ଆଇଫୋନ୍ ୟୁଜରଙ୍କ ପାଇଁ ଗୁଗଲ ରୋଲଆଉଟ କଲା ନୂଆ ଫିଚର, ୟୁଜର୍ସଙ୍କ ପାଇଁ ଲାଭ ହିଁ ଲାଭ

ଯଦି ଆପଣ iOS ଅର୍ଥାତ୍ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଗୁଗଲ୍ ଆଇଫୋନ୍ ୟୁଜରଙ୍କ ପାଇଁ ଏକ ନୂଆ ଫିଚର ଜାରି କରିଛି । ଆଇଫୋନ୍ ପାଇଁ ଗୁଗଲ୍ ଦ୍ୱାରା ଲାଟେଷ୍ଟ ଡାର୍କ ମୋଡ୍ ଫିଚର ରୋଲଆଉଟ ହୋଇଛି । ଗୁଗଲର ନୂଆ ଡାର୍କ ମୋଡ୍ ଫିଚର ସାଧାରଣ ଡାର୍କ ମୋଡ୍ ନୁହେଁ କିନ୍ତୁ ଗୁଗଲ୍ ଏହାକୁ ଅଟୋ ମୋଡ୍ ଫଙ୍କସନ୍ ସହିତ ରିଲିଜ୍‌ କରିଛି ।

ଗୁଗଲର ନୂଆ ଫିଚର ହେଉଛି ଅଟୋ ଡାର୍କ ମୋଡ୍ । ଏହି ଫଙ୍କସନ୍‌ କେବଳ iOS ଡିଭାଇସ୍‌ ଗୁଡ଼ିକରେ କାମ କରିବ । ଏହି ଫିଚରରେ ଉଭୟ ଗୁଗଲ୍ ୱେବସାଇଟ୍ ଏବଂ ଆପରେ ଅଟୋମେଟିକାଲି ଡାର୍କ ମୋଡରେ କନଭର୍ଟ ହେବ । ଯଦି ଆପଣ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଫୋନରେ ଡାର୍କ ମୋଡ୍ ଅନ୍ କରିବାକୁ ପଡିବ ।

ସୂଚନା ଥାଉ କି ଗୁଗଲ୍ ଆପରେ ଆଇଫୋନ୍ ୟୁଜରଙ୍କୁ ଅଟୋ ଡାର୍କ ମୋଡ୍ ଦିଆଯାଉଛି । ଏହାକୁ ଆକ୍ଟିଭ୍‌ କରିବା ପରେ ୟୁଜରମାନେ ସମସ୍ତ ୱେବସାଇଟରେ ଡାର୍କ ଥିମର ଏକ ନୂଆ ଏକ୍ସପେରିଏନ୍ସ ପାଇବେ । କିନ୍ତୁ ଏଥିପାଇଁ ୟୁଜରମାନଙ୍କୁ ପ୍ରଥମେ ନିଜ ଫୋନକୁ ଡାର୍କ ମୋଡକୁ ସ୍ୱିଚ୍‌ କରିବାକୁ ପଡିବ । ଏହି ସର୍ଭିସକୁ ଆକ୍ଟିଭ୍‌ କରିବା ପାଇଁ ୟୁଜରମାନଙ୍କୁ ଗୁଗଲ୍ ଆପର ଟପ୍‌ ଲେଫ୍ଟ କର୍ଣ୍ଣରରେ ଥିବା ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।

ଗୁଗଲର ଏହି ଫିଚର ଦ୍ୱାରା ୟୁଜରମାନେ ଅନେକ ଲାଭ ପାଇବେ । ଅଟୋ ଡାର୍କ ମୋଡ୍ ଅନ୍‌ କରି ବ୍ୟାଟେରୀ ବ୍ୟବହାରକୁ କମ୍‌ କରି ହେବ । ବ୍ୟାଟେରୀ ବ୍ୟବହାର କମାଇବା ବ୍ୟତୀତ ଏହି ଫିଚର ଆପଣଙ୍କ ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ । ଡାର୍କ ମୋଡ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଖିରେ କୌଣସି ଯନ୍ତ୍ରଣା ହେବ ନାହିଁ । ବର୍ତ୍ତମାନ ଗୁଗଲ ଆଇଫୋନ୍ ପାଇଁ ଏହି ଫିଚର ଜାରି କରିଛି କିନ୍ତୁ ଆଶା କରାଯାଉଛି ଏହା ଖୁବଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ମଧ୍ୟ ରୋଲଆଉଟ ହେବ ।

You might also like