କେନ୍ୟୁଜ୍(ବ୍ୟୁରୋ): ମେ ୧୦ରେ ଗୁଗୁଲ I/O ଇଭେଣ୍ଟ । କମ୍ପାନୀ ପକ୍ଷରୁ ଏହାର ଡଭଲପର କନଫରେନ୍ସରେ ନୂଆ ପ୍ରଡକ୍ଟ ସବୁର ଘୋଷଣା କରାଯିବ । ଯାହାକୁ ଅନାଇ ବସିଛନ୍ତି ଗୁଗୁଲର ଗରାଖ । କମ୍ପାନୀ ମୁଖ୍ୟ ସୁନ୍ଦର ପିଚାଇ ନୂଆ ନୂଆ ଡଭଲପମେଣ୍ଟ ବାବଦରେ ଘୋଷଣା କରିପାରନ୍ତି । ଏବେ ସେହି ମୁହୁର୍ତ୍ତକୁ ଅପେକ୍ଷା ଯେବେ ପିଚାଇ ଓ ଅନ୍ୟମାନଙ୍କୁ I/O ଇଭେଣ୍ଟର ଷ୍ଟେଜ୍ରେ ଦେଖିବାକୁ ମିଳିବ ।
ଗୁଗୁଲ ପକ୍ଷରୁ ନିଶ୍ଚିତ କରାଯାଇଛି ସେ ତାର ନିଜସ୍ୱ ପିକ୍ସେଲ ଫୋଲ୍ଡ ଫୋନକୁ ରିଲିଜ କରିବ । ଏହି ଫୋଲ୍ଡଏବଲ ଫୋନରେ ରହିଛି 120Hz ରିଫ୍ରେସ ରେଟ ସହ 5.8 ଇଞ୍ଚର ଏକ୍ସଟରନାଲ ସ୍କ୍ରିନ । ଏହାସହ 7.6 ଇଞ୍ଚର ଇନଟରନାଲ ଡିସପ୍ଲେ ରହିଛି । ଏହା ସାମସଙ୍ଗ ଗାଲେକ୍ସି Z ଫୋଲ୍ଡଠୁ ଅଧିକ ମୋଟା ରହିଛି । କିନ୍ତୁ ଏହା ଅଧିକ ଡିଉରାଏବଲ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ସାଧାରଣ ଭାବେ ବ୍ୟବହାର କଲେ ଏହାର ୨୪ ଘଣ୍ଟିଆ ବ୍ୟାଟେରୀ ବ୍ୟାକ ଅଫ୍ ରହିଛି । ଏହା Tensor G2 chip ସହ ବଜାରକୁ ଆସିବାକୁ ଯାଉଛି । ଏଥିରେ ରହିଛି 128 ଜିବି RAM । କ୍ୟାମେରା ଫିଚର ଦେଖିଲେ ଏଥିରେ ଆପଣଙ୍କୁ 64 ମେଗାପିକ୍ସେଲ ମେନ ସେନସର କ୍ୟାମେରା ମିଳିବାକୁ ଯାଉଛି ।
ପିକ୍ସେଲ ଫୋଲ୍ଡ ସହ କମ୍ପାନୀ ପକ୍ଷରୁ ପିକ୍ସେଲ 7ଏ ଲଞ୍ଚ ହେବାକୁ ଯାଉଛି । ଏବେ ଆସନ୍ତୁ ନଜର ପକାଇବା ପିକ୍ସେଲ 7ଏର ଫିଚର ଉପରେ ।ଏହି ଫୋନରେ Google’s Tensor G2 chipset ବ୍ୟବହାର ହୋଇଛି । ଏହାସହ ଏଥିରେ LPDDR5 RAM ଓ UFS 3.1 ଷ୍ଟୋରେଜ ଫିଚର ରହିଛି । 5ଜି ଫୋନରେ 6.1 ଇଞ୍ଚ OLED ସ୍କ୍ରିନ ସହ ଏଫ ଏଚଡି ପ୍ଲସ ରିଜୋଲୁସନ ମିଳିବ । ଏହାସହ ଏହାର 90Hz ରିଫ୍ରେସ ରେଟ ରହିବ । ପିକ୍ସେଲ 6ଏରେ 60Hz ର ରିଫ୍ରେସ ରେଟ ରହିଥିଲା । ଏହି ଫୋନରେ ଆପଣଙ୍କୁ 4,410mAh ର ବ୍ୟାଟେରୀ ବ୍ୟାକଅପ୍ ମିଳିବ । ଏହାସହ ଏଥରେ 18 ଓ୍ଵାଟର ଚାର୍ଜିଂ ସପୋର୍ଟ ମିଳିବ । ରିଟେଲ ବକ୍ସରେ କିନ୍ତୁ ଆପଣଙ୍କୁ ଚାର୍ଜର ମିଳିବ ନାହିଁ । ଚାର୍ଜିଂ ଫେସିଲିଟିକୁ ଦେଖିଲେ ଏହି ରେସରେ ଅନ୍ୟ ବ୍ରାଣ୍ଡ ସବୁ ଆଗରେ ରହିଛନ୍ତି । ଯେଉଁଥିରେ ଗୁଗୁଲକୁ ଆହୁରି କାମ କରିବାକୁ ପଡ଼ିବ । ଏହାର ପଛ ପାର୍ଶ୍ୱରେ ଏକ ଟ୍ରିପଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ । ଏଥିରେ 64-megapixel Sony IMX787 primary sensor କ୍ୟାମେରା ରହିଛି । ଏହାସହ ଏଥିରେ 12-megapixel ultrawide Sony IMX712 camera ମିଳିବ ।
ଏହାସହ ଗୁଗୁଲ ପକ୍ଷରୁ ପିକ୍ସେଲ ଟାବଲେଟର ଘୋଷଣା କରାଯିବ । ଏହାର ଫିଚର ଉପରେ ନଜର ପକାଇଲେ ଏହାର 11 ଇଞ୍ଜ ଡିସପ୍ଲେ ରହିଛି । ସେହିପରି 8 ଜିବି RAM ସହ ଏହା ଆସିପାରେ । ଏହାସହ ଏଥିରେ 128 ଜିବି ଷ୍ଟୋରେଜ ରହିଛି । ସେହିପରି ଗୁଗୁଲ ପକ୍ଷରୁ ଏହାର I/O ଇଭେଣ୍ଟ ରେ ଆଣ୍ଡ୍ରଏଡ 14ର ଲଞ୍ଚ କରାଯିବ ।
ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…
ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…
ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…
ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…
ନରସିଂହପୁର (କେନ୍ୟୁଜ୍): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…
ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…