ଗୁଗୁଲ ଆଣୁଛି ଚାଟବଟ ଟେକ୍ନୋଲୋଜି, LaMDA ଓ PaLM ମଡେଲରେ ବଜାରରେ ଉପଲବ୍ଧ ହେବ

କେନ୍ୟୁଜ୍‌(ବ୍ୟୁରୋ): ଖୁବଶୀଘ୍ର ବଜାରକୁ ଗୁଗୁଲ ତାର ନିଜର ଚାଟବଟ ଟେକ୍ନୋଲୋଜି ଆଣିବାକୁ ଯାଉଛି । ଚାଟ ଜିପିଟିର ସଫଳତା ପରେ ଗୁଗୁଲ ଏଦିଗରେ କାମ କରିବା ଆରମ୍ଭ କରିଦେଇଛି । ଏହା ଲୋକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ ।

ଗୁଗୁଲର ପେରେଣ୍ଟ କମ୍ପାନୀ ଆଲଫାବେଟର ମୁଖ୍ୟ ସୁନ୍ଦର ପିଚାଇ କହିଛନ୍ତି ଏହି ଫିଲ୍ଡରେ କମ୍ପାନୀ ଭଲ ପୋଜିସନରେ ରହିଛି । କମ୍ପାନୀ ପକ୍ଷରୁ ଦୁଇଟି ଲାର୍ଜ ଲାଙ୍ଗୁଏଜ ମଡେଲର ବିକାଶ କରାଯାଇଛି । LaMDA ଓ PaLM ବଜାରରେ ଉପଲବ୍ଧ କରାଯିବ । ରିପୋର୍ଟ ଅନୁଯାୟୀ AI chatbot ସହ ChatGPT ସମାନତା ରହିଛି । ଏହାକୁ ଗୁଗୁଲ ଦ୍ୱାରା ପରୀକ୍ଷା କରାଯାଇଛି । ଏଥିରେ LaMDA ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି ।

ଗତବର୍ଷ LaMDA ଟେକ୍ନୋଲୋଜି ବାବଦରେ ଜଣା ପଡ଼ିଥିଲା, ଯେତେବେଳେକି ଜଣେ ଇଂଜିନିୟର ଏହାକୁ ସମ୍ବେଦନଶୀଳ ବୋଲି ଦାବି କରିଥିଲେ । ଏଥିରେ ଗୁଗୁଲ ତାଙ୍କୁ ନିଲମ୍ବିତ କରିଥିଲା ପରେ ତାଙ୍କୁ କମ୍ପାନୀରୁ ବରଖାସ୍ତ କରିଥିଲା । LaMDA ଏକ ଡାଏଲଗ ଏପ୍ଲିକେସନ ଭାବେ କାର୍ଯ୍ୟ କରିଥାଏ । କିଛି ସପ୍ତାହ ପରେ ଏହି ଲାଙ୍ଗୁଏଜ ମଡେଲ ସବୁ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହାସହ ଗୁଗୁଲ ଇଣ୍ଟିଗ୍ରେଟେଡ chatbot ଟେକ୍ନୋଲୋଜି ଆଣିବାକୁ ଯାଉଛି ।

ଖୁବଶୀଘ୍ର ପରୀକ୍ଷାମୂଳକ ଭବେ ଗୁଗୁଲର ଶକ୍ତିଶାଳୀ ଭାଷା ମଡେଲ ଗୁଡ଼ିକ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଗତବର୍ଷ ଗୁଗୁଲ ପକ୍ଷରୁ ଏହାର ଡେମୋ ରିଲିଜ କରାଯାଇଥିଲା । ଗୁଗୁଲ ଏବେ ୨୦ଟି ନୂଆ ପ୍ରଡକ୍ଟର ଆଣିବାକୁ ଯାଉଛି । ଏହାର ସର୍ଚ୍ଚ ଇଞ୍ଜିନ ମଧ୍ୟ ଚାଟବଟ ଫିଚରରେ ଆସିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.