ଗୁଗଲ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ଦେଲା ଉପହାର, ଏଣିକି ବିନା ପାସଓ୍ଵାର୍ଡରେ କୌଣସି ବି ୱେବସାଇଟକୁ କରିପାରିବେ ଲଗଇନ୍‌

ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଉପହାର ଦେଲା ଗୁଗଲ। ପାର୍ବଣରେ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ବହୁତ ଖାସ୍‌ ଗିଫ୍ଟ ଦେଇଛି ଗୁଗଲ। ଏବେ ବିନା ପାସଓ୍ଵାର୍ଡରେ କୌଣସି ବି େଓ୍ଵବସାଇଟରେ କରିପାରିବେ ଲଗଇନ୍‌। ଗୁଗଲ ନିଜର ଆଣ୍ଡ୍ରଏଡ ୟୁଜର୍ସ ଏବଂ କ୍ରୋମ୍‌ ୟୁଜର୍ସଙ୍କ ପାଇଁ ନୂଆ ପାସକି ଫିଚର ଲଞ୍ଚ୍‌ କରିଛି। ଯାହା ସାହାଯ୍ୟରେ ୟୁଜର୍ସ ଗୁଗଲ କ୍ରୋମ ଏବଂ ଆଣ୍ଡ୍ରଏଡ ଡିଭାଇସରେ ପିନ୍‌ ବ୍ୟତୀତ ବାୟୋମେଟ୍ରିକ ଯଥା ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍‌ ଆଇଡିରେ ବି ଲଗଇନ୍‌ କରିପାରିବେ। ଏହାକୁ କୌଣସି ବି ୱେବସାଇଟ ଏବଂ ଆପରେ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ ଆପଣ ଫେସବୁକରେ ମଧ୍ୟ ଫେସ୍‌ ଆଇଡି କିମ୍ବା ଫିଙ୍ଗରପ୍ରିଣ୍ଟରେ ଲଗଇନ କରିପାରିବେ।

ଚଳିତ ବର୍ଷ ମେ ମାସରେ ମାଇକ୍ରୋସଫ୍ଟ, ଆପଲ ଏବଂ ଗୁଗଲ କମନ ପାସଓ୍ଵାର୍ଡଲେସ ସାଇନଇନର ଘୋଷଣା କରିଥିଲା। ଆଉ ବର୍ତ୍ତମାନ ତିନିଟି କମ୍ପାନୀର ସହଯୋଗରେ “Passkeys”କୁ ଓ୍ଵାଲର୍ଡ ଓ୍ଵାଇଡ୍‌ ୱେବ କନସୋର୍ଟିୟମ ଏବଂ FIDO Alliance ପ୍ରସ୍ତୁତ କରିଛନ୍ତି। ଯଦିଓ ଏହି ଫିଚର୍ସ କେବଳ ଡେଭଲପର୍ସ ପାଇଁ ହିଁ ଅଛି, ତଥାପି ବହୁତ ଜଲଦି ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ଜାରି କରାଯିବ ବୋଲି ଆଶା କରାଯାଉଛି।

ପାସଓ୍ଵାର୍ଡର ଏହି ନୂଆ ତରିକା ଗୁଗଲ ପାସଓ୍ଵାର୍ଡ ମ୍ୟାନେଜର ସହିତ ଯଦି ସିଙ୍କ୍‌ ହୋଇଥାଏ, ତାହେଲେ ଆପଣଙ୍କ ନୂଆ ଫୋନରେ ପାସଓ୍ଵାର୍ଡକୁ ନେଇ କୌଣସି ସମସ୍ୟା ହେବାର ଆବଶ୍ୟକତା ନାହିଁ। ଏହି ପାସଓ୍ଵାର୍ଡ ପୁରୁଣାରୁ ନୂଆ ଫୋନକୁ ବହୁତ ସହଜରେ ଟ୍ରାନ୍ସଫର ହୋଇଯିବ। ଏହାବ୍ୟତୀତ ଗୁଗଲ କହିଛି ଯେ ଏହି ପାସଓ୍ଵାର୍ଡ ସମ୍ପୂର୍ଣ୍ଣ ଭାବେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସୁବିଧା ଆଇଓଏସରେ ପୂର୍ବରୁ ହିଁ ମହଜୁଦ ଅଛି।

You might also like