ଫ୍ଲିପକାର୍ଟର ବଡ଼ ଅଫର, ମାତ୍ର ୨୨ ହଜାର ଟଙ୍କାରେ ମିଳୁଛି Google ର ଏହି ଦାମି ଫୋନ୍

ଯଦି ଆପଣ ଫଟୋଗ୍ରାଫି ଲଭର୍ ଏବଂ କ୍ୟାମେରା ସେଣ୍ଟ୍ରିକ୍ ସ୍ମାର୍ଟଫୋନ୍ କିଣିବାପୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ ବଜାରରେ ହଜାର ହଜାର ସ୍ମାର୍ଟଫୋନ୍ ଅପ୍ସନ ଉପଲବ୍ଧ । କିନ୍ତୁ ଯେତେବେଳେ କ୍ୟାମେରା ସେଣ୍ଟ୍ରିକ୍ ସ୍ମାର୍ଟଫୋନର କଥା ଆସେ, ସେତେବେଳେ Google Pixel 8 କୁ ହେବି ଡିସକାଉଣ୍ଟ ସହିତ କଣିପାରିବେ ।
Google Pixel 8 ରେ ଆପଣଙ୍କୁ ଦାମଦାର୍ କ୍ୟାମେରା ସେଟ୍ଅପ୍ ସହିତ ଏକ ପରଫରମିଂ ପ୍ରୋସେସର ମିଳିଥାଏ । ଏହି ଫୋନ୍ ସାହାଯ୍ୟରେ ଆପଣ କେବଳ ଦମଦାର୍ ଫଟୋଗ୍ରାଫି କରିପାରିବେ ନାହିଁ, ବରଂ ଏହି ସ୍ମାର୍ଟଫୋନ୍ ଆପଣଙ୍କୁ ମଲ୍ଟିଟାସ୍କିଂରେ ମଧ୍ୟ ଭଲ ଏକ୍ସପେରିୟନ୍ସ ପ୍ରଦାନ କରିବ । ଏହି ସମୟରେ ଆପଣ Google Pixel 8 କିଣିବା ଉପରେ ୩୦ ହଜାର ଟଙ୍କାରୁ ଅଧିକ ସେଭିଂ କରିପାରିବେ ।
Google ପ୍ରିମିୟମ୍ ଫୋନ୍ ଉପରେ ଫ୍ଲିପକାର୍ଟ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଡିସକାଉଣ୍ଟ ଦେଉଛି । ଆପଣ ବର୍ତ୍ତାନ ୨୫୬ GB Google Pixel 8 ଉପରେ ୩୩,୦୦୦ ଟଙ୍କାରୁ ଅଧିକ ସେଭ୍ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ ଏହି ସ୍ମାର୍ଟଫୋନ୍ ଫ୍ଲିପକାର୍ଟରେ ୮୨,୯୯୯ ଟଙ୍କା ଅର୍ଥାତ୍ ୮୩,୦୦୦ ଟଙ୍କାରେ ଲିଷ୍ଟ ହୋଇଛି । ହେଲେ ହୋଲି ପୂର୍ବରୁ ଫ୍ଲିପକାର୍ଟ ଏହାର ମୂଲ୍ୟ ୩୯% ହ୍ରାସ କରିଛି । ଏହି ଅଫର ସହିତ ଆପଣ ଏହାକୁ ମାତ୍ର ୪୯,୯୯୯ ଟଙ୍କାରେ କିଣିପାରିବେ ।
ଫ୍ଲିପକାର୍ଟ ଦ୍ବାରା ଦିଆଯାଉଥିବା ଏକ୍ସଚେଞ୍ଜ ଅଫର ବିଷୟରେ କହିବାକୁ ଗଲେ କମ୍ପାନୀର ଏହି ଅଫର ଗ୍ରାହକମାନଙ୍କୁ ଖୁସି କରାଉଛି । ଫ୍ଲିପକାର୍ଟରେ ଆପଣ Google Pixel 8 କିଣିବା ସମୟରେ ଆପଣଙ୍କର ପୁରୁଣା ସ୍ମାର୍ଟଫୋନକୁ ୨୭,୨୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ କରିପାରିବେ । କିନ୍ତୁ ଆପଣଙ୍କ ପୁରୁଣା ଫୋନର ଫିଜିକାଲ ଏବଂ ୱାରକିଂ କଣ୍ଡିସନ୍ ଦେଖିବା ପରେ ହିଁ ଏକ୍ସଚେଞ୍ଜ ଭ୍ୟାଲ୍ୟୁ ଦିଆଯିବ । ଯଦି ଆପଣ ଏକ୍ସଚେଞ୍ଜ ଅଫରରେ ସମ୍ପୂର୍ଣ୍ଣ ମୂଲ୍ୟ ପାଆନ୍ତି ତେବେ ଆପର ଏହି ଫୋନଟିକୁ ମାତ୍ର ୨୨,୭୯୯ ଟଙ୍କାରେ କିଣିପାରିବେ ।
Google Pixel 8 କୁ ୨୦୨୨ ମସିହାରେ ଲଞ୍ଚ ହୋଇଥିଲା । ଏଥିରେ କମ୍ପାନୀ ଏହାକୁ ଆଲୁମିନିୟମ ଫ୍ରେମ୍ ସହିତ ଡିଜାଇନ୍ କରିଛି । ଏଥିରେ କମ୍ପାନୀ ୬.୨ ଇଞ୍ଚର OLED ଡିସପ୍ଲେ ଦେଇଛି । ଏଥିରେ ୧୨୦Hz ର ରିଫ୍ରେସ୍ ରେଟ୍ ଏବଂ ୨୦୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଦିଆଯାଇଛି । ଡିସପ୍ଲେର ପ୍ରୋଟେକ୍ସନ୍ ପାଇଁ ଏଥିରେ Corning Gorilla Glass Victus ଦିଆଯାଇଛି । ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ରେ ଚାଲିଥାଏ ।
ଏଥିରେ ପରଫରମାନ୍ସ ପାଇଁ Google Tensor G3 ଚିପସେଟ୍ ଦିଆଯାଇଛି । ଏହା ସହିତ ଏଥିରେ ୮GB RAM ଏବଂ ୨୫୬ GB ଷ୍ଟୋରେଜ୍ ମିଳିଥାଏ । ଫଟୋଗ୍ରାଫି ପାଇଁ Google Pixel 8 ରେ ଡୁଆଲ୍ କ୍ୟାମେରା ସେଟଅପ୍ କ୍ୟାମେରା ସେନ୍ସର ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୦.୫ ମେଗାପିକ୍ସେଲର ସେନ୍ସର ଦିଆଯାଇଛି । କମ୍ପାନୀ ଏଥିରେ ପାୱାର ଦେବା ପାଇଁ ୪୫୭୫ mAh ର ବ୍ୟାଟେରୀ ଦେଇଛି, ଯାହା ୨୭ W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।