୍ସର୍ଗୀକୃତ । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସଂସ୍କୃତିକୁ ଏକାଠି ଦର୍ଶାଯାଇଛି । ଏହି ଡୁଡଲ୍ ଏକ ପ୍ରସିଦ୍ଧ ଫ୍ରିଲାନ୍ସ ଆର୍ଟ ଡାଇରେକ୍ଟର, ଆନିମେଟର ଏବଂ ଚିତ୍ରକାରଙ୍କ ଦ୍ୱାରା ନିର୍ମିତ କରାଯାଇଛି । ଗୁଗଲର ଡୁଡଲରେ ଆପଣ ରଙ୍ଗୀନ କବାଟ ଏବଂ ଝରକା ଦେଖିପାରିବେ । ଏଥିରେ ଆପଣ ବିଭିନ୍ନ କାରୁକାର୍ଯ୍ୟର ଝଲକ ପାଇବେ । ବହୁ ବର୍ଷ ପୂର୍ବେ ଭାରତର ପ୍ରତ୍ୟେକ ଘରେ ଏମିତି କବାଟ ଏବଂ ଝରକା ବ୍ୟବହାର କରାଯାଉଥିଲା । ଗୁଗଲ୍ ଡୁଡଲ୍ ଉପରେ କ୍ଲିକ୍ କରିବା ମାତ୍ରେ ଆପଣ ସ୍ୱାଧୀନତା ଦିବସର ଏକ ଖାସ୍ ଡୁଡଲକୁ ଦେଖିପାରିବେ ।