ଭାରତରେ ଲଞ୍ଚ ହେବ ଗୁଗଲର ଏହି ଦମଦାର ସ୍ମାର୍ଟଫୋନ Pixel 4a, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଭାରତକୁ ଆସିବ Pixel 4a । Pixel 4a ଅକ୍ଟୋବର ୧୭ ତାରିଖରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଏହି ଫୋନ୍ ଚଳିତ ବର୍ଷ ଅଗଷ୍ଟରେ ଲଞ୍ଚ କରାଯାଇଥିଲା କିନ୍ତୁ ଭାରତରେ ଲଞ୍ଚ ବିଷୟରେ କୌଣସି ଘୋଷଣା କରାଯାଇନଥିଲା । ପିକ୍ସେଲ 4a ହେଉଛି ଗତ ବର୍ଷ ଲଞ୍ଚ ହୋଇଥିବା ପିକ୍ସେଲ 3a ର ଅପଗ୍ରେଡ୍ ଭର୍ସନ । ଯଦିଓ ଫୋନର ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । Flipkartରୁ ଭାରତରେ ପିକ୍ସେଲ 4 ବିକ୍ରି ହେବ । ଗୁଗୁଲ୍ ପିକ୍ସେଲ 4A ର ଗ୍ଲୋବାଲ ଲଂଚିଙ୍ଗ କରାଯାଇଛି । ଗୁଗୁଲ୍ ପିକ୍ସେଲ 4A ସ୍ମାର୍ଟଫୋନର 6 GB RAM ଏବଂ 128 GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ହେଉଛି 349 ଡଲାର ବା ପାଖାପାଖି 26,300 ଟଙ୍କା ।

Google Pixel 4a ସ୍ପେସିଫିକେସନ୍ – ଗୁଗୁଲ୍ ପିକ୍ସେଲ୍  4A ସ୍ମାର୍ଟଫୋନରେ 5.81 ଇଞ୍ଚ ଫୁଲ୍ HD ପ୍ଲସ୍ OLED ଡିସପ୍ଲେ ଅଛି । ଯାହାର ରେଜୋଲୁସନ 1,080×2,340 ପିକ୍ସେଲ ଅଛି । ଏହି ସ୍ମାର୍ଟଫୋନରେ ଅକ୍ଟା-କୋର କ୍ୱାଲକମ୍ ସ୍ନାପଡ୍ରାଗନ୍ 730G ପ୍ରୋସେସର ଏବଂ 6 GB RAM ସପୋର୍ଟ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ଅପରେଟିଂ ସିଷ୍ଟମରେ କାମ କରେ ।

Google Pixel 4a Launching in India in October via Flipkart: 10 Points |  Technology News

Google Pixel 4a କ୍ୟାମେରା- କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ସ୍ମାର୍ଟଫୋନର ପଛରେ 12 ମେଗାପିକ୍ସେଲ ଏବଂ ଆଗରେ 8 ମେଗାପିକ୍ସେଲ କ୍ୟାମେରା ଅଛି । ଏହା ବ୍ୟତୀତ HDR ପ୍ଲସ୍, ପୋର୍ଟ୍ରେଟ୍, ଟପ୍-ସଟ୍ ଏବଂ ନାଇଟ୍ ମୋଡ୍ ଭଳି ଫିଚର ସହିତ ଏଲଇଡି ଫ୍ଲାସ୍ ଲାଇଟ୍ ଯୋଗାଇ ଦିଆଯାଇଛି ।

Google Pixel 4a କନେକ୍ଟିଭିଟି ଏବଂ ବ୍ୟାଟେରୀ –  ଏହି ସ୍ମାର୍ଟଫୋନରେ କନେକ୍ଟିଭିଟି ପାଇଁ କମ୍ପାନୀ ୱାଇ-ଫାଇ, 4G VoLTE, ବ୍ଲୁଟୁଥ୍ ଭର୍ସନ୍ 5.0, ଜିପିଏସ୍, NFC, 3.5 ହେଡଫୋନ୍ ଜ୍ୟାକ୍ ଏବଂ USB ଟାଇପ୍-ସି ଭଳି ଫିଚର ପ୍ରଦାନ କରିଛି । ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ 18 ୱାଟ ଫାଷ୍ଟ ଚାର୍ଜିଂ ସହିତ 3,140 mAh ବ୍ୟାଟେରୀ ପାଇବେ ।

 

You might also like