ଭାରତରେ ଲଞ୍ଚ ହେଲା Google Pixel 9a, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ସ୍ମାର୍ଟଫୋନ୍ କିଣୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଟେକ୍ ଜାଏଣ୍ଟ Google ବହୁତ୍ ଦିନର ଅପେକ୍ଷା ପରେ ଶେଷରେ Google Pixel 9a କୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ଭାରତ ସହିତ ଗ୍ଲୋବାଲ୍ ମାର୍କେଟରେ ପାଇଁ ମଧ୍ୟ ଉପସ୍ଥାପନ କରିଛି । Google ନିଜର ନୂଆ ସ୍ମାର୍ଟଫୋନରେ ବହୁତ ସୁବିଧା ଦେଇଛି । Google Pixel 9a ମାର୍କେଟରେ Apple ର ଲାଟେଷ୍ଟ iPhone 16e ସହିତ ଟକ୍କର ଦେବ ।

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏବେ ଆପଣଙ୍କ ପାଖରେ ପ୍ରିମିୟମ୍ ସେଗମେଣ୍ଟରେ ଏମ ଭଲ ଅପ୍ସନ୍ ଅଛି । Google Pixel 9a ରେ କମ୍ପାନୀ Google Tensor G4 ଚିପସେଟ୍ ମଧ୍ୟ ଦେଇଛି । ଯାହା ଆପଣଙ୍କ ଦୈନନ୍ଦିନ କାମ ସହିତ ମଲ୍ଟିଟାସ୍କିଂ ଏବଂ ଗେମିଂରେ ଭଲ ପରଫରମାନ୍ସ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ସ୍ମାର୍ଟଫୋନର ପ୍ରାଇସ୍ ଏବଂ ଫିଚର୍ସ ବିଷୟରେ ।

Google Pixel 9a ର ପ୍ରାଇସ୍ :

Google Pixel 9a କୁ ଭାରତୀୟ ମାର୍କେଟରେ ସିଙ୍ଗଲ ଭ୍ୟାରିଆଣ୍ଟ ସହିତ ଲଞ୍ଚ କରାଯାଇଛି । ଏଥିରେ ଗ୍ରାହକଙ୍କୁ ୮GB RAM ଏବଂ ୨୫୬ GB ର ଷ୍ଟୋରେଜ୍ ଅପ୍ସନ ମିଳିବ । ଏହାର କଲର ଭ୍ୟାରିଆଣ୍ଟ ବିଷୟରେ କହିବାକୁ ଗଲେ ଏଥିରେ Iris, Obsidian, Peony ଏବଂ Porcelain କଲର ଅପ୍ସନ ରହିଛି । କମ୍ପାନୀ ଏହାକୁ ଭାରତୀୟ ମାର୍କେଟରେ ୪୯,୯୯୯ ଟଙ୍କା ମୂଲ୍ୟରେ ଉପସ୍ଥାପନା କରିଛି । କମ୍ପାନୀ ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନ୍ ସହିତ ଲିମିଯେଡ୍ ଟାଇମ୍ କ୍ୟାସବ୍ୟାକ୍ ଅଫର ମଧ୍ୟ ଦେଉଛି । ଏଥିରେ ଆପଣ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସେଭିଙ୍ଗ କରିପାରିବେ । ହେଲେ ବର୍ତ୍ତମାନ୍ Google ଦ୍ବାରା ଏହାର ସେଲ୍ ଡେଟ୍ ବିଷୟରେ ପ୍ରକାଶ କରାଯାଇ ନାହିଁ ।

Google Pixel 9a ବର୍ତ୍ତମାନ iPhone 16e ସହିତ ଟକ୍କର ଦେବାକୁ ଯାଉଛି । iPhone 16e ର ବେସ୍ ଭ୍ୟାରିଆଣ୍ଟ ୧୨୮ GB ଷ୍ଟୋରେଜ୍ ସହିତ ଆସିଥାଏ ଏବଂ ଏହାର ପ୍ରାଇସ୍ ୫୯,୯୦୦ ଟଙ୍କା ରହିଛି । ସେହିଭଳି Apple ର ଏହି ଲାଟେଷ୍ଟ ସ୍ମାର୍ଟଫୋନର ୨୫୬ GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୬୯,୯୦୦ ଟଙ୍କା । ଏଥି ସହ Google Pixel 9a ର ୨୫୬ GB ଭ୍ୟାରିଆଣ୍ଟ iPhone 16e ର ୨୫୬ GB ଭ୍ୟାରିଆଣ୍ଟ ଅପେକ୍ଷା ପ୍ରାୟ ୨୦,୦୦୦ ଟଙ୍କା ଶସ୍ତା ରହିଛି । ତେବେ ଏହି ଫୋନ୍ ମାର୍କେଟରେ କଡ଼ା ଟକ୍କର ଦେବାକୁ ଯାଉଛି ।

Google Pixel 9a ର ସ୍ପେସିଫିକେସନ୍ :

୧. କମ୍ପାନୀ Google Pixel 9a ରେ ୬.୩ ଇଞ୍ଚର POLED ଡିସପ୍ଲେ ଦେଇଛି ।

୨. ଏହି ଡିସପ୍ଲେରେ ୧୨୦ Hz ର ରିଫ୍ରେସ୍ ରେଟ୍ ଏବଂ ୨୭୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ରହିବ ।

୩. ଡିସପ୍ଲେର ପ୍ରୋଟେକ୍ସନ୍ ପାଇଁ ଏଥିରେ ଗୋରିଲା ଗ୍ଲାସ୍ 3 ଦିଆଯାଇଛି ।

୪. Google Pixel 9a ରେ ପରଫରମାନ୍ସ ପାଇଁ Tensor G4 ଚିପସେଟ୍ ମିଳିଥାଏ ।

୫. ଏଥିରେ ୮GB RAM ଏବଂ ୨୫୬ GB ର ଷ୍ଟୋରେଜ୍ ଦିଆଯାଇଛି ।

୬. Google Pixel 9a ରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ୪୮ + ୧୩ ମେଗାପିକ୍ସେଲର ସେନ୍ସର ମିଳିଥାଏ ।

୭. ସେଲଫି ଏବଂ ଭିଡିଟ କଲିଂ ପାଇଁ ଏଥିରେ ୧୩ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।

୮. Google Pixel 9a କୁ ପାୱାର ଦେବା ପାଇଁ ଏଥିରେ ୫୧୦୦ mAh ର ବ୍ୟାଟେରୀ ଦିଆଯାଇଛି । ଏଥିରେ ୨୩ W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ ମଧ୍ୟ ମିଳିଥାଏ ।