Google ଲଞ୍ଚ କରିଛି Android 16, ଜାଣନ୍ତୁ କେତେ ଚେଞ୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

Google ଲଞ୍ଚ କରିଛି । ନୂଆ ଅପରେଟିଂ ସିଷ୍ଟମ୍ ଘୋଷଣା କରି ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲାଟଫର୍ମର ପ୍ରେସିଡେଣ୍ଟ ଏବଂ ଜେନେରାଲ୍ ମ୍ୟାନେଜର ସିୟାଙ୍ଗ ଚାଉ କହିଛନ୍ତି ଯେ ଏହା ନୂଆ ମ୍ୟାଟେରିଆଲ୍ ୩ ଏକ୍ସପ୍ରେସିଭ୍ ର ମିଶ୍ରଣ ହେବ ଏବଂ କମ୍ପାନୀର ଡିଜାଇନ୍ ଧାରଣାକୁ ଆଗକୁ ବଢ଼ାଇବ । ଏହି ଅପରେଟିଂ ସିଷ୍ଟମ୍ ଏହାର ପୂର୍ବ ଭର୍ସନ ଅପେକ୍ଷା ଅନେକ ଦିଗରେ ଭଲ ହେବ । ଏହା ବ୍ୟତୀତ, ୟୁଜର୍ସମାନେ ଏଥିରେ ଅନେକ ପ୍ରକାରର କଷ୍ଟମାଇଜେସନ୍ ଅପ୍ସନ ମଧ୍ୟ ପାଇବେ ।

ଗୁଗୁଲର ଲାଟେଷ୍ଟ Android 16ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପ୍ ରୁ ଆସୁଥିବା ନୋଟିଫିକେସନ୍ ଏବେ ଏକ ଗ୍ରୁପରେ ଦେଖାଯିବ, ଅର୍ଥାତ୍, ୟୁଜର୍ସମାନେ ଆପ୍ ରୁ ଆସୁଥିବା ସମସ୍ତ ନୋଟିଫିକେସନଗୁଡିକୁ ଗୋଟିଏ ସ୍ଥାନରେ ଦେଖିପାରିବେ । ଏହା ବ୍ୟତୀତ, ୟୁଜର୍ସମାନଙ୍କୁ ରିଅଲ୍ ଟାଇମରେ ଲାଇଭ୍ ଅପଡେଟ୍ ମିଳିବା ମଧ୍ୟ ଜାରି ରହିବ ।

ଏହା ବ୍ୟତୀତ, ଭିଡ଼ରେ ମଧ୍ୟ ସ୍ପଷ୍ଟ ଶବ୍ଦ ଶୁଣିବା ପାଇଁ ୟୁଜର୍ସମାନେ ମାଇକ୍ରୋଫୋନ୍ ଉପରେ ଭଲ କଣ୍ଟ୍ରୋଲ୍ ପାଇବେ । କେବଳ ଏତିକି ନୁହେଁ, ଶ୍ରବଣ ଯନ୍ତ୍ର ଏବଂ ଅନ୍ୟାନ୍ୟ ଡିଭାଇସ୍ ପାଇଁ ଏକ ନୂଆ ଏକ୍ଟିଭ୍ କଣ୍ଟ୍ରୋଲ୍ ଫିଚର୍ସ ଉପଲବ୍ଧ ହେବ ।

ଗୁଗୁଲ୍ ଆଣ୍ଡ୍ରଏଡ୍ ୧୬ରେ ଆଡଭାନ୍ସଡ୍ ପ୍ରୋଟେକ୍ସନ୍ ମୋଡ୍ ଦେଇଛି, ଯାହାକୁ କମ୍ପାନୀ ଏପର୍ଯ୍ୟନ୍ତ ସବୁଠାରୁ ପାୱାରଫୁଲ୍ ମୋବାଇଲ୍ ଡିଭାଇସ୍ ପ୍ରୋଟେକ୍ସନ୍ ବୋଲି କହୁଛି । ଚାଉ ଆହୁରି କହିଛନ୍ତି ଯେ ଏହା ଡିଭାଇସ୍ ସେଫ୍ଟି ଫିଚର୍ସକୁଡିକୁ ଆହୁରି ଉନ୍ନତ କରିବା ପାଇଁ କାମ କରିବ । ଯାହା ଦ୍ୱାରା ୟୁଜର୍ସମାନେ ସାଇବର ଆକ୍ରମଣରୁ ମଧ୍ୟ ସୁରକ୍ଷିତ ରହିପାରିବେ । ଏହା ବ୍ୟତୀତ, ୟୁଜର୍ସମାନେ ବିପଦପୂର୍ଣ୍ଣ ଆପ୍ସ, ଅସୁରକ୍ଷିତ ୱେବସାଇଟ୍, ସ୍କାମ୍ କଲ୍ ରୁ ମଧ୍ୟ ଉତ୍ତମ ସୁରକ୍ଷା ପାଇପାରିବେ ।

Android 16ରେ, ଗୁଗୁଲ୍ ଜେମିନି ଏଆଇ ଉପରେ ବେସ୍ଡ କିଛି ଫିଚର୍ସ ମଧ୍ୟ ପ୍ରଦାନ କରିଛି । ଏଥିରେ HDR ସ୍କ୍ରିନସଟ୍, ଆଡାପ୍ଟିଭ୍ ରିଫ୍ରେସ୍ ରେଟ୍, ଆଇଡେଣ୍ଟିଟି ଚେକ୍ ସମେତ ଅନେକ ନୂଆ ଫିଚର୍ସ ରହିବ । ଏଥି ସହ ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନ୍ ପାଇଁ Android 16 ଅପଡେଟ୍ ଗତକାଲି ଠାରୁ ରିଲିଜ୍ ହୋଇଛି । ସେହି ସମୟରେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଅନ୍ୟ ବ୍ରାଣ୍ଡର ଫୋନ୍ ପାଇଁ ଏହି ଅପଡେଟ୍ ରିଲିଜ୍ ହୋଇପାରେ ।

Also read : ଭାରତରେ ଲଞ୍ଚ ହୋଇଛି Motorola Edge 60 5G, ରହିଛି ବଢ଼ିଆ ଫିଚର୍ସ