Google Pay ଦେଉଛି ୨ ଲକ୍ଷ ଟଙ୍କା ଋଣ

ଯଦି ଆପଣ ଗୁଗଲ୍ ପେ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଏଣିକି ସହଜରେ ଆପଣ ଗୁଗଲ୍ ପେ ରୁ ପାଇପାରିବେ ଋଣ। ଏବେ ଲୋକଙ୍କୁ ଲୋନ ଦେବ ଗୁଗୁଲ ପେ, ଜାଣନ୍ତୁ ଏହାକୁ ପାଇବା ପାଇଁ କିପରି କରିବେ ଆବେଦନ

ଯଦି ଆପଣ ଗୁଗଲ୍ ପେ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଏଣିକି ସହଜରେ ଆପଣ ଗୁଗଲ୍ ପେ ରୁ ପାଇପାରିବେ ଋଣ। ଦେଶର ଅଧିକାଂଶ ଲୋକ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି। ଯେଉଁଥିପାଇଁ ଲୋକମାନେ ସହଜରେ ଟଙ୍କା କାରବାର କରିପାରୁଛନ୍ତି ।

ଯଦି ଆପଣ ଗୁଗଲ୍ ପେ ଆପ୍ଲିକେସନ୍ ବ୍ୟବହାର କରନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆଣିଛୁ। ଗତ ସୋମବାର DMI ଫାଇନାନ୍ସ ଲିମିଟେଡ୍ ଗୁଗଲ୍ ପେରେ ବ୍ୟକ୍ତିଗତ ଋଣ ଦେବା ର ଘୋଷଣା କରିଛି। ଏହା ମାଧ୍ୟମରେ ଆପଣ ସହଜରେ ବ୍ୟକ୍ତିଗତ ଋଣ ବା Personal Loan ନେଇପାରିବେ।

ଗୁଗଲ୍ ପେ ଆପ୍ଲିକେସନ୍ ବ୍ୟବହାରକାରୀ ଏବଂ DMIର ଡିଜିଟାଲ୍ ଋଣ ବ୍ୟବସ୍ଥା ସହିତ ବିନା କୌଣସି ଅସୁବିଧାରେ ଋଣ ନେଇପାରିବେ ଆପଣ। ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ। କେବଳ ଘରେ ବସି ସହଜରେ ଏହି ସୁବିଧାର ଫାଇଦା ଉଠାଇପାରିବେ।

କେତେ ଋଣ ମିଳିବ ଜାଣନ୍ତୁ:

ଗୁଗଲ୍ ପେରେ ଆପଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଏହାକୁ ୩୬ ମାସର କିସ୍ତିରେ କିମ୍ବା ସର୍ବାଧିକ ୩ ବର୍ଷରେ ଆପଣ ଫେରସ୍ତ କରିପାରିବେ। ଏହାର DMI ସହିତ, ସହଭାଗୀତା ଅଧୀନରେ ଦିଆଯାଇଥିବା ସୁବିଧାର ୧୫୦୦୦ ପିନ୍ କୋଡ୍ ଉପରେ ଏହା ଦିଆଯିବ ବୋଲି ସୂଚନା ମିଳିଛି । କିନ୍ତୁ ଏଥିପାଇଁ ଗୁଗଲ୍ ପେ କିଛି ସର୍ତ୍ତ ରଖିଛି ଯାହା ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Google Pay Personal Loan ପାଇଁ ଥିବା ସର୍ତ୍ତ ଜାଣିନିଅନ୍ତୁ :

ଯଦି ଆପଣ ଋଣ ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଯାହା ଜାଣିବା ନିହାତି ଆବଶ୍ୟକ। ଆପଣଙ୍କ ଆକାଉଣ୍ଟର ହିଷ୍ଟ୍ରି ଭଲ ହେବା ଉଚିତ୍। ଏମିତି ରେ ଆପଣ ଏହି ଋଣ ପାଇବାକୁ ଯୋଗ୍ୟ ହେବେ। କ୍ରେଡିଟ୍ ହିଷ୍ଟ୍ରି ଭଲ ହେବା ଉଚିତ୍। କେବଳ DMIରୁ ପୂର୍ବ-ଯୋଗ୍ୟ ଉପଭୋକ୍ତାମାନେ ଏହି ଋଣ ପାଇପାରିବେ ଏବଂ ଗୁଗଲ୍ ପେ ସେମାନଙ୍କୁ ଏହି ଋଣ ଦେବ।

ଏବେ ଜାଣନ୍ତୁ ଗୁଗଲ୍ ପେ ଋଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :

-ଆଧାର କାର୍ଡ଼
-ପାନ୍ କାର୍ଡ଼
-ବ୍ୟାଙ୍କ ପାସବୁକ୍
– ଠିକଣା ପ୍ରମାଣପତ୍ର
-ବିଦ୍ୟୁତ୍ ବିଲ୍
– ଫଟୋ

Google Pay Personal Loan ପାଇଁ କିପରି କରିବେ ଆବେଦନ ?

– ଏଥିପାଇଁ ପ୍ରଥମେ ଗୁଗଲ୍ ପେ ଆପକୁ ଯାଆନ୍ତୁ।
– ଏହା ପରେ ଦିଆଯାଇଥିବା ‘ମନି ଅଫର’ ଉପରେ କ୍ଲିକ୍ କରନ୍ତୁ।
– ଏହା ପରେ ଲୋନ ଅପରେସନ୍ ଉପରେ କ୍ଲିକ୍ କରନ୍ତୁ।
– ଏହା ପରେ DMIର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।
– ଏହା ପରେ ଏକ ପ୍ରକ୍ରିୟା ହେବ ଯେଉଁଠାରେ ଆପଣ ଜାଣିବେ ଯେ ଆପଣ କେତେ ଋଣ ପାଇବାକୁ ହକଦାର।
– ଏହା ପରେ ଆବେଦନ ପ୍ରକ୍ରିୟା ସମାପ୍ତ କରନ୍ତୁ।
– ପ୍ରକ୍ରିୟା ସମାପ୍ତ ହେବା ପରେ ଗୁଗଲ୍ ପେ ଋଣ ଅନୁମୋଦନ ହେବ ଏବଂ ଋଣ ରାଶି ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.