Google Payରେ ଆସିଲା ବଡ଼ ଅପଡ଼େଟ, ଏଣିକି ଆମେରିକାରୁ ଭାରତକୁ ପଠାଇ ପାରିବେ ଟଙ୍କା

Google Pay ନିଜ କୋଟି କୋଟି ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏକ ନୂଆ ଅପଡ଼େଟ ଜାରି କରିଛି । ଏଣିକି ଗୁଗୁଲ ପେ ୟୁଜର୍ସ ମାନେ ଆମେରିକାରୁ ଭାରତ ଓ ସିଙ୍ଗାପୁରକୁ ଟଙ୍କା ପଠେଇ ପାରିବେ । ଏଥିପାଇଁ ଗୁଗୁଲ ପେ ୱେଷ୍ଟର୍ନ ୟୁନିଅନ ଓ Wais ସହ ଚୁକ୍ତି ସ୍ଵାକ୍ଷର କରିଛି | ଅନ୍ୟ ଦେଶ ଗୁଡିକୁ ଏହି ସୁବିଧା କେବେ ଜାରି ହେବ ସେ ନେଇ ସ୍ପଷ୍ଟୀକରଣ ଦିଆଯାଇ ନାହିଁ । କିନ୍ତୁ ଏକ ବିଶେଷ ସୂତ୍ର ଅନୁଯାୟୀ, Google Pay ର ଏହି ସୁବିଧା ଖୁବ ଶୀଘ୍ର ବିଶ୍ୱର ୨୮୦ ଦେଶରେ ଆରମ୍ଭ ହେବ ।

ଗୁଗୁଲର ଏହି ନୂଆ ସୁବିଧା ବାବଦରେ ନିଜ ବ୍ଲଗରେ ସୂଚନା ଦେଇଛି । ଯେଉଁଥିରେ ଦର୍ଶାଯାଇଛିଯେ, ୱେଷ୍ଟର୍ନ ୟୁନିୟନ ଜରିଆରେ Google Payରୁ ମାଗଣାରେ ଅନଲିମିଟେଡ଼ ଟଙ୍କା ପଠେଇ ହେବ । ଯେବେକି ମାଗଣା ସେବା ଜୁନ ୧୬ ପର୍ଯ୍ୟନ୍ତ ହିଁ ଉପଲବ୍ଧ ଅଛି । ଆଉ ଯଦି ଆପଣ Wise ମାଧ୍ୟମରେ ଟଙ୍କା ପଠାନ୍ତି ତେବେ ଆପଣଙ୍କ ପାଇଁ ୫୦୦ ଡ଼ଲାର ପର୍ଯ୍ୟନ୍ତର ଟ୍ରାନ୍ସ୍ଫର ମାଗଣା ରହିଛି । କିନ୍ତୁ ମାଗଣା ସେବା ବନ୍ଦ ହେବା ପରେ ପ୍ରତି ଟ୍ରାନଜାକସନ ପାଇଁ କେତେ ଟଙ୍କା ଲାଗିବ ସେବାବଦରେ କୌଣସି ସୂଚନା ଦିଆଯାଇ ନାହିଁ । କହିରଖୁଛୁକି, ଭାରତୀୟ ଓ ସିଙ୍ଗାପୁର ୟୁଜର୍ସ ଭାରତକୁ ଟଙ୍କା ପଠାଇ ପାରିବେ ନାହିଁ । କେବଳ ପରିବାର ଲୋକେ, ସାଙ୍ଗସାଥି ହିଁ ଏହାର ଲାଭ ନେଇପାରିବେ ।

କେମିତି ପଠାଇବେ ଜଣାନ୍ତୁ:  

ଯଦି ଆପଣ ଆମେରିକାରେ ଅଛନ୍ତି ଆଉ ଭାରତରେ ଥିବା ନିଜ ଲୋକଙ୍କୁ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପେ-ବଟନ ଉପରେ କ୍ଲିକ କରନ୍ତୁ । ଏହା ପରେ Western Union ବା Wise ମଧ୍ୟରୁ ଗୋଟିକୁ ବାଛନ୍ତୁ । ଏହା ପରେ ଆମାଉଣ୍ଟ ପରିମାଣ ଦିଅନ୍ତୁ । ପେମେଣ୍ଟ କରିବା ପରେ ରିସିପଟ ଗ୍ରହଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.