Google Pixel 9a ଲଞ୍ଚ ହେବା ପୂର୍ବରୁ ଅନେକ ଡିଟେଲ୍ସ ସାମ୍ନାକୁ ଆସିଛି । Google ର ଏହି ପ୍ଲାଗସିପ୍ ସ୍ମାର୍ଟଫୋନ କିଛି ମାସ ପୂର୍ବରୁ ଲଞ୍ଚ ହୋଇଥିବା Pixel 9 ସିରିଜର ଅନ୍ୟ ଫୋନ ପରି ଫିଚର୍ସ ସହିତ ଆସିବ । ଗତ ବର୍ଷର Pixel 8a ତୁଳନାରେ ଫୋନର କ୍ୟାମେରା ଏବଂ ପ୍ରୋସେସରରେ ଏକ ବଡ ଅପଗ୍ରେଡ୍ ଦେଖିବାକୁ ମିଳିବ । ଅନୁମାନ କରାଯାଉଛି ଯେ Google ର ଏହି ଅପକମିଙ୍ଗ ଫୋନର କ୍ୟାମେରା iPhone 16 ଅପେକ୍ଷା ଭଲ ହେବ ଏବଂ AI ଫିଚରକୁ ସପୋର୍ଟ କରିବ ।
Pixel 9a ର କ୍ୟାମେରା :
ରିପୋର୍ଟ ଅନୁଯାୟୀ, Pixel 9a ରେ ୪୮MP କ୍ୟାମେରା ପାଇପାରିବେ । ଗତ ବର୍ଷ ଲଞ୍ଚ ହୋଇଥିବା ମଡେଲରେ ୬୪MP କ୍ୟାମେରା ଅଛି । ଯଦି ଦେଖାଯାଏ, Google ର ଅପକମିଙ୍ଗ ଫୋନର କ୍ୟାମେରା ଡାଉନଗ୍ରେଡ୍ ହୋଇଛି । ତେବେ, କ୍ୟାମେରା ସେନର୍ସ ଭଲ ହେବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, Pixel 9a ରେ Pixel 9 Pro Fold ଭଳି କ୍ୟାମେରା ମଡ୍ୟୁଲ୍ ଦିଆଯାଇପାରିବ ।
ଏହା ବ୍ୟତୀତ Googleର ଏହି ଅପକମିଙ୍ଗ ଫୋନକୁ ୧୩MP ଅଲ୍ଟ୍ରାଓ୍ୱାଇଡ୍ ଏବଂ ୧୩MP ସେଲଫି କ୍ୟାମେରା ଦିଆଯାଇପାରେ । Pixel 8a ର ଫ୍ରଣ୍ଟରେ ମଧ୍ୟ ୧୩MP କ୍ୟାମେରା ଅଛି । ଏହା ବ୍ୟତୀତ Google ନିଜର ଅପକମିଙ୍ଗ ଫୋନରେ Add Me କ୍ୟାମେରା ଫଙ୍କସନ୍ ପ୍ରଦାନ କରିବ, ଯାହା Pixel 9 ସିରିଜ ସହିତ ଇଣ୍ଟରଡ୍ୟୁସ୍ କରାଯାଇଛି ।
ପାଇବେ ଦମଦାର୍ ଫିଚର୍ସ :
Google Pixel 9a ଆସନ୍ତ ବର୍ଷ ଆରମ୍ଭରେ ଲଞ୍ଚ ହୋଇପାରେ । ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୬.୩ ଇଞ୍ଚର ଡିସପ୍ଲେ ମିଳିବ, ଯାହା ୧୨୦Hz ହାଇ ରିଫ୍ରେସ ରେଟ୍ କୁ ସପୋର୍ଟ କରିବ । Google ର ଏହି ଫୋନ ଲାଟେଷ୍ଟ Google Tensor G4 ପ୍ରୋସେସର ସହିତ ଆସିପାରେ । ଫୋନରେ ୧୨GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍ ପର୍ଯ୍ୟନ୍ତ ସପୋର୍ଟ ମିଳିବ । ଏହି ଫୋନରେ ୪,୭୦୦mAh ର ବ୍ୟାଟେରି ଓ୍ୱାର୍ଡ ଏବଂ ଓ୍ୱାୟାରଲେସ୍ ଫାଷ୍ଟ ଚାର୍ଜିଂ ଫିଚର ରହିପାରେ ।
iPhone 16 ର ବ୍ୟାକରେ ୪୮MP ର ମେନ୍ ଏବଂ ୧୨MP ର କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨MP ର କ୍ୟାମେରା ମିଳିବ । Apple ର ଏହି ଲାଟେଷ୍ଟ ଆଇଫୋନ A18 ଚିପ୍ ସହିତ ଆସିଥାଏ । ଏଥିରେ ୮GB RAM ସହିତ ୫୧୨GB ପର୍ଯ୍ୟନ୍ତ ଇଣ୍ଟରନେଟ୍ ଷ୍ଟୋରେଜ୍ର ସପୋର୍ଟ ରହିଛି ।