ଗୁଗୁଲ୍ ଭାରତୀୟ ବଜାରରେ ଲଞ୍ଚ କରିଛି Pixel 10 ସିରିଜ୍, ଜାଣନ୍ତୁ ଏହାର ସ୍ପେସିଫିକେସନ୍ ଏବଂ ପ୍ରାଇସ୍

ଗୁଗୁଲ୍ ଭାରତୀୟ ବଜାର ଏବଂ ବିଶ୍ୱ ବଜାରରେ ଏହାର ନୂଆ ସ୍ମାର୍ଟଫୋନ୍ Pixel 10 ସିରିଜ୍ ଲଞ୍ଚ କରିଛି । କମ୍ପାନୀର ଲାଟେଷ୍ଟ ଫୋନ୍ ସହିତ ଜଡିତ ଡିଟେଲ୍ସ ଗତ କିଛି ଦିନ ଧରି ସାମ୍ନାକୁ ଆସୁଥିଲା । ଏବେ କମ୍ପାନୀ ଅଫିସିଆଲ ଭାବରେ ଏହାର ସ୍ମାର୍ଟଫୋନର ସ୍ପେସିଫିକେସନ୍ ଏବଂ ପ୍ରାଇସ୍ ବିଷୟରେ ପ୍ରକାଶ କରିଛି । ଗତ ବର୍ଷ ପରି, ଏଥର ମଧ୍ୟ କମ୍ପାନୀ ଚାରୋଟି ନୂଆ ଫୋନ୍ ଲଞ୍ଚ କରିଛି ଯାହା ହେଉଛି – Pixel 10, Pixel 10 Pro, Pixel 10 Pro XL ଏବଂ Pixel 10 Pro Fold। ଏହା ସହିତ, କମ୍ପାନୀ Pixel Watch 4 ଏବଂ Buds 2a ମଧ୍ୟ ଉପସ୍ଥାପନ କରିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନ୍ଗୁଡ଼ିକରେ କ’ଣ ରହିଛି ଖାସ୍ ?

ସବୁଠାରୁ ବଡ଼ ଏବଂ ମୁଖ୍ୟ ଅପଡେଟ୍ ହେଉଛି ଚିପସେଟ୍ । ଏଥର କମ୍ପାନୀ Tensor G5 ପ୍ରୋସେସର ଦେଇଛି, ଯାହା ଗତବର୍ଷ ଆସିଥିବା Tensor G4 ପ୍ରୋସେସର ଅପେକ୍ଷା ୩୪% ଫାଷ୍ଟ । ପ୍ରୋସେସର ବ୍ୟତୀତ, ଆପଣ ଆହୁରି ଅନେକ ଅପଡେଟ୍ ମଧ୍ୟ ଦେଖିବାକୁ ପାଇବେ । ଏହି ଅପଡେଟ୍ ପ୍ରତ୍ୟେକ ମଡେଲ୍ ସହିତ ପରିବର୍ତ୍ତନ ହୁଏ ।

ସ୍ପେସିଫିକେସନ୍ :
Google Pixel 10 ରେ ୬.୩-ଇଞ୍ଚ OLED Super Actua ଡିସପ୍ଲେ ଅଛି, ଯାହା ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ ସହିତ ଆସିଥାଏ । ଫୋନରେ ୧୨GB RAM ଏବଂ ୨୫୬GB ଷ୍ଟୋରେଜ୍ ଅଛି । ହ୍ୟାଣ୍ଡସେଟ୍ ଟି Tensor G5 ପ୍ରୋସେସରରେ କାମ କରେ । ପ୍ରୋଟେକ୍ସନ ପାଇଁ, ଏଥିରେ Titan M2 ଚିପସେଟ୍ ଅଛି । ଏହି ସ୍ମାର୍ଟଫୋନଟି Android 16 ସହିତ ରିଲିଜ୍ ହୋଇଛି । ଏଥିରେ ୪୮MP + ୧୦.୮MP + ୧୩MP ର ତ୍ରିପଲ୍ ରିଅର୍ କ୍ୟାମେରା ସେଟ୍ ଅପ୍ ଅଛି । ସେହିଭଳି, କମ୍ପାନୀ ଫ୍ରଣ୍ଟରେ ୧୦.୫MP ସେଲ୍ଫି କ୍ୟାମେରା ଦେଇଛି । ଏଥି ସହ ଫୋନଟି ୪୯୭୦mAh ବ୍ୟାଟେରୀ ସହିତ ଆସିଥାଏ, ଯାହା ୩୦W ଚାର୍ଜିଂକୁ ସପୋର୍ଟ କରେ ।

Pixel 10 Pro ଏବଂ Pixel 10 Pro XL ବିଷୟରେ କହିବାକୁ ଗଲେ, ଏଥିରେ ଯଥାକ୍ରମେ ୬.୩-ଇଞ୍ଚ ଏବଂ ୬.୮-ଇଞ୍ଚ LTPO ଡିସପ୍ଲେ ଅଛି, ଯାହା ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ ସହିତ ଆସିଥାଏ । ଉଭୟ ଫୋନରେ ୫୦MP + ୪୮MP + ୪୮MP ଟ୍ରିପଲ୍ ରିଅର୍ କ୍ୟାମେରା ଏବଂ ୪୨MP ଫ୍ରଣ୍ଟ୍ କ୍ୟାମେରା ରହିଛି । ଏଥିରେ ଯଥାକ୍ରମେ ୪୮୭୦mAh ଏବଂ ୫୨୦୦mAh ବ୍ୟାଟେରୀ ଅଛି, ଯାହା ୪୫W ୱାୟର୍ଡ ଏବଂ ୨୫W ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରେ । Google Pixel 10 Pro Fold ରେ ୬.୪-ଇଞ୍ଚ OLED କଭର ଡିସପ୍ଲେ ଅଛି, ସେହିଭଳି ମେନ୍ ଡିସପ୍ଲେ ୮.୦ଇଞ୍ଚ ରହିଛି । ଉଭୟ ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିବ । ଏଥିରେ ୪୮MP + ୧୦.୫MP + ୧୦.୮MP ର ଏକ ଟ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିବ । ସେହିଭଳି, କମ୍ପାନୀ କଭର ଏବଂ ମେନ୍ ଡିସପ୍ଲେ ଉଭୟରେ ୧୦-ମେଗାପିକ୍ସେଲ କ୍ୟାମେରା ଦେଇଛି । ଏଥି ସହ ଏହି ଫୋନରେ ୫୦୧୫mAh ବ୍ୟାଟେରୀ ଅଛି ।

ପ୍ରାଇସ୍ :
ଭାରତରେ Google Pixel 10 ର ମୂଲ୍ୟ ୭୯,୯୯୯ ଟଙ୍କା । ଏହି ଫୋନ୍ ଚାରୋଟି କଲର ଅପ୍ସନରେ ଆସିବ ଯାହା ରହିଛି- ଇଣ୍ଡିଗୋ, ଫ୍ରଷ୍ଟ, ଲେମନଗ୍ରାସ୍ ଏବଂ ଅବ୍ସିଡିଆନ୍ । Pixel 10 Pro ଏବଂ Pixel 10 Pro XL ର ମୂଲ୍ୟ ୧,୦୯,୯୯୯ ଟଙ୍କା ଏବଂ ୧,୨୪,୯୯୯ ଟଙ୍କା ରହିଛି ।

ଏଥିସହ ଆପଣମାନେ ଜାଣିରଖନ୍ତୁ ଯେ, ଏହି ଫୋନଗୁଡ଼ିକ ଭାରତରେ Flipkartରେ ଅନଲାଇନରେ ଉପଲବ୍ଧ ହେବ । ଆପଣ Google ର ଅଫିସିଆଲ୍ ଅନଲାଇନ୍ ଷ୍ଟୋରରୁ ମଧ୍ୟ ସେଗୁଡ଼ିକୁ କିଣିପାରିବେ । Google Pixel 10 Pro Fold ର ମୂଲ୍ୟ ୧,୭୨,୯୯୯ ଟଙ୍କା । ଏହି ଫୋନ୍ ୧୬GB RAM + ୨୫୬GB ଷ୍ଟୋରେଜ୍ରେ ଉପଲବ୍ଧ ହେବ । ଏହି ଫୋନ୍ କେବଳ ଗୋଟିଏ କଲର ଅପ୍ସନ Moonstore ରେ ଉପଲବ୍ଧ ହେବ । ଏହା ହେଉଛି ସ୍ମାର୍ଟଫୋନର ମୂଲ୍ୟ, ଯାହା ପରେ Google କିଛି ଅଫର୍ ମଧ୍ୟ ଘୋଷଣା କରିବ ।

Also read : OpenAI ଭାରତରେ ଲଞ୍ଚ କରିଛି ChatGPT Go ପ୍ଲାନ୍, ଜାଣନ୍ତୁ କେତେ ଟଙ୍କାରେ ମିଳିବ ୧ ମାସର ସବସ୍କ୍ରିପସନ୍