Google Maps ଯୋଡିଲା ଆଉ ଏକ ନୂଆ ଫିଚର, ଏବେ ଲେକେସନ ସେୟାର କରିବା ହେଲା ଆହୁରି ସହଜ

ଗୁଗଲ ମ୍ୟାପ ପାଇଁ ଏକ ନୂଆ ଅପଡେଟ ରୋଲ ଆଉଟ୍‌ କରାଯାଇଛି। ଏହି ନୂଆ ଅପଡେଟ ସହିତ ଗୁଗଲ ମ୍ୟାପ ର ଲୋକେସନ ସେୟାରିଂ ଫିଚରକୁ ଅପଗ୍ରେଡ କରାଯାଇଛି। ଏବେ ୟୁଜର୍ସ ନିଜର ଲୋକେସନ ପ୍ଲସ କୋଡସ୍‌ ଜରିଆରେ ସେୟାର କରିପାରିବେ। ଗୁଗଲ ମ୍ୟାପରେ ଏହି ଫିଚର ଏବେ କେବଳ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଯୋଡା ଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୁଗଲ ମ୍ୟାପରେ ପ୍ଲସ କୋଡର ବିକଳ୍ପ ଅଗଷ୍ଟ ୨୦୧୫ ଠାରୁ ହିଁ ରହିଛି। କିନ୍ତୁ ଯେଉଁ ନୂଆ ପରିବର୍ତ୍ତନ ହୋଇଛି ସେଥିରେ ୟୁଜର୍ସ ପ୍ଲସ କୋଡସ ଏକ୍ସପେଣ୍ଡ କରି ଏହାର ବ୍ୟବହାର ସହଜରେ ଏଗଜିକ୍ଟ ଲୋକେସନରେ ପହଁଚାଇପାରିବେ।

mapsଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନେଭିଗେଟସ ପାଇଁ ପ୍ଲସ କୋଡ ଏକ ଡିଜିଟାଳ ଆଡ୍ରେସ ରହିଥାଏ ଯାହା ଲଙ୍ଗଟିଚ୍ୟୁଡ ଏବଂ ଲାକ୍ଟିଚ୍ୟୁଡ ଆଡିସନାଲ ଜରିଆରେ କ୍ରିଏଟ୍‌ ହୋଇଥାଏ। ଗୁଗଲ ମ୍ୟାପ ନେଭିଗେଟିଙ୍ଗ ଆପରେ ଜିପିଏସ ଦ୍ୱାରା ଏହି ଲଙ୍ଗଟିଚ୍ୟୁଡ ଏବଂ ଲାକ୍ଟିଚ୍ୟୁଡକୁ ଜେନେରେଟ୍‌ କରାଯାଇଥାଏ। କ୍ରିଏଟ୍‌ କରାଯାଇଥିବା ଡିଜିଟାଲ ଆଡ୍ରେସରେ ପ୍ଲସ କୋଡ ଜେନେରେସନ ଟେକ୍ନୋଲୋଜିକୁ ରୋଲ ଆଉଟ କରାଯାଇଛି।

codeଗୁଗଲ ମ୍ୟାପର ଡାଇରେକ୍ଟର ଜଣାଇଛନ୍ତି ଯେ ପ୍ଲସ କୋଡ ଜେନେରେଟ କରୁଥିବା ଟେକ୍ନୋଲୋଜି ମଧ୍ୟ ଏକ ଓପନ ସୋର୍ସ କୋଡ ରହିଛି। ଗୁଗଲ ମ୍ୟାପରେ ସେୟାର କରାଯାଇଥିବା ଲୋକେସନରେ ପ୍ଲସ କୋଡକୁ ଦେଖିବା ପାଇଁ ୟୁଜର୍ସଙ୍କୁ ମ୍ୟାପରେ ବ୍ଲୁ ଡଟରେ ଟ୍ୟାପ କରିବାକୁ ହେବ। କିମ୍ବା ୟୁଜର ଚାହିଁଲେ କୌଣସି ବି ସ୍ପଟରେ ଲଙ୍ଗ୍‌ ପ୍ରେସ କରି ସେଠାରେ ପିନ୍‌ ମାର୍କ କରି କୋର୍ଡ ପ୍ରାପ୍ତ କରିପାରିବେ। ଏହି ପ୍ଲସ କୋଡ ବ୍ୟତୀତ ଗୁଗଲ ମ୍ୟାପରେ ଅନେକ ନୂଆ ଜିନିଷ ଯୋଡି ହୋଇଯାଇଛି, ଯେଉଁଥିରେ ନିୟରବାଇ ପ୍ଲେସେଜକୁ ଦେଖି ପାର୍କିଙ୍ଗକୁ ସେଭ୍‌ କରିବା ସାମିଲ ରହିଛି। ଯେତେବେଳେ ଆପଣଙ୍କ ସ୍କ୍ରୀନ ଉପରେ ପ୍ଲସ କୋଡ ଦେଖାଯିବ ଆପଣ ତାହାକୁ କପି କରିପାରିବେ। ଏହାସହିତ ନିଜ କଣ୍ଟାକ୍ସକୁ ମଧ୍ୟ ସେୟାର କରିପାରିବ। ଏହାକୁ ହ୍ଵାଟସଅପ ସହିତ ଟେକଷ୍ଟ ମେସେଜ କିମ୍ବା ଅନ୍ୟ ମ୍ୟାସେଜିଂ ଟୁଲ ଜରିଆରେ ସେୟାର କରାଯାଇପାରିବ।

Leave A Reply

Your email address will not be published.