ଟେକ୍

ଗୁଗଲ ଲଞ୍ଚ କଲା ନୂଆ ଆପ୍‌, ଏବେ ବିନା ଇଣ୍ଟରନେଟ ରେ କରିପାରିବେ ଫୋନରେ ସବୁ କାମ, ପ୍ୟାକ ପକାଇବା ଦରକାର ନାହିଁ

ଏବେ ବିନା ଇଣ୍ଟରନେଟରେ କରିହେବ ସବୁ କାମ। ଆଉ ଫୋନରେ ଇଣ୍ଟରନେଟ ପ୍ୟାକ ପକାଇବାର ନାହିଁ କିଛି ଆବଶ୍ୟକତା। ବିନା ନେଟ୍‌ ରେ ଆପଣ ଯାହା ଚାହୁଁଛନ୍ତି ସେ କାମ ଖୁବ ସହଜରେ ହୋଇଯିବ। ବଢ଼ୁଥିବା ଓ୍ଵାର୍କଲୋଡ୍‌ କୁ ଧ୍ୟାନରେ ରଖି ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିକଟରେ ଏକ ବଢ଼ିଆ ଆପ୍‌ ଲଞ୍ଚ କରିଛି। ଯାହା ସାହାଯ୍ୟରେ ଆପଣ ବିନା ଇଣ୍ଟରନେଟ କନେକସନରେ ଡିଭାଇସକୁ କନେକ୍ଟ କରାଇପାରିବେ। ମାନେ ଫୋନରେ ନେଟଓ୍ଵାର୍କ ନଥିଲେ ବି ଓ୍ଵାଇଫାଇ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଏହି ଆପ୍‌ ସାହଯ୍ୟରେ କରିପାରିବେ। ଭିଡ଼ିଓ ଦେଖି ଜାଣନ୍ତୁ କିପରି ଏହାର ଫାଇଦା ଉଠାଇବେ।

ବିଶ୍ବର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିକଟରେ ନୂଆ ଆପ୍ ଲଞ୍ଚ କରିଛି। ଯାହା ବିନା ଇଣ୍ଟରନେଟ ସଂଯୋଗ ବିନା ହିଁ ନିଜ ଡିଭାଇସ ସହିତ କନେକ୍ଟ କରିପାରିବେ। ଯଦି ଫୋନରେ ନେଟୱାର୍କ ନଥିବା ସତ୍ତ୍ବେ ମଧ୍ୟ ସବୁ କାର୍ଯ୍ଯ ଏହି ଆପ୍ ଜରିଆରେ କରିପାରିବେ।

ଗୁଗଲ ଦାବି ମୁତାବକ, ଆପ୍ Wifi Aware ପ୍ରୋଟୋକଲର ବ୍ଯବହାର କରିବା ସହିତ ବିନା ଇଣ୍ଟରନେଟରେ ସଂଯୋଗ ନ କରି କୌଣସି ରେଷ୍ଟୁରାଣ୍ଟର ସିଟ୍ ବୁକିଂ ହେଉ ଅବା ଫିଲ୍ମ ଟିକେଟ ବୁକିଂ ସବୁକିଛି କରିପାରିବେ। ଏହି ଆପର ବ୍ଯବହାର ଡାଟା ସେୟାର କରିବା ପାଇଁ ମଧ୍ୟ କରାଯାଇପାରିବ।

ଗୁଗଲ ଏହି ଆପକୁ WifiNanScan ନାମରେ ପ୍ଲେ ଷ୍ଟୋରରେ ଲଞ୍ଚ କରିଛି। ଏହାକୁ ଏବେ ଡେଭଲପର୍ସ, ଭେଣ୍ଡର୍ସ ଏବଂ ୟୁନିଭରସିଟି ପାଇଁ ରିସର୍ଚ୍ଚ, ଡେମୋନୋଷ୍ଟ୍ରେସନ ଏବଂ ଟେଷ୍ଟିଂ ଟୁଲ ପାଇଁ ଡିଜାଇନ କରାଯାଇଛି। ଏହି ଆପ୍ ଜରିଆରେ ଏକ୍ସପେରିମେଣ୍ଟ କରିପାରିବେ।

ଏହି ଆପ୍ ଜରିଆରେ ଦୁଇଟି ସ୍ମାର୍ଟଫୋନ ମଧ୍ୟରେ ସଠିକ୍ ଦୂରତା ମଧ୍ୟ ମାପିପାରିବେ। କିନ୍ତୁ ଦୁଇଟି ଫୋନ ମଧ୍ୟରେ ଦୂରତା ୧୫ ମିଟର ରହିବା ଦରକାର। ଏହି ଆପ୍ ସାହାଯ୍ଯରେ ବିନା ନେଟୱାର୍କ ପ୍ରିଣ୍ଟରରେ ଡକ୍ଯୁମେଣ୍ଟ ମଧ୍ୟ ପଠାଇପାରିବେ।

ଏହି ଆପ୍ ଆଣ୍ଡ୍ରଏଡ ୮.୦ ଏବଂ ଏହା ଉପର OS ଭର୍ସନର ସମସ୍ତ ଡିଭାଇସ ସହିତ କାମ କରିଥାଏ। ଗୁଗଲ ମୁତାବକ, ଏହି ଆପ୍ ସଂପୂର୍ଣ୍ଣ ଭାବେ ସୁରକ୍ଷିତ। ଏହି ଆପ୍ ସାହାଯ୍ଯରେ ବିନା ବ୍ଲୁଟୁଥ ଏବଂ ୱାଇଫାଇ କନେକ୍ସନରେ ଆପଣ ମେସେଜ ଏବଂ ଡାଟା ସେୟାର କରିପାରିବେ।

D Sonali

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

6 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

39 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

41 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

47 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

56 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

56 mins ago