Google ଲଞ୍ଚ କଲା ଶସ୍ତା ସ୍ମାର୍ଟଫୋନ Pixel 4a, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଓ ଦାମ୍‌

Google ର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Pixel 4a ଲଞ୍ଚ ହୋଇଛି। ଏହି ଫୋନକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଫୋନରେ ପାଞ୍ଚ ହୋଲ୍‌ ଡିସପ୍ଲେ ସହିତ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାଛଡା ୧୨ ମେଗାପିକ୍ସେଲ ସିଙ୍ଗଲ କ୍ୟାମେରା ମଧ୍ୟ ରହିଛି।

ଏହି ଫୋନର ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ମୂଲ୍ୟ ୨୬,୩୦୦ ଟଙ୍କା ରହିଥିବା ବେଳେ କେବଳ ଜେଟ ବ୍ଲାକ କଲର ଅପସନରେ ଆପଣ କିଣିପାରିବେ। ଯାହାର ବିକ୍ରି ଆସନ୍ତା ୨୦ ଅଗଷ୍ଟରୁ ଆରମ୍ଭ ହେବ। ଏହି ଫୋନର ୫ଜି ମଡେଲର ମୂଲ୍ୟ ୩୭,୬୦୦ ଟଙ୍କା ରହିଥିବା ବେଳେ ବଡ ଡିସପ୍ଲେ ମଧ୍ୟ ରହିଛି।

Google-Pixel-4a-1

ଫୋନରେ ୫.୮୧ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନ ଦମଦାର ପରଫରମାନ୍ସ ପାଇଁ ଅକ୍ଟା କୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସର ଏବଂ ୬ ଜିବି ରାମର ସପୋର୍ଟ ରହିଛି। ଏହାଛଡା ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ ଅପରେଟିଂ ସିଷ୍ଟମରେ ମଧ୍ୟ କାମ କରିବ।

ଏହି ଫୋନରେ ୧୨ ମେଗାପିକ୍ସେଲ ରିଅର କ୍ୟାମେରା ଏବଂ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏହାଛଡା ୧୮ ଓ୍ଵାଟର ଫାଷ୍ଟ ଚାର୍ଜି ସପୋର୍ଟ ଏବଂ ୩,୧୪୦ ଏମଏଏଚ ବ୍ୟାଟେରୀ କ୍ଷମତା ରହିଛି।

Leave A Reply

Your email address will not be published.