ଫୁଲ ହୋଇଯାଇଛି କି Gmail? ଏବେ ଶସ୍ତାରେ ମିଳିବ ୩୦ ଜିବି ଷ୍ଟୋରେଜ୍

ଗୁଗଲ୍ ନୂଆ ପ୍ଲାନ ଲଞ୍ଚ କରିଛି ଯାହାର ନାମ ଗୁଗଲ୍ ୱାନ୍ ଲାଇଟ୍ । ଏହି ପ୍ଲାନରେ ଆପଣଙ୍କୁ ଅଧିକ ଷ୍ଟୋରେଜ୍ ମିଳିବ ଏବଂ ଆପଣଙ୍କୁ କମ୍ ଟଙ୍କା ଦେବାକୁ ପଡିବ । ଗୁଗଲ୍ ୱାନ୍ ପ୍ଲାନ ଦ୍ୱାରା ଆପଣ ଅନ୍ୟ ଗୁଗଲ୍ ଆପ୍ସରେ ମଧ୍ୟ ଅଧିକ ଷ୍ଟୋରେଜ୍ ପାଇବେ, ଯେପରିକି Gmail, ଗୁଗଲ୍ ଫଟୋ ଏବଂ ଗୁଗଲ୍ ଡ୍ରାଇଭ୍ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ମାଗଣାରେ ୧୫ ଜିବି ଷ୍ଟୋରେଜ୍ ପାଉଥିଲେ । କିନ୍ତୁ ଗୁଗଲ୍ ୱାନ୍ ପ୍ଲାନରେ ଆପଣ ୧୦୦ ଜିବି, ୨୦୦ ଜିବି ଏବଂ ୨ ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇବେ । ଏହା ଆପଣଙ୍କୁ ଅଧିକ ଫାଇଲ୍ ଏବଂ ଡାଟା ଷ୍ଟୋର କରିବାକୁ ସ୍ଥାନ ଦେବ ।

ଗୁଗଲ ଭାରତରେ ଆରମ୍ଭ କରିଥିବା ନୂଆ ପ୍ଲାନ ଗୁଗଲ ୱାନ ଲାଇଟରେ ଆପଣଙ୍କୁ ୩୦ ଜିବି ଷ୍ଟୋରେଜ୍ ମିଳିବ ଏବଂ ଏଥିପାଇଁ ଆପଣଙ୍କୁ ବହୁତ କମ୍ ଟଙ୍କା ଦେବାକୁ ପଡିବ ।
ଗୁଗଲ୍ ୱାନ୍ ଲାଇଟ୍ ପ୍ଲାନରେ ଆପଣ ୧୫ ଜିବି ପରିବର୍ତ୍ତେ ୩୦ ଜିବି ଷ୍ଟୋରେଜ୍ ପାଇବେ । ଏହି ପ୍ଲାନରେ ଆପଣ ଅନ୍ୟ ଲୋକଙ୍କ ସହିତ ଷ୍ଟୋରେଜ୍ ସେୟାର କରିପାରିବେ ନାହିଁ । ଆପଣ ଅନ୍ୟ କିଛି ଫିଚର ମଧ୍ୟ ପାଇବେ ନାହିଁ ଯାହା ଅନ୍ୟ ପ୍ଲାନରେ ଉପଲବ୍ଧ ।

ଗୁଗଲ୍ ୱାନ୍ ଲାଇଟ୍ ପ୍ଲାନରେ ଆପଣଙ୍କୁ AI ଫିଚର ମିଳିବ ନାହିଁ । ଏହି ଫିଚରଗୁଡିକ କେବଳ ଗୁଗଲ୍ ୱାନ୍ AI ପ୍ରିମିୟମ୍ ପ୍ଲାନରେ ଅଛି । ଏହି ପ୍ଲାନ ପାଇଁ ଗୁଗଲ ଏକ ମାସ ପାଇଁ ମାଗଣା ଟ୍ରାଇଲ ଦେଇଛି। ଯଦି ଆପଣ ଏହି ପ୍ଲାନ ପସନ୍ଦ କରନ୍ତି ତେବେ ଆପଣ ଏହାକୁ ଏକ ମାସ ପାଇଁ ମାଗଣାରେ ବ୍ୟବହାର କରିପାରିବେ ।

ଗୁଗଲ୍ ୱାନ୍ ଲାଇଟ୍ ପ୍ଲାନର ମାସିକ ଚାର୍ଜ ହେଉଛି ୫୯ ଟଙ୍କା । ଏଥିରେ ଆପଣ ୩୦ ଜିବି ଷ୍ଟୋରେଜ୍ ପାଇବେ । ଯଦି ଆପଣ ୧୦୦ ଜିବି ଷ୍ଟୋରେଜ୍ ସହିତ ପ୍ଲାନ ନିଅନ୍ତି, ତେବେ ଆପଣଙ୍କୁ ୧୧୮ ଟଙ୍କା ଦେବାକୁ ପଡିବ । ଏହାର ଅର୍ଥ ଗୁଗଲ୍ ୱାନ୍ ଲାଇଟ୍ ପ୍ଲାନ ଅଧା ଶସ୍ତା ରହିବ । ଯଦି ଆପଣ ଏକ ବର୍ଷ ପାଇଁ ପ୍ଲାନ ନେଉଛନ୍ତି ତେବେ ଆପଣଙ୍କୁ ୫୮୯ ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like