Android ୟୁଜର୍ସ ଏଣିକି ନିଜ ଫୋନରେ ଲୁଚାଇ ପାରିବେ ଫଟୋ ଓ ଭିଡିଓ, Google ଲଞ୍ଚ କରିବାକୁ ଯାଉଛି ନୂଆ ଫିଚର୍

ଖୁବଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସରେ ଲକଡ୍ ଫୋଲ୍ଡର ଇନ ଫଟୋଜ୍ ଫିଚର୍ ଉପଲବ୍ଧ ହେବ । ଏନେଇ ଗୁଗଲ ତରଫରୁ ଘୋଷଣା କରାଯାଇଛି । ସୂଚନା ମୁତାବକ, ଏହି ଫିଚର ଗତ ଜୁନ ମାସରେ ନୂଆ ପିକ୍ସଲ ଫୋନରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା । ତେବେ ସମସ୍ତ ସ୍ମାର୍ଟଫୋନରେ ଏହି ଫିଚର ଉପଲବ୍ଧ କେବେ ହେବ ସେ ନେଇ ଗୁଗଲ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ଫଟୋକୁ ଲକ କରିପାରୁଥିବା ଫୋଲ୍ଡର ଖୁବଶୀଘ୍ର ଆଣ୍ଡ୍ରଏଡ ୬.୦ ଓ ଏହାପରେ ଏହି ଭର୍ସନ ଚଳାଉଥିବା ଡିଭାଇସରେ ଉପଲବ୍ଧ ହେବ ।

ସାଧାରଣତଃ ଗୁଲ ଫଟୋ ଲକଡ ଆପ ମାଧ୍ୟମରେ ଆପଣ ନିଜର ଫଟୋ, ଭିଡିଓକୁ ଲକ୍ କରି ଲୁଚାଇ ପାରିବେ । ଏହି ଫଟୋଗୁଡ଼ିକୁ ବ୍ୟାକଅପ୍ ବା ଶେୟାର କରାଯାଇ ପାରିବ ନାହିଁ । ଏହାକୁ ଆକ୍ସେସ୍ କରିବା ପାଇଁ ଡିଭାଇସ୍ ସ୍କ୍ରିନ୍ ଲକର ଆବଶ୍ୟକ ହୋଇଥାଏ । ସୁରକ୍ଷିତ ସ୍ଥାନରେ ଥିଲେ ମଧ୍ୟ ସ୍କ୍ରିନସଟ୍ ନେବାର ଅନୁମତି ମଧ୍ୟ ନଥାଏ । ଫୋଲ୍ଡରକୁ ଲକ କରିବା ପାଇଁ ସର୍ବପ୍ରଥମେ ଲାଇବ୍ରେରୀକୁ ଯିବାକୁ ହେବ ।

ଏହାପରେ ଆପଣ ୟୁଟିଲିଟିକୁ ଯାଇ ତା’ପରେ ଗୁଗଲ ଫଟୋ ଆପରେ ଆପ ଲକ ଫୋଲ୍ଡର ବାଛି ପାରିବେ । ସାଧାରଣତଃ ଯେ କୌଣସି ଫଟୋକୁ ହାଇଡ୍ କରିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଆପ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋରରେ ମିଳିଯିବ । ମାତ୍ର ଏ କ୍ଷେତ୍ରରେ ଫଟୋ ଷ୍ଟୋର ପାଇଁ ଆପଣଙ୍କୁ ଅନେକ ପରମିଶନ ଦେବାକୁ ପଡ଼ିଥାଏ, ଯାହାକି ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ଏହି ଆପଗୁଡ଼ିକରେ ଆପଣ ପ୍ରାଇଭେସି ଉପରେ ଭରସା କରିପାରିବେ ନାହିଁ । ତେଣୁ ଆପଣମାନଙ୍କୁ ଗୁଗଲର ଏହି ନୂଆ ଫିଚର ଆସିବା ନେଇ ଅପେକ୍ଷା କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.