Google Pay ଆଣିଲା ନୂଆ ସିକ୍ୟୁରିଟୀ ଫିଚର, ଏଣିକି ଫେସ୍ ରିକଗ୍ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଦ୍ୱାରା କରିପାରିବେ ପେମେଣ୍ଟ

ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିଜର ପେମେଣ୍ଟ ଆପରେ ୟୁଜର୍ସଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ନୂଆ ଫିଚରକୁ ଯୋଡିଛି। ଏହି ଫିଚର ନାମ ହେଉଛି ସିକ୍ୟୁରିଟୀ ଫିଚର ୨.୧୦୦ ଭର୍ସନ ଅଟେ। ଏହି ନୂଆ ଫିଚର ଅନୁଯାୟୀ ଗୁଗଲ ପେ ୟୁଜର୍ସ ଅନଲାଇନ୍ ପେମେଣ୍ଟ କରିବା ପାଇଁ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ରିକଗ୍ନିସନ୍‌ ବ୍ୟବହାର କରିପାରିବେ। ଏଥିପାଇଁ ୟୁଜର୍ସଙ୍କୁ ଆଉ ପିନ୍ କିମ୍ବା ପାସଓ୍ଵାର୍ଡ ଦେବାକୁ ପଡିବନାହିଁ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଫିଚର କେବଳ ଆଣ୍ଡ୍ରଏଡ୍ ୧୦ ୟୁଜର୍ସଙ୍କ ପାଇଁ ଉପଲବ୍ଧ।

paymentଏହି ଫିଚର ପୂର୍ବରୁ ଗୁଗଲ ପେ ୟୁଜର୍ସ ପିନ ର ଉପଯୋଗ କରି ପେମେଣ୍ଟ କରୁଥିଲେ। ଏହାସହିତ ଏହି ପ୍ରୋସେସ୍ ମାଧ୍ୟମରେ ଟ୍ରାଜାଂକସନ ମଧ୍ୟ ସୁରକ୍ଷିତ ରହିଥାଏ। କିନ୍ତୁ ପିନ୍ ତୁଳନାରେ ଏହି ନୂଆ ଫିଚର ୟୁଜର୍ସଙ୍କ ପାଇଁ ଅଧିକ ଉତ୍ତମ ପ୍ରମାଣିତ ହେବ। ଗୁଗଲ ଏହି ନୂଆ ସିକ୍ୟୁରିଟୀ ଫିଚରକୁ ଖୁବ୍ ଶୀଘ୍ର ଅନ୍ୟ ଦେଶରେ ରୋଲ ଆଉଟ୍ କରିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ ଏହି ଫିଚରର ସପୋର୍ଟ ମିଳିନାହିଁ। ଏବେ କିନ୍ତୁ ଯେପରି ଲୋକମାନେ ପିନ କିମ୍ବା ପାସଓ୍ଵାର୍ଡ ଜରିଆରେ ପେମେଣ୍ଟ କରୁଛନ୍ତି ସେମିତି ହିଁ କରିବେ। ଅନୁମାନ କରାଯାଉଛି ଯେ ଖୁବଶିଘ୍ର ଗୁଗଲ ଏହି ନୂଆ ଫିଚରକୁ ଭାରତରେ ଲଞ୍ଚ କରିବ।

ଏହି ନୂଆ ଫିଚର କେମିତି କରିବ କାମ

fingerprimtଏହି ଫିଚରକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ପ୍ରଥମେ ସେଣ୍ଡିଂ ମନି ସେକ୍ସନକୁ ଯିବାକୁ ହେବ। ଏହାପରେ ୟୁଜର୍ସଙ୍କୁ ପିନ୍ ବଦଳରେ ବାୟୋମେଟ୍ରିକ ସିକ୍ୟୁରିଟୀର ବିକଳ୍ପକୁ ବାଛିବାକୁ ପଡିବ। ଏହି ଫିଚରକୁ କେବଳ ଅନଲାଇନ ପେମେଣ୍ଟ ପାଇଁ ବ୍ୟବହାର କରାଯିବ। କିନ୍ତୁ ୟୁଜର୍ସ ଏନଏଫସି ପେମେଣ୍ଟ ପାଇଁ ଏହାର ଉପଯୋଗ କରିପାରିବେନାହିଁ।

ଏହାସହ ପଢନ୍ତୁ : IPhone 5 ୟୁଜର୍ସ ୩ ନଭେମ୍ବର ପୂର୍ବରୁ IOS 10.3.4କୁ କରନ୍ତୁ ଅପଡେଟ୍‌, ନଚେତ ବନ୍ଦ ହୋଇଯିବ ଆପଣଙ୍କ ଫୋନର ଇଣ୍ଟରନେଟ

ଏହାପୂର୍ବରୁ ଗୁଗଲ ଯୋଡିଥିଲା ସେଫ୍ଟି ଫିଚର

ଗୁଗଲ ଭାରତରେ ନିଜ ୟୁଜର୍ସଙ୍କ ପାଇଁ ସେଫ୍ଟି ଫିଚର ଜାରୀ କରିଥିଲା। ଗୁଗଲ ପେର ନୂଆ ଅପଡେଟ କରିବା ପରେ କୌଣସି ବି ପେମେଣ୍ଟ ପରେ ୟୁଜର୍ସଙ୍କୁ ନୋଟିଫିକେସନ ସହିତ ଏସଏମଏସ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.