ପ୍ଲେ ଷ୍ଟୋରରୁ Google ହଟାଇଲା ଏହି ୧୩ ଖତରନାକ ଆପ୍ସ, ଆପଣଙ୍କ ଫୋନରୁ କରନ୍ତୁ ଶୀଘ୍ର ଡିଲିଟି, ନହେଲେ…

ନୂଆଦିଲ୍ଲୀ : ନିକଟରେ Google ୧୩ ଟି ଆପ୍ସକୁ Play Store ରୁ ହଟାଇ ଦେଇଛି । ଏହି ସବୁ ଆପ୍ସ ୨ କୋଟି ଥର ଡାଉନଲୋଡ କରାଯାଇଛି । ଏହି ଆପ୍ସରେ କିଛି ତ୍ରୁଟି ମିଳିଥିବାରୁ ଯେଉଁଥିପାଇଁ ଏହି ଆପ୍ସକୁ ଲିଷ୍ଟରୁ ହଟାଇ ଦିଆଯାଇଛି । ଏହି ଆପ୍ସ ଯୋଗୁ ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ ।

ଏହାଛଡ଼ା ଏହା ମୋବାଇଲ ଡାଟା ବି ଅଧିକ ଖର୍ଚ୍ଚ କରିଥାଏ । ଏଥିସହ ଏହି ସବୁ ଆପ୍ସରେ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ଥିବା Google କହିଛି । McAfee Mobile Research Team ର ଗବେଷକମାନେ ଏହି ଆପ୍ସକୁ ନେଇ ରିପୋର୍ଟ ଦେଇଥିଲେ । ଯେଉଁଥିପାଇଁ Google ପ୍ଲେ ଷ୍ଟୋରରୁ ଏହି ଆପ୍ସ ସବୁ ହଟାଇ ଦେଇଛି ।

ଏହି ସବୁ ଆପ୍ସ ବ୍ୟାକ୍‌ଗ୍ରାଉଣ୍ଡରେ ସର୍ବଦା ଚାଲୁ ରହିଥାଏ । ଯେଉଁଥିପାଇଁ ବ୍ୟାଟେରୀ ଖୁବ୍‌ ଶୀଘ୍ର ଶେଷ ହୋଇଥାଏ । Google ଏହି ମାରାତ୍ମକ ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଯଦି ଆପଣ ଏହି ସବୁ ଆପ୍ସକୁ ଆପଣଙ୍କ ଏଣ୍ଡ୍ରଏଡ ଫୋନରେ ରଖିଛନ୍ତି, ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ।

ଏହି ସବୁ ଆପ୍ସର ତାଲିକା ଦେବା ପୂର୍ବରୁ ଏପରି ଫ୍ରଡ ଆପ୍ସ ସମ୍ପର୍କରେ ମଝିରେ ମଝିରେ ସତର୍କତା ଜାରି କରାଯାଇଥାଏ । ଏହି ସବୁ ଆପ୍ସ ୟୁଜର୍ସଙ୍କ ଡାଟା ଚୋରି କରିଥାଏ । ଏଥିସହ ମଧ୍ୟ କିଛି ଅର୍ଥନୈତିକ ଜାଲିଆତି କରିଥାଏ ।

ଏହି ସବୁ ଆପ୍ସକୁ କରନ୍ତୁ ଡିଲିଟ

ଯଦି ଆପଣ ଫୋନରେ High Speed Camera, SmartTask, Flashlight+, Memo calendar, English-Korean Dictionary, BusanBus, Quick Notes, Smart Currency Converter, Joycode, EzDica, Instagram Profile Downloader, Ez Notes କିମ୍ବା Image Vault – Hide Images ଡାଉନଲୋଡ କରିଛନ୍ତି । ତେବେ ତୁରନ୍ତ ଏହି ସବୁ ଆପ୍ସ ଆପଣଙ୍କ ଫୋନରୁ ହଟାଇ ଦିଅନ୍ତୁ । ଏହିସବୁ ଖତରନାକ ଆପ୍ସ ନା କେବଳ ୟୁଜର୍ସଙ୍କ ଡାଟା ଚୋରାଇଥାନ୍ତି, ଏହା ସହ ଫାଇନାନସିଆଲ ଫ୍ରଡ ମଧ୍ୟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.