ବିପଦରେ କ୍ରୋମ୍ ୟୁଜର୍ସ ! ଗୁଗୁଲ ଜାରି କଲା ଚେତାବନୀ, ତୁରନ୍ତ କରିନିଅନ୍ତୁ ଏହି କାମ

ଗୁଗୁଲ୍ କ୍ରୋମ୍ ହେଉଛି ଏକ ଲୋକପ୍ରିୟ ଇଣ୍ଟରନେଟ୍ ବ୍ରାଉଜର୍। ସାରା ବିଶ୍ୱରେ ଏହାର କୋଟି କୋଟି ୟୁଜର୍ସ ଅଛନ୍ତି । ବର୍ତ୍ତମାନ ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କ ପାଇଁ ଏକ ଚେତାବନୀ ଜାରି କରିଛି। ଗୁଗୁଲ୍ କ୍ରୋମ୍ ରେ ଏକ ନୂଆ ତ୍ରୁଟି ଦେଖିବାକୁ ମିଳିଛି । ଏହି କାରଣରୁ, ଗୁଗୁଲ୍ କ୍ରୋମର 320 ନିୟୁତ ଉପଭୋକ୍ତା ବିପଦରେ ଅଛନ୍ତି। ଗୁଗୁଲ କ୍ରୋମ୍‌ରେ ଏକ ନୂଆ ଜିରୋ-ଡେ ହାଇଥ୍ରେଟ୍‌ ଲେବଲ ହ୍ୟାକ୍ ହୋଇଥିବା ଜଣାପଡିଛି।

ଏହାକୁ ନେଇ ନୂଆ କ୍ରୋମ୍ ବ୍ଲଗ୍ ପୋଷ୍ଟରେ ଏହା କୁହାଯାଇଛି। ଗୁଗୁଲ୍ ଚେତାବନୀ ଦେଇଛି ଯେ, ହ୍ୟାକରମାନେ କ୍ରୋମ୍‌ର ସିକ୍ୟୁରିଟିକୁ ବ୍ରିଚ୍‌ କରି ୟୁଜର୍ସଙ୍କ ଟାର୍ଗେଟ କରିପାରିଥାନ୍ତେ। ତେବେ କମ୍ପାନୀର ଏହାର ଫିକ୍ସ ଜାରି କରିଦେଇଛି। Windows, macOS, Linux ଓ Android ଭଳି ସମସ୍ତ ପ୍ରମୁଖ କ୍ରୋମ୍ ପ୍ଲାଟଫର୍ମ ପାଇଁ ଏହି ତ୍ରୁଟି ଦେଖିବାକୁ ମିଳିଥିଲା । କ୍ରୋମ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗୁଲ ଏପର୍ଯ୍ୟନ୍ତ ଏହି ବିପଦ ବିଷୟରେ ସବିଶେଷ ତଥ୍ୟ ଦେଇନାହିଁ। ଏହା ୩ ସପ୍ତାହରେ ଦ୍ବିତୀୟ ଥର, ଯେବେ କ୍ରୋମ୍ କମ୍ପୋନେଣ୍ଟ V8 କୁ ଜିରୋ-ଡେ ହ୍ୟାକ୍‌ରୁ ବ୍ରିଚ୍‌ କରାଯାଇଥିଲା।

ଏହି ତ୍ରୁଟିରୁ ରକ୍ଷା ପାଇଁ ଗୁଗୁଲ ନୂଆ କ୍ରୋମ୍ (100.0.4896.127) ଭର୍ସନ ଜାରି କରିଛି। କିନ୍ତୁ, ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଏହା ତୁରନ୍ତ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନପାରେ। ୟୁଜର୍ସ ଅପଡେଟ୍‌ର ମାନୁଆଲ ଚେକ୍ କରିବା ପାଇଁ କ୍ରୋମ୍ ଟପ୍ ରାଇଟ୍‌ ଉପରେ ଥ୍ରୀ ଡଟ୍‌ ମେନ୍ୟୁ ଉପରେ କ୍ଲିକ୍ କରିପାରନ୍ତି। ଏହା ପରେ, ଉପଭୋକ୍ତାମାନଙ୍କୁ ସେଟିଂକୁ ଯିବାକୁ ପଡିବ। ସେଟିଂକୁ ଯିବା ପରେ ଆପଣଙ୍କୁ ହେଲପ୍ ସେକ୍ସନକୁ ଯିବାକୁ ପଡିବ। ତା’ପରେ ଗୁଗୁଲ୍ କ୍ରୋମ୍ ଉପରେ ଟ୍ୟାପ୍ କରନ୍ତୁ। ଏହା କରିବା ପରେ ଆପଣଙ୍କ ବ୍ରାଉଜରକୁ ରିଷ୍ଟାର୍ଟ କରନ୍ତୁ। ଚଳିତ ବର୍ଷ ମାର୍ଚ୍ଚରେ ଗୁଗୁଲ ସ୍ବୀକାର କରିଥିଲା ଯେ, କ୍ରୋମ୍‌ ଓ ଅନ୍ୟ ବ୍ରାଉଜରରେ ହେବାକୁ ଥିବା ସକସେସ୍‌ଫୁଲ୍ ଜିରୋ-ଡି ହ୍ୟାକ୍ ଦୃତ ଗତିରେ ବଢୁଛି। ଏଥିରେ, ଉପଭୋକ୍ତାମାନଙ୍କୁ କୁହାଯାଇଥିଲା ଯେ ଅନଲାଇନରେ ସୁରକ୍ଷିତ ରହିବା ପାଇଁ ସେମାନଙ୍କୁ ପ୍ରୋଆକ୍ଟିଭ ହେବାକୁ ହେବାକୁ ପଡିବ।ଏହା ବ୍ୟତୀତ, ସମୟ ସମୟରେ ବ୍ରାଉଜର ଚେକ୍ କରନ୍ତୁ।

You might also like