ଟଙ୍କାଟିଏ ବି ଖର୍ଚ୍ଚ ନକରି ବୁଲିପାରିବେ ୧୦ରୁ ଅଧିକ ସହର ! Google ପକ୍ଷରୁ ଜାରି ହେଲା Street View ଫିଚର

Google Mapsରେ Google Street View ଫିଚର ଜାରି କରାଯାଇଛି । ଏହା ୟୁଜର୍ସ ମାନଙ୍କୁ ସହର ଗୁଡିକର ପ୍ୟାନୋରୋମିକ ଷ୍ଟ୍ରିଟ ଲେବଲ ଇମେଜ ଗୁଡିକୁ ଦେଖିବା ତଥା ଏଗୁଡ଼ିକୁ ନେଭିଗେଟ କରିବା ନେଇ ଅନୁମତି ଦେବ । ୨୦୧୬ ରେ ଫୁଲ ସ୍କେଲରେ ଲଞ୍ଚ କରିବା ନେଇ ଅନୁମତି ନ ମିଳିବା ପରେ ଏବେ କମ୍ପାନୀ ପକ୍ଷରୁ ଏହାକୁ ଲଞ୍ଚ କରାଯାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ପ୍ରେସମିଟରେ କମ୍ପାନୀ ପକ୍ଷରୁ କୁହାଯାଇଛିଯେ ବୋ-ଜେନେସିସ ଓ ଟେକ ମହିନ୍ଦ୍ରାର ମିଳିତ ସହଯୋଗରେ ଭାରତରେ Street Viewକୁ ଅଣାଯାଇଛି । ଲକ୍ଷ ଲକ୍ଷ ପାନାରୋମିକ ଇମେଜ ସହିତ ଏହି ଫିଚରକୁ ୧୦ଟି ଭାରତୀୟ ସହରରେ ମଧ୍ୟ ଉପଲବ୍ଧ କରାଯାଉଛି । ପ୍ରାରମ୍ଭିକ ସ୍ତରରେ ଏହା ୧ ଲକ୍ଷ ୫୦ ହଜାର କିଲୋମିଟର ପର୍ଯ୍ୟନ୍ତ ରାସ୍ତା କଭର କରିବ । କମ୍ପାନୀ ପକ୍ଷରୁ ଲକ୍ଷ ରଖାଯାଇଛିକି ଚଳିତ ବର୍ଷ ଶେଷ ସୁଦ୍ଧା ୫୦ଟି ସହରରେ ଏହି ସୁବିଧା ଉପଲବ୍ଧ ହେବ । ଏହା ବ୍ୟତୀତ ଆରମ୍ଭରେ ଟେକ ମହିନ୍ଦ୍ରା କମ୍ପାନୀ ଭିଡ ସ୍ଥାନ ମାନଙ୍କରେ କ୍ୟାମେରାରୁ ଲେସ ଏସୟୁବିକୁ ନିୟୋଜିତ କରିବ ।

ଉପରୋକ୍ତ ଦୁଇ କମ୍ପାନୀ ସହିତ ମିଳିତ ଭାବେ Street View ସେବା ଆରମ୍ଭ ହେବ । Google ମ୍ୟାପରେ ଷ୍ଟ୍ରିଟ ଭିୟୁ ଏପିଆଇ ଲୋକାଲ ଡେଭଲପର୍ସଙ୍କ ପାଇଁ ଉପଲବ୍ଧ କରାଯିବ । ବିଶ୍ୱରେ ହୁଏତ ଭାରତ ପ୍ରଥମ ଦେଶ ଯେଉଁଠି ଷ୍ଟ୍ରିଟ ଭିୟୁକୁ ମେନ ପାର୍ଟକୁ କଣ୍ଟ୍ରିବ୍ୟୁଟର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି | Google Mapsରେ କୌଣସି ବି ନିର୍ଦ୍ଦିଷ୍ଟ ସହରର ସଡକକୁ ଜୁମ କରି ସେହି କ୍ଷେତ୍ରକୁ ଟ୍ୟାପ କରି ସଡକର ଭିୟୁକୁ ଦେଖିପାରିବେ । ଯାହାକି ଲୋକାଲ କାଫେ, କଲଚର ହଟ ସ୍ପଟର କେନ୍ଦ୍ର ଗୁଡିକୁ ଦେଖେଇବ । କୁହାଯାଉଛିକି ଏହା ଗୁଗୁଲ ଆର୍ଥ ଇଂଜିନ ସାହାଯ୍ୟରେ କୌଣସି ସ୍ଥାନର ତାପମାତ୍ରାର ଡାଟାକୁ ବି ଉପଲବ୍ଧ କରାଇବ । ଆଉ ସବୁଠାରୁ ଜରୁରୀ କଥା ହେଉଛିକି Google ନିଜ ଷ୍ଟ୍ରିଟ ଭିୟୁ ଭେହିକଲକୁ ବ୍ୟବହାର କରିବ ନାହିଁ । ଏହା ବଦଳରେ ପୁରୁଣା ଜେନେରେସନର ମହିନ୍ଦ୍ରା ସ୍କର୍ପିୟାସକୁ ଜାରି କରାଯିବ ।

Leave A Reply

Your email address will not be published.