Google Pay ରେ Rupay Credit Card ରୁ ହେବ ପେମେଣ୍ଟ

ଏବେ Google Pay ରେ Rupay Credit Card ରୁ ପେମେଣ୍ଟ କରିବା ପାଇଁ କରିବାକୁ ହେବ ବାସ ଏହି କାମ , ଏବେଠୁ ଜାଣି ନିଅନ୍ତୁ

ଆଜିକାଲି ସବୁଲୋକ ଅନଲାଇନ ପେମେଣ୍ଟକୁ ଅଧିକ ବ୍ୟବହାର କରୁଛନ୍ତି । ଆଉ ଏହି ଲିଷ୍ଟ ରେ ପେ ଟିଏମ , ଜି ପେ ଠୁ ଆରମ୍ଭ କରି ଅନ୍ୟ ସୁବିଧା ମଧ୍ୟ ରହିଛି ।
ତେବେ ଆପଣ ଅନଲାଇନ୍ କାରବାର ପାଇଁ ଗୁଗଲ୍ ପେ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛୁ। ଯାହା ଶୁଣିବା ପରେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ । ବର୍ତ୍ତମାନ ଗୁଗଲ୍-ପେରେ ପେମେଣ୍ଟ ଦେବା ପାଇଁ ଏକ ନୂଆ ସେବା ଆରମ୍ଭ ହୋଇଛି। ଗୁଗଲ ପକ୍ଷରୁ ଏଥିପାଇଁ ଗୁଗଲ୍-ପେରେ କ୍ରେଡିଟ୍ କାର୍ଡ ସାହାଯ୍ୟରେ UPI ପେମେଣ୍ଟ ସୁବିଧା ଦିଆଯାଇଛି।

ସୂଚନାମୁତାବକ ବର୍ତ୍ତମାନ ୟୁଜର୍ସ ଗୁଗଲ୍ ପେ ରେ କ୍ରେଡିଟ୍ କାର୍ଡ ସହିତ UPI ପେମେଣ୍ଟ କର ପାରିବେ। ପୂର୍ବରୁ ଏହି ସୁବିଧାର ଲାଭ କେବଳ ଡେବିଟ୍ କାର୍ଡ ପାଇଁ ଉପଲବ୍ଧ ଥିଲା। କିନ୍ତୁ ଏବେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି କାର୍ଯ୍ୟ ହୋଇପାରିବ ।

ଲୋକଙ୍କ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା UPI ର ବ୍ୟବହାର କୁ ଦେଖି ଗୁଗଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NPCI ସହିତ ମିଶି ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଛି। କମ୍ପାନୀ ତରଫରୁ ଗତ ମେ ୨୪ ମଙ୍ଗଳବାର Rupay କ୍ରେଡିଟକାର୍ଡ ସୁବିଧା ଆରମ୍ଭ କରିଛି। ବର୍ତ୍ତମାନ, ଗୁଗଲ୍ ପେ ସହିତ UPI କାରବାର ପାଇଁ RuPay କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ଗୁଗଲ୍ ପେ ସହିତ RuPayକ୍ରେଡିଟ୍ କାର୍ଡ ଲିଙ୍କ୍ କରିବାକୁ ପଡ଼ିବ।ଏହା ମାଧ୍ୟମରେ ଆପଣ ଅନଲାଇନ୍ ଏବଂ ଅଫଲାଇନ୍ କାରବାରର ସୁବିଧା ପାଇବେ

ଏବେ ଜାଣନ୍ତୁ କିଭଳି କରିବେ ଲିଙ୍କ:

– ଗୁଗଲ୍ ପେ ଆପ୍ ଖୋଲନ୍ତୁ

– ଏହା ପରେ ଆପର ସେଟିଂକୁ ଯାଆନ୍ତୁ

– ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଅନେକ ଅପସନ ମିଳିବ

– ପେମେଣ୍ଟ ଅପସନ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରନ୍ତୁ

– ପେମେଣ୍ଟ ଏବଂ ଆକାଉଣ୍ଟ ଲିଙ୍କ ଉପରେ କ୍ଲିକ୍ କରି ରୁପେ କ୍ରେଡିଟ୍ କାର୍ଡ ଚୟନ କରନ୍ତୁ

– ଏଠାରେ ଆପଣଙ୍କର କାର୍ଡ ନମ୍ବର, ଶେଷ ତାରିଖ ଏବଂ PIN ନମ୍ବରର ଶେଷ ୬ଅଙ୍କ ଭରନ୍ତୁ

– ପଞ୍ଜୀକୃତ ମୋବାଇଲ୍ ନମ୍ବର ପ୍ରବେଶ କରି OTP ଯାଞ୍ଚ କରନ୍ତୁ

-ଏବେ ଗୁଗଲ୍ ପେ ରୁ UPI ପେମେଣ୍ଟ ପାଇଁ ରୁପେ କ୍ରେଡିଟ୍ କାର୍ଡ ଲିଙ୍କ୍ ହେବ, ତାହା ଚେକ କରାଇନିଅନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.