Google Pixel 10 ରେ ହେବ ବଡ଼ ପରିବର୍ତ୍ତନ, ଲଞ୍ଚ ପୂର୍ବରୁ ଲିକ୍ ହେବ ଅନେକ ଡିଟେଲ୍ସ

Google Pixel 10 ସହିତ ଜଡିତ ଖାସ୍ ସୂଚନା ଲିକ୍ ହୋଇଛି । Google ର ଏହି ଫୋନ୍ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆସନ୍ତା ବର୍ଷର ଦ୍ୱିତୀୟାର୍ଦ୍ଧରେ ଲଞ୍ଚ ହୋଇପାରିବ । କମ୍ପାନୀ Pixel 9a ପାଇଁ ପ୍ରସ୍ତୁତ ହେଉଛି, ଯାହା ଅନେକ ସାର୍ଟିଫିକେସନ୍ ସାଇଟରେ ଦେଖାଯାଇଛି । ଚଳିତ ବର୍ଷ କମ୍ପାନୀ ଏହି କ୍ରମରେ ୪ଟି ନୂଆ ମଡେଲ୍ ଲଞ୍ଚ କରିପାରିବ, ସେଗୁଡିକ ହେଉଛି- Pixel 10, Pixel 10 Pro, Pixel 10 Pro XL ଏବଂ Pixel 10 Pro Fold ହେବ ।

Google ଫ୍ଲାଗସିପ୍ ସ୍ମାର୍ଟଫୋନରେ ଜଡିତ ଥିବା ଏକ ବିଶେଷ ସୂଚନା ସାମ୍ନାକୁ ଆସିଛି, ଯାହା ଅନୁଯାୟୀ ଏହି ଫୋନରେ MediaTek T900 ମୋଡେମ୍ ଦିଆଯାଇପାରିବ । କମ୍ପାନୀ ପ୍ରଥମ ଥର ପାଇଁ ମିଡିଆଟେକର M85 ଜେନେରେସନ୍ ମୋଡେମ୍ ବ୍ୟବହାର କରିପାରିବେ । ଏହି ମୋଡେମ୍ ୧୭ ଟି ଭିନ୍ନ ଭିନ୍ନ 5G ବ୍ୟାଣ୍ଡକୁ ସପୋର୍ଟ କରିବ । ଏହା ବ୍ୟତୀତ ଡିଭାଇସର ବ୍ୟାଟେରୀ ମଧ୍ୟ ଏହି କାରଣରୁ ଇମପ୍ରୁଭ କରିବ ।

ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଅନୁଯାୟୀ Google ନିଜର ଅପକମିଙ୍ଗ୍ ଡିଭାଇସ୍ ମଡେଲ୍ ପାଇଁ Qualcomm କୁ ମଧ୍ୟ ଅପ୍ସନରେ ରଖୁଛି । Google ର ଅପକମିଙ୍ଗ ଫ୍ଲାଗସିପ୍ ଫୋନରେ Snapdrgon X75 ମୋଡମ୍ ଦିଆଯିବ ବୋଲି କୁହାଯାଉଛି । Google ର ଏହି ସିରିଜ୍ Tensor G5 ଚିପସେଟ୍ ସହିତ ଆସିବ । ଏହି ଫୋନ୍ ଜିକବେଞ୍ଚ Frankel କୋଡ୍ ନାମ ସହିତ ଦେଖାଯାଇଛି ।

Google ର ପରବର୍ତ୍ତୀ ଫ୍ଲାଗସିପ୍ ସ୍ମାର୍ଟଫୋନରେ ଅକ୍ଟାକୋର ଚିପସେଟ୍ ଥାଇପାରେ, ଯାହା ARMv8 ଆର୍କିଟେକ୍ଚରରେ କାମ କରିବ । ଏହି ପ୍ରୋସେସରର ଟପ୍ କ୍ଲକ୍ ସ୍ପିଡ୍ ୩.୪GHz ରେ ପହଞ୍ଚିପାରେ । ଏହା ବ୍ୟତୀତ ଏହି ଫୋନ୍ ୧୨GB RAM ସହିତ ଆସିପାରେ । ବେଞ୍ଚମାର୍କିଂ ସାଇଟରୁ ମିଳୁଥିବା ସୂଚନା ଅନୁଯାୟୀ, Tensor G5 ବ୍ୟତୀତ ଏହି ଫୋନ୍ Android 16 ସହିତ ଆସିପାରେ ।

Geekbench ରେ ପିକ୍ସେଲ୍ 10 ସିରିଜକୁ ସିଙ୍ଗଲ କୋରରେ ୧,୩୨୨ ଏବଂ ମଲ୍ଟିକୋରରେ ୪,୦୦୪ ପଏଣ୍ଟ ଦିଆଯାଇଛି । ଏହି ସିରିଜରେ Pixel 9 ସିରିଜ୍ ତୁଳନାରେ ଅନେକ ଅପଗ୍ରେଡ୍ ଦେଖିବାକୁ ମିଳିପାରେ । ଫୋନର କ୍ୟାମେରାରୁ ନେଇ ଅନ୍ୟାନ୍ୟ ହାର୍ଡୱେର ଫିଚର ଇମପ୍ରୁଭ୍ କରାଯିବ ।