ଅଗଷ୍ଟ ୧୩ରେ ଲଞ୍ଚ ହେବାକୁ ଯାଉଛି Google Pixel 9 Pro Fold, କମ୍ପାନୀ ସେୟାର କଲା ପ୍ରୋମୋ ଭିଡିଓ

ସ୍ମାର୍ଟଫୋନ୍‌ ୟୁଜରଙ୍କ ପାଇଁ ଖୁସିଖବର । ବର୍ତ୍ତମାନ Google Pixel 9 ସିରିଜ୍ ଅଗଷ୍ଟ ୧୩ ରେ ଲଞ୍ଚ ହେବ । ଗୁଗୁଲ ଦ୍ୱାରା ଆୟୋଜିତ ମେଡ ବାଇ ଗୁଗୁଲ ଇଭେଣ୍ଟରେ ଏହି ସିରିଜର ଚାରୋଟି ମଡେଲ ଲଞ୍ଚ ହେବ । Pixel 9 ର ଷ୍ଟାଣ୍ଡାର୍ଡ ମଡେଲ ସହିତ କମ୍ପାନୀ Pixel 9 Pro, Pixel 9 Pro XL ଏବଂ Pixel 9 Pro Fold ଲଞ୍ଚ କରିବ । କମ୍ପାନୀ ପ୍ରଥମ ଥର ପାଇଁ ଭାରତରେ ଏହାର ଫୋଲଡେବଲ୍ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଗୁଗୁଲର ପ୍ରଥମ ଫୋଲଡେବଲ୍ ଫୋନ୍ ଭାରତରେ ଲଞ୍ଚ ହୋଇନାହିଁ । ତେବେ ଗୁଗୁଲର ଏହି ଫୋଲଡେବଲ୍ ଫୋନର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଫୋନର ସମ୍ପୂର୍ଣ୍ଣ ଡିଜାଇନ୍ ଦେଖିବାକୁ ମିଳିଛି ।

ଗୁଗୁଲର ଅପ୍‌କମିଂ ଫୋଲଡେବଲ୍ ଫୋନର ପ୍ରୋମୋ ଭିଡିଓରେ Pixel 9 Pro Fold ର ଦୁଇଟି କଲର ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏକ ବଡ଼ ଫୋଲଡେବଲ୍ ସ୍କ୍ରିନ୍ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଯେଉଁଥିରେ Gemini AI ବେଷ୍ଟ ଫିଚର ରହିଛି । ଗୁଗୁଲର ଅପ୍‌କମିଂ ଫୋଲଡେବଲ୍ ଫୋନର ପ୍ରୋମୋ ଭିଡିଓ ଆଣ୍ଡ୍ରଏଡ୍ ହେଡଲାଇନ୍ସ ସେୟାର କରିଛି । ଜର୍ମାନ ଭାଷାରେ ମୁକ୍ତିଲାଭ କରିଥିବା ଏହି ୩୭ ସେକେଣ୍ଡର ପ୍ରୋମୋ ଭିଡିଓରେ Pixel 9 Pro Foldର କଳା ଏବଂ ଧଳା କଲର ଦେଖିବାକୁ ମିଳିଛି ।

Pixel 9 Pro Fold ପ୍ରୋମୋ ଭିଡିଓରେ Gemini AI ବେଷ୍ଟ ଫିଚର ଆଡ୍ ମେ, ବେଷ୍ଟ ଟେକ୍, ସର୍କଲ୍ ଟୁ ସ୍କି୍ରନ୍‌, ମ୍ୟାଜିକ୍ ଏଡିଟର୍ ଭଳି ଜିନିଷ ଦେଖିବାକୁ ମିଳିଛି । ଗୁଗୁଲର ଏହି ଫୋଲଡେବଲ୍ ଫୋନର ସ୍କ୍ରିନ୍ ଫୋଲ୍ଡ ହୋଇ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଖୋଲିପାରିବ । ଗୁଗୁଲର ଫୋଲଡେବଲ୍ ଫୋନର ହିଙ୍ଗ୍ OnePlus Open ଭଳି ହୋଇଛି ।

Google Pixel 9 Pro Foldର ଫିଚର୍ସ :
ଗୁଗୁଲର ଏହି ଫୋଲଡେବଲ୍ ଫୋନ୍ ୬.୩ ଇଞ୍ଚ କଭର ସ୍କ୍ରିନ୍ ସହିତ ଆସିପାରେ । ଫୋନରେ ଏକ ୮ ଇଞ୍ଚ ମେନ୍‌ ଫୋଲଡେବଲ୍ ଡିସପ୍ଲେ ମିଳିପାରେ । ଏହି ଗୁଗୁଲ୍ ଫୋନ୍ ହାଇ ଏଣ୍ଡ୍ ହାର୍ଡୱେର୍ ସହିତ ଆସିବ । ଫୋନ୍ Tensor G4 ଚିପ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିବ । ଏପରି ଭାବେ ଏହି ଗୁଗୁଲ୍ ଫୋନ୍ ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିପାରିବ । ଏହି ଫୋନକୁ 48MP ମେନ୍, 10.5MP ଏବଂ 10.8MP ର ଦୁଇଟି ବ୍ୟାକ୍‌ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ 10MP କ୍ୟାମେରା ମିଳିପାରିବ ।

ସୂଚନା ମୁତାବକ, ଗୁଗୁଲର ଏହି ଫୋଲଡେବଲ୍ ଫୋନ୍ ଗତ ବର୍ଷ ଆରମ୍ଭ ହୋଇଥିବା ପ୍ରଥମ ଫୋଲଡେବଲ୍ ଫୋନ୍ ଅପେକ୍ଷା ପତଳା ଏବଂ ହାଲୁକା ହେବ । ଏହି ଗୁଗୁଲ୍ ଫୋନ୍ ମଧ୍ୟ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ମିଳିବ ।

You might also like