Google Payରେ ସାମିଲ ହେଲା “ଟ୍ୟାପ ଟୁ ପେ ଫିଚର”, ଜାଣନ୍ତୁ କେମିତି କରିବେ ବ୍ୟବହାର

ପେମେଣ୍ଟ ସର୍ଭିସ Google Pay ପାଇଁ Google କମ୍ପାନୀ ଏକ ନୂଆ ଫିଚର ଲଞ୍ଚ କରିଛି । କମ୍ପାନୀ ତରଫରୁ ଏହି ଫିଚରର ନାଁ “ଟ୍ୟାପ ଟୁ ପେ” ରଖାଯାଇଛି । ଏହି ନୂଆ ଫିଚର ଜରିଆରେ ୟୁଜର ମାନେ ଏଣିକି ଅତି ସହଜରେ ନିଜ ନିଜ କାର୍ଡ ବ୍ୟବହାର କରି ଟଙ୍କା ନେଣଦେଣ କାରବାର କରିପାରିବେ । ଏହି ଫିଚର ଏନଏଫସି ଇନେବଲଡ ପେମେଣ୍ଟ ଟର୍ମିନାଲ୍ସ ସମେତ ଅନଲାଇନ ମରଚାଣ୍ଟସ ଜରିଆରେ ବି ଉପଯୋଗ କରାଯାଇପାରିବ । ଏଥିପାଇଁ କମ୍ପାନୀ ପକ୍ଷରୁ Visa କମ୍ପାନୀ ସହ ପାର୍ଟନରସିପ ମଧ୍ୟ କରିସାରିଛି । ଆଉ ସବୁଠୁ ଭଲ କଥା ହେଉଛି, ଏସବିଆଇ ଓ ଆକ୍ସିସ ବ୍ୟାଙ୍କ ୟୁଜର୍ସ ମାନେ ବି ଏହି ଫିଚରର ବ୍ୟବହାର କରିପାରିବେ ।

ଏହାବାଦ କୋଟାକ ଆଦି ଅନ୍ୟ ବ୍ୟାଙ୍କ ମାନେ ବି ଏହି ନୂଆ ଫିଚରର ଉପଯୋଗ କରିପାରିବେ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ଗୁଗଲ ପେ ଆଣ୍ଡ NBU ଇଂଡିୟାର ବିଜିନେସ ହେଡ଼ ସାଜିଥ ଶିବାନନ୍ଦନ ଏବାବଦରେ କହିଛନ୍ତିକି, ଆମେ ନିଜ ଉପଭୋକ୍ତା ମାନଙ୍କୁ ସହଜ, ସୁଲଭ ସୁବିଧା ମାନ ଯୋଗାଇ ଆସିବା ପାଇଁ ସର୍ବଦା ଚେଷ୍ଟା କରି ଆସିଛୁ । ଗ୍ରାହକ ମାନେ ଯେମିତି କୌଣସି ଢ଼ୋକଧାରୀର ସାମ୍ନା ନକରନ୍ତି ସେନେଇ ପ୍ରୟାସ ଜାରି ରଖିଛୁ । ଏହି ନୂଆ ଫିଚର ତଥା ଟୋକନ ବ୍ୟବହାର ଫଳରେ ଗ୍ରାହକ ମାନେ ଆଉ କୌଣସି ପ୍ରକାର ହଇରାଣ ହରକତ କିମ୍ବା କୌଣସି ଠକାମୀର ଶିକାର ହେବେ ନାହିଁ । ତାଙ୍କ ଅନୁଯାୟୀ, ଏହି ସୁବିଧା ଦ୍ୱାରା ୨୫ ଲକ୍ଷରୁ ଅଧିକ ସଂଖ୍ୟକ ବ୍ୟପାରୀ ଲାଭ ପାଇ ପାରିବେ ।

କେମିତି କରିବେ ବ୍ୟବହାର:

ଏହି ଫିଚରର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଗୁଗୁଲ ପେ ଆପରେ କାର୍ଡ ଡିଟେଲ ଦେଇ ପେଡ କରିବାକୁ ହେବ । ଏହା ପରେ ପେମେଣ୍ଟ ମେଥଡ଼କୁ ଯାଇ କାର୍ଡ ଆଡ କରିବାକୁ ହେବ । ଏହା ପରେ OTP ନମ୍ବର ଦେଇ କାର୍ଡ ଆକ୍ଟିଭ କରିପାରିବେ । ଏହାପରେ ଆପଣ NFC ଇନେବଲଡ ଟର୍ମିନାଲ୍ସରେ ଆପଣ ପେମେଣ୍ଟ ସର୍ଭିସର ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.