ଲଞ୍ଚ ପୂର୍ବରୁ ଲିକ୍ ହେଲା Google Pixel 9a ର ପ୍ରାଇସ୍, ଜାଣନ୍ତୁ ଡିଟେଲ୍ସ

Google ଗତ ବର୍ଷ Google Pixel 9 ସିରିଜ୍ ଲଞ୍ଚ କରିଥିଲା । ଏହି ସିରିଜରେ କମ୍ପାନୀ ତିନୋଟି ସ୍ମାର୍ଟଫୋନ୍ Google Pixel 9, Google Pixel 9 Pro ଏବଂ Google Pixel 9 Pro XL କୁ ମଧ୍ୟ ଲଞ୍ଚ କରିଥିଲା । ଏହା ବ୍ୟତୀତ କମ୍ପାନୀ ଏକ ଫୋଲ୍ଡେବଲ୍ ଫୋନ୍ ମଧ୍ୟ ଲଞ୍ଚ କରିଛି । ହେଲେ ବର୍ତ୍ତମାନ ଟେକ୍ ଜାଏଣ୍ଟ ନିଜର Pixel 9 ସିରିଜରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ସମେତ ଅନେକ ଡିଟେଲ୍ସ ସାମ୍ନାକୁ ଆସିଛି ।

ଗୁଗୁଲ ନିଜର ରେଗୁଲାର ସିରିଜ ସହିତ ‘A’ ସ୍ମାର୍ଟଫୋନ୍ ମଧ୍ୟ ଲଞ୍ଚ କରିପାରେ । Pixel 9 ଲଞ୍ଚ ହେବା ପରଠାରୁ, Pixel ଲଭର୍ସମାନେ Pixel 9a ପାଇଁ ଅପେକ୍ଷା କରିଛନ୍ତି । ଯଦି ଆପଣ ମଧ୍ୟ ଗୁଗୁଲର ଏହି ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଯେ ଗୁଗୁଲ ଏହାକୁ ଖୁବ୍ ଶୀଘ୍ର ବଜାରରେ ଲଞ୍ଚ କରିପାରିବ । ଏହି ଗୁଗୁଲ ସ୍ମାର୍ଟଫୋନ୍ Galaxy S25 5G ସ୍ମାର୍ଟଫୋନ୍ ସହିତ ଟକ୍କର କରିବ ।

ଏବେ Google Pixel 9a ସିରିଜ୍ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ଗୁଗୁଲ୍ ଏହାର ଅପକମିଙ୍ଗ ସ୍ମାର୍ଟଫୋନକୁ ବହୁତ୍ ଅଫରଡେବଲ୍ ପ୍ରାଇସରେ ଲଞ୍ଚ କରିପାରେ । ଯଦି ଲିକ୍ ବିଶ୍ବାସ କରାଯାଏ ତେବେ କମ୍ପାନୀ ଏହାକୁ ଭାରତୀୟ ବଜାରରେ Pixel 8a ସହିତ ସମାନ ମୂଲ୍ୟରେ ଲଞ୍ଚ କରିପାରେ । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାକୁ Pixel 8a ର ମୂଲ୍ୟରେ ଆମେରିକା ଏବଂ ୟୁରୋପୀୟ ବଜାରରେ ଲଞ୍ଚ କରିପାରେ ।

ଆପଣଙ୍କୁ କହିବୁ ଯେ ୟୁରୋପୀୟ ବଜାରରେ Google Pixel 9a ର ୧୨୮GB ଭ୍ୟାରିଆଣ୍ଟକୁ ୫୦,୨୦୦ ଟଙ୍କାରେ ଲଞ୍ଚ କରାଯାଇପାରିବ । ସେହିପରି ଏହାର ୨୫୬GB ଭ୍ୟାରିଆଣ୍ଟକୁ ୫୫,୭୦୦ ଟଙ୍କାରେ ପ୍ରଦାନ କରାଯାଇପାରିବ । Google Pixel 9a ଆମେରିକା ବଜାରରେ ପ୍ରାୟ ୪୩,୪୦୦ ଟଙ୍କାରେ ଲଞ୍ଚ ହୋଇପାରେ ।

ଭାରତୀୟ ବଜାରରେ ଏହାକୁ କେତେ ମୂଲ୍ୟରେ ଲଞ୍ଚ କରାଯାଇପାରିବ ତାହା ବର୍ତ୍ତମାନ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଯଦି ଲିକକୁ ବିଶ୍ବାସ୍ କରାଯାଏ ତେବେ କମ୍ପାନୀ ଏହାକୁ Google Pixel 8a ର ମୂଲ୍ୟରେ ଲଞ୍ଚ କରିପାରେ । ଆପଣଙ୍କୁ କହିବୁ ଯେ ଭାରତୀୟ ବଜାରରେ Google Pixel 8a ର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୫୨,୯୯୯ ଟଙ୍କା ଥିବା ବେଳେ ଏହାର ୨୫୬ GB ଭ୍ୟାରିଆଣ୍ଟ ୫୯,୯୯୯ ଟଙ୍କାରେ ଲଞ୍ଚ ହୋଇଥିଲା ।

Google Pixel 9a କୁ ଭାରତୀୟ ବଜାରରେ ୫୨,୯୯୯ ଟଙ୍କାରେ ଲଞ୍ଚ ହୋଇପାରେ । ଏଥର ୟୁଜର୍ସମାନେ ‘A’ ସିରିଜ୍ ସ୍ମାର୍ଟଫୋନର ଡିଜାଇନରେ ଅନେକ ବଡ଼ ପରିବର୍ତ୍ତନ ଦେଖିପାରିବେ । ଯଦି ଏହା ହୁଏ ତେବେ ସାମସଙ୍ଗର ଟେନସ୍ ବଢ଼ିବାକୁ ଯାଉଛି । ନିକଟରେ ଅପକମିଙ୍ଗ ସ୍ମାର୍ଟଫୋନର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏଥର ଗୁଗୁଲ୍ କ୍ୟାମେରା ମଡ୍ୟୁଲକୁ ବଡ଼ି ସହିତ ଆଡ୍ କରିପାରିବେ, ଯାହା ଫଳରେ ଏହା ବହୁତ୍ ଆକ୍ଟିଭ୍ ଦେଖାଯିବ ।

Google Pixel 9a ର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୬.୩ ଇଞ୍ଚର OLED ପ୍ୟାନେଳ୍ ସହିତ ଏକ ଡିସପ୍ଲେ ଅଛି । ଏହି ଡିସପ୍ଲେରେ ୧୨୦ Hz ରିଫ୍ରେସ୍ ରେଟ୍ ସହିତ HDR10+ ର ସପୋର୍ଟ ମିଳିବା ସହ ୨୭୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ରହିଛି । ପରଫରମାନ୍ସ ପାଇଁ ଅପକମିଙ୍ଗ ପିକ୍ସେଲ୍ ସ୍ମାର୍ଟଫୋନରେ Google Tensor G4 ଚିପସେଟ୍ ଦିଆଯାଇପାରିବ । ଏହା ସହିତ ଏଥିରେ ୮GB LPDDR5X RAM ସହିତ ୧୨୮GB ଏବଂ ୨୫୬GB ର ଷ୍ଟୋରେଜ୍ ଅପ୍ସନ ରହିଛି । Google Pixel 9a ରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରିବ, ଯେଉଁଥିରେ ୪୮+୧୩ ମେଗାପିକ୍ସେଲର କ୍ୟାମେରା ସେନ୍ସର ଦିଆଯାଇପାରିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୩ ମେଗାପିକ୍ସେଲର କ୍ୟାମେରା ସେଟଅପ୍ ମିଳିପାରିବ ।