ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ, ଗୁଗୁଲ-ଜିଓର ମିଳିତ ପ୍ରୟାସରେ ଲଞ୍ଚ ହେବ jio phone next ସ୍ମାର୍ଟଫୋନ

ଜିଓ ଏବଂ ଗୁଗୁଲ ମିଶି ଏକ ନୂଆ ଫୋନ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ସମ୍ପର୍କରେ ସେ ସେପ୍ଟେମ୍ବର ୧୦ରେ ଜଣାଇଛନ୍ତି । ବହୁପ୍ରତିକ୍ଷିତ jio phone next ଏବେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଆଗକୁ ଆସୁଛି ଫେଷ୍ଟିଭାଲ ସିଜିନ । ଏହି ସିଜିନ ପାଖାପାଖି ଉପରୋକ୍ତ ଲାଟେଷ୍ଟ ମଡେଲ ଲଞ୍ଚ ହେବ। ଦୁଇଟି କମ୍ପାନୀ ଜିଓ ଏବଂ ଗୁଗୁଲ ନିଜର ଏହି ଲାଟେଷ୍ଟ ମଡେଲ ଲଞ୍ଚ କୁ ନେଇ ବେଶ ଉତ୍ସାହିତ ଥିବାର କହିଛନ୍ତି।

ଏହି ଦୁଇଟି କମ୍ପାନୀ ସଂଯୁକ୍ତ ଭାବେ ନିଜର ଲାଟେଷ୍ଟ ମଡେଲ ଲଞ୍ଚ କରିବେ। ଏହାର ଟେଷ୍ଟିଂ ମଧ୍ୟ ଆରମ୍ଭ କରାଯାଇଛି। ଏହାପରେ ପୂଜା ସିଜିନରେ ମଡେଲକୁ ଲଞ୍ଚ କରାଯିବ। ଏହି ସମୟରେ ଦୋକନୀଙ୍କୁ ଏକଷ୍ଟ୍ରା ଷ୍ଟକ ରଖିବା ପାଇଁ ମଧ୍ୟ କୁହାଯିବ।

jio
pc: hindi news

ଏହି ଫୋନରେ ଗୁଗୁଲ ଏବଂ ଜିଓର ସମସ୍ତ ଆପ୍ଲିକେସନ କାମ କରିବ। ରିଲାଏନ୍ସର AGM ସମ୍ବନ୍ଧିତ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହାର ଘୋଷଣା କରିଛନ୍ତି। ଏହି ଫୋନ କଟିଂ ଏଜ ଟେକ୍ନୋଲୋଜି ଏବଂ ଆଣ୍ଡ୍ରଏଡ OSର ଅପ୍ଟିମାଇଜେସନ ଭର୍ସନର ଲେସ , ଯାହା କେବଳ ଭାରତ ନୁହେଁ ବରଂ ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ ହେବ । ଏଥିରେ ସମସ୍ତ ଫିଚର୍ସର ମଧ୍ୟ ସୁବିଧା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.