Pixel 6 ଫୋନ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କଣ ରହିଛି ସମସ୍ୟା

Pixel 6 ଫୋନ ରଖୁଥିବା ଲୋକମାନେ Android 15 କୁ ଅପଡେଟ୍ କରିବା ପରେ ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଫୋନ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଉଛି ନଚେତ୍ କାମ କରୁନାହିଁ । ଏହା ପ୍ରଥମ ଥର ନୁହେଁ ଯେ ଅପଡେଟ୍ ପରେ Pixel 6 ଫୋନରେ ସମସ୍ୟା ଦେଖାଯାଉଛି । ପୂର୍ବରୁ ମଧ୍ୟ ଫୋନକୁ ଅପଡେଟ୍ କରିବା ପରେ ଫୋନରେ ଷ୍ଟୋରେଜ୍ ସମସ୍ୟା କିମ୍ବା ଫୋନ ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖା ଯାଇଥିଲା । କିନ୍ତୁ ବର୍ତ୍ତମାନ ଆସୁଥିବା ସମସ୍ୟା ଅତ୍ୟନ୍ତ ଗମ୍ଭୀର ଏବଂ ଲୋକଙ୍କୁ ବହୁତ ଅସୁବିଧାରେ ପକାଉଛି ।
ଯଦି ଆପଣଙ୍କର ଫୋନ Pixel 6, ତେବେ ବର୍ତ୍ତମାନ Android 15 କୁ ଅପଡେଟ୍ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଫୋନକୁ କ୍ଷତି ପହଞ୍ଚାଇପାରେ ଏବଂ ଆପଣଙ୍କ ଫୋନର ଡାଟା ମଧ୍ୟ ଡିଲିଟ୍ ହୋଇପାରେ । Google ଏପର୍ଯ୍ୟନ୍ତ ଏହି ସମସ୍ୟା ବିଷୟରେ କିଛି କହିନାହିଁ ଏବଂ କେବେ ଠିକ୍ ହେବ ତାହା ମଧ୍ୟ ଜଣାଇ ନାହିଁ ।
ରିପୋର୍ଟ ଅନୁଯାୟୀ କିଛି ଲୋକ କହିଛନ୍ତି ଯେ Android 15 କୁ ଅପଡେଟ୍ କରିବା ପରେ ସେମାନଙ୍କ Pixel 6 ଫୋନ୍ ଖରାପ ହୋଇଯାଇଛି । ଏହା କାହିଁକି ହେଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ‘‘ପ୍ରାଇଭେଟ୍ ସ୍ପେସ୍’’ ନାମକ ଏକ ଫିଚର ଅନ୍ କରିବା ଦ୍ୱାରା ଏଭଳି ସମସ୍ୟା ହୋଇଥାଇପାରେ । କେହି କେହି ଏହା ମଧ୍ୟ କହିଛନ୍ତି ଯେ ବ୍ୟାଟେରୀ ଥାଇ ମଧ୍ୟ ବିନା କାରଣରେ ଫୋନ ବନ୍ଦ ହେଇଯାଉଥିଲା ।
ଯେଉଁମାନଙ୍କର ଫୋନ ଖରାପ ହୋଇଯାଇଛି ସେମାନେ କହିଛନ୍ତି ଯେ ସେମାନଙ୍କର ଫୋନ ଆଉ କାମ କରୁନାହିଁ । ଏହାକୁ ଠିକ୍ କରିବା ପାଇଁ ସେ ବହୁ ଚେଷ୍ଟା କରିଛନ୍ତି କିନ୍ତୁ ଏହା ଠିକ୍ ହୁଏ ନାହିଁ । ପୂର୍ବରୁ ଲାଗୁଥିଲା ଯେ ଏହି ସମସ୍ୟା କେବଳ ପ୍ରାଇଭେଟ ସ୍ପେସ ଫିଚର ଥବା ଯୋଗୁ ହେଉଛି, କିନ୍ତୁ ବର୍ତ୍ତମାନ ଜଣାପଡୁଛି ଯେ ବିନା କାରଣରେ ମଧ୍ୟ ଏହା ହୋଇପାରେ ।
କେବଳ Pixel 6 ଫୋନ ଥିବା ବ୍ୟକ୍ତି ନୁହଁନ୍ତି, Pixel 8 Pro ଥିବା ଲୋକମାନେ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତାଙ୍କ ଫୋନରେ ଥିବା ବ୍ୟାକ୍ ଜେସ୍ଚର କାମ କରୁନାହିଁ । ଯେପର୍ଯ୍ୟନ୍ତ Google ଏହି ସମସ୍ୟାର ସମାଧାନ କରିନାହିଁ Pixel 6 ଧରୁଥିବା ଲୋକମାନେ Android 15 କୁ ଅପଡେଟ୍ କରିବା ଉଚିତ୍ ନୁହେଁ ।