Google ଆଣୁଛି ଏକ ନୂଆ ଫିଚର୍, ହଜିଥିବା Android ସ୍ମାର୍ଟଫୋନ୍ ଓ କାରକୁ ଖୋଜି ପାରିବେ

ଗୁଗଲ ଖୁବଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଅନ୍ୟ ସ୍ମାର୍ଟଫୋନ ଦ୍ୱାରା ହଜିଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଓ କାର୍ ଖୋଜି ପାରିବେ । ଗୁଗଲ ‘ଫାଇଣ୍ଡ୍ ମାଇ ଡିଭାଇସ୍’ ଇକୋସିଷ୍ଟମରେ ଏକ ନୂଆ ଫିଚର ଯୋଡ଼ିବାକୁ ପ୍ଲାନିଂ କରୁଛି । ଅନ୍ୟ ସ୍ମାର୍ଟଫୋନ୍ ସହାୟତାରେ ହଜିଯାଇଥିବା ସ୍ମାର୍ଟଫୋନ ଖୋଜିବାକୁ ନେଇ ଏକ ନୂଆ ଫିଚର ଉପରେ ଗୁଗୁଲ ପ୍ରସ୍ତୁତି ଚଳାଇଛି । ଏଥିସହିତ ନୂଆ ଆଣ୍ଡ୍ରଏଡ୍ ଅଟୋ ଇନଫୋଟେନମେଣ୍ଟ ଦ୍ୱାରା ହଜିଥିବା କାରକୁ ମଧ୍ୟ ପାଇହେବ ବୋଲି କୁହାଯାଇଛି ।

ଏହି ନୂଆ ଫିଚର ସହିତ ଗୁଗଲ ଆଉ ଏକ ନୂଆ ଟେକନିକ୍ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଏହି ଫିଚର ଦ୍ୱାରା ଆପଣ କେବଳ ହଜିଥିବା କାର ବା ଟ୍ରକକୁ ଟ୍ରାକ କରିପାରିବେ ତା’ ନୁହେଁ, ଆପଣ ନିଜର ଗୁଗଲ ଆକାଉଣ୍ଟକୁ ସମସ୍ତ ପ୍ରକାର ଅଣପଞ୍ଜୀକୃତ ଆକ୍ସେସରୁ ମଧ୍ୟ ମୁକ୍ତ କରିପାରିବେ। ତେବେ ନୂଆ ଫିଚର ଆସିବ ବୋଲି ଜଣାପଡ଼ିଥିଲେ ହେଁ କେବେ ଆସିବ ସେନେଇ କିଛି ଘୋଷଣା କରାଯାଇନାହିଁ । ଗୁଗଲର ଏହି ଫିଚର ଆପଲର ‘ଫାଇଣ୍ଡ ମାଇ’ ନେଟୱାର୍କ ପରି କାର୍ଯ୍ୟ କରିବ । ‘ଫାଇଣ୍ଡ ମାଇ’ ଆପ୍ ମାଧ୍ୟମରେ ଆପଣ ଆପଲ ଡିଭାଇସକୁ ଖୋଜିପାରିବେ ଯାହା ଆପଲ ଆଇଡି ସହିତ ଲଗ୍ ଇନ୍ ହୋଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.