Google pay ୟୁଜର୍ସଙ୍କ ପାଇଁ ବଡ଼ ଖବର, ବିଲ୍ ପେମେଣ୍ଟ ଉପରେ ଏବେ ଦେବାକୁ ହେବ ଏକ୍ସଟ୍ରା ଚାର୍ଜ

ଯଦି ଆପଣ Google pay ମାଧ୍ୟମରେ ବିଦ୍ୟୁତ୍, ଗ୍ୟାସ୍ କିମ୍ବା ପାଣି ବିଲ୍ ଭରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଜରୁରୀ ଅଛି । ବର୍ତ୍ତମାନ ଆପଣଙ୍କୁ Google pay ରେ ଏସବୁ ରିଚାର୍ଜ କରିବା ପାଇଁ ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ । Google pay ଏବେ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ସୁବିଧା Convenience fee ନେବା ଆରମ୍ଭ କରିଛି । ପୂର୍ବରୁ ଛୋଟ୍ ଟ୍ରାଞ୍ଜାକ୍ସନ ଉପରେ କୌଣସି ଚାର୍ଜ ନଥିଲା, କିନ୍ତୁ ବର୍ତ୍ତମାନ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ଉପରେ ୦.୫% ରୁ ୧% ଏବଂ Gst ମଧ୍ୟ ଦେବାକୁ ହେବ । ହେଲେ ଯଦି ଆପଣ UPI ମାଧ୍ୟମରେ ବ୍ୟାଙ୍କ୍ ଆକାଉଣ୍ଟରୁ ଡାଇରେକ୍ଟ ପେମେଣ୍ଟ କରନ୍ତି, ତେବେ କୌଣସି additional charge ଦେବାକୁ ପଡିବ ନାହିଁ ।

ଏହି ଚାର୍ଜ ବିଦ୍ୟୁତ୍, ପାଣି ଏବଂ ଗ୍ୟାସ୍ ବିଲ୍ ପେମେଣ୍ଟ ଉପରେ ଲାଗୁ ହେବ । ଗୋଟିଏ ବର୍ଷ ପୂର୍ବେ Google pay ମୋବାଇଲ୍ ରିଚାର୍ଜ ଉପରେ ୩ ଟଙ୍କା ଚାର୍ଜ ନିଆଯାଉଥିଲା, ହେଲେ ବର୍ତ୍ତମାନ ବିଲ୍ ପେମେଣ୍ଟ ଉପରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି ।

PhonePe ଏବଂ Paytm ପୂର୍ବରୁ ବିଲ୍ ପେମେଣ୍ଟ ମେବାଇଲ୍ ରିଚାର୍ଜ ଏବଂ ଅନ୍ୟାନ୍ୟ ସର୍ଭିସ ଉପରେ ପ୍ରୋସେସିଙ୍ଗ ଫିସ୍ ନେଉଛନ୍ତି । ବର୍ତ୍ତମାନ Google pay ମଧ୍ୟ ଏହି ମଡେଲ୍ ଆପଣାଇଛି । ହେଲେ UPI ରୁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର କରିବା ଉପରେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । Google pay ରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ଭରିବା ଉପରେ ଜଣେ ଗ୍ରାହକଙ୍କୁ ୧୫ ଟଙ୍କା ସୁବିଧା Convenience fee ଦେବାକୁ ପଡୁଥିଲା, ଯେଉଁଥିରେ Gst ମଧ୍ୟ ସାମିଲ୍ ଅଛି । ଏହି ଚାର୍ଜକୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପେମେଣ୍ଟ ପାଇଁ ପ୍ରୋସେସିଙ୍ଗ ଫିସ୍ ମଧ୍ୟ କୁହାଯାଏ ।

Google payରେ ଅଧିକ UPI ଟ୍ରାଞ୍ଜାକ୍ସନ ହୋଇଥାଏ । ପ୍ରାୟ ୩୭% ଟ୍ରାଞ୍ଜାକ୍ସନ Google payରେ ହେଉଥିବା ସୂଚନା ରହିଛି । UPI ପେମେଣ୍ଟରେ PhonePe ପ୍ରତମ ସ୍ଥାନ ଅଧିକାର କରିଥିବାବେଳେ Google pay ଦ୍ବିତୀୟ ସ୍ଥାନରେ ଅଛି । ଜାନୁଆରୀ ସୁଦ୍ଧା, Google pay ରେ ୮.୨୬ ଲକ୍ଷ କୋଟି ଟଙ୍କାର UPI ଟ୍ରାଞ୍ଜାକ୍ସନ ପ୍ରୋସେସ୍ କରିଥିଲା । ପୂର୍ବରୁ Google pay ପ୍ରୋସେସିଙ୍ଗ ଖର୍ଚ୍ଚ ନିଜେ ଉଠାଇଥିଲା, କିନ୍ତୁ ଏବେ ଏହି ଖର୍ଚ୍ଚ ୟୁଜର୍ସଙ୍କ ଠାରୁ ନିଆଯାଉଛି । Google pay ୱେବସାଇଟରେ କୁହାଯାଇଛି ଯେ କାର୍ଡ ଦ୍ବାରା ପେମେଣ୍ଟ କରିବା ପାଇଁ ସୁବିଧା Convenience fee ନିଆଯିବ, ଯେତେବେଳେ ଡାଇରେକ୍ଟ UPI ମାଧ୍ୟମରେ ପେମେଣ୍ଟ କରିବା ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ ।