ଏବେ Google Maps କହିବ ରାସ୍ତାରେ ଯିବା ବେଳେ କେତେ ଦେବାକୁ ହେବ ଟୋଲ୍‌ ଟ୍ୟାକ୍ସ

ଗୁଗଲ ମ୍ୟାପ୍‌ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ରାସ୍ତା ଜାଣିବା ସହଜ ହୋଇଥିବା ବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ବି ଆରାମରେ ଜାଣି ହେଉଛି। ତେବେ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗୁଗଲ ମ୍ୟାପ୍‌ ଏବେ ଆଉ ଏକ ନୂଆ ଫିଚର ଲଞ୍ଚ୍‌ କରିବାକୁ ଯାଉଛି। ଏହି ନୂଆ ଫିଚର ୟୁଜର୍ସଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଗୁଗଲ ମ୍ୟାପ୍‌ ଏବେ ଟୋଲ ଟ୍ୟାକ୍ସ ବିଷୟରେ ବି ସୂଚନା ଦେବ। କୌଣସି ଟ୍ରିପ୍‌ରେ ଯିବା ପୂର୍ବରୁ ଉକ୍ତ ରାସ୍ତାରେ ଆପଣଙ୍କୁ କେତେ ଟଙ୍କା ଟୋଲ ଫି ଦେବାକୁ ପଡ଼ିବ, ସେ ସମ୍ପର୍କ ଗୁଗଲ ମ୍ୟାପ୍‌ ଆଗୁଆ ସୂଚନା ଦେବ। ଏହି ଫିଚର ସାହାଯ୍ୟରେ ଆପଣଙ୍କୁ କେତେ ଟ୍ୟାକ୍ସ ଭରିବାକୁ ପଡ଼ିବ ତାହା ପୂର୍ବରୁ ହିଁ ଜାଣିପାରିବେ।

ତେବେ କମ୍ପାନୀ ପକ୍ଷରୁ ଏନେଇ ଅଫିସିଆଲି କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ, ଗୁଗଲ ପକ୍ଷରୁ ଗୁଗଲ ମ୍ୟାପ୍‌ରେ ଏହି ଫିଚର ଉପରେ କାମ ଆରମ୍ଭ ହୋଇଛି। ଆଉ ମାତ୍ର କିଛି ଦିନ ପରେ ୟୁଜର୍ସ ଏହି ଫିଚରର ଫଇଦା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.